Swastik Tv News Odisha

( ଫୁଲ ତୋଳିବାର ନିୟମ ) ଅଗାଧୁଆ ଫୁଲ ତୋଲୁଛନ୍ତି କି, ସର୍ବନାଶ ହେବ, ଘରେ ଅଶାନ୍ତି ଲାଗି ରହିବ….

0

ଭଗବାନଙ୍କ କୃପା ପାଇବା ପାଇଁ ଆମେ ମାନେ ପ୍ରତିଦିନ ଫୁଲ , ତୁଳସୀ ଏବଂ ବେଲପତ୍ର ଆଦି ତୋଳି ଭଗବାନଙ୍କୁ ଅର୍ପଣ କରିଥାଉ । ଯଦି ସେହି ସବୁକୁ ଆମେ ନୀତି ନିୟମ ସହକାରେ ନକରିବା ତେବେ ସେସବୁକୁ ଭଗବାନ ଗ୍ରହଣ କରି ନଥାନ୍ତି । ପ୍ରସନ୍ନ ହେବା ବଦଳରେ କୋପ କରିଥାନ୍ତି , ଯାହା ଆମ୍ଭେମାନେ ଜାଣି ନଥାଉ । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ ଫୁଲ , ତୁଳସୀ ଏବଂ ବେଲପତ୍ର ତୋଳିବାର ସଠିକ୍ ନିୟମ ବିଷୟରେ ।

ଅନେକ ପୁରାଣ ଶାସ୍ତ୍ରରେ ମନିଋଷି ମାନେ ଭିନ୍ନ ଭିନ୍ନ ପ୍ରକାର ମତ ରଖିଛନ୍ତି , କିନ୍ତୁ ଜାଣି ରଖିବା ଉଚିତ ଯେ , ଗାଧୋଇକି ହେଉ ବା ଅଗାଧୁଆ ହେଉ ଯଦି ଆମ୍ଭେମାନେ କିଛି ନିୟମକୁ ପାଳନ କରି ଫୁଲ ତୋଳିବା ତେବେ ତାହା ଶୁଭ ହୋଇଥାଏ ।

1. ଚପଲ ପିନ୍ଧି କରି ତୋଳିବା ଉଚିତ୍ ନୁହେଁ :-

କୌଣସି ବି ଫୁଲ ତୋଳିବା ସମୟରେ ଚପଲ ପିନ୍ଧି କରି ତୋଳିବା କିମ୍ୱା ଶରୀରରେ ତେଲ ଲଗାଇ ଫୁଲ ତୋଳିବା ବାରଣ ରହିଅଛି । ଅଗାଧୁଆରେ ଫୁଲ ତୋଳିବାରେ କିନ୍ତୁ ହାତ ପାଦ ମୁହଁ ପ୍ରଥମେ ଧୋଇନେବା ଉଚିତ । ଏହାଛଡା ରାତିରେ ପିନ୍ଧିଶୋଇଥିବା ବସ୍ତ୍ରକୁ ବଦଳି ଧୋଆଯାଇଥିବା ବସ୍ତ୍ର ପିନ୍ଧି ଫୁଲ ତୋଳିବା ଶାସ୍ତ୍ରରେ ବର୍ଣ୍ଣିତ ରହିଛି ।

2. ସୂର୍ଯ୍ୟପରାଗ , ଚନ୍ଦ୍ରଗ୍ରହଣ ଏବଂ ଶୁଦ୍ଧିକ୍ରିୟାରେ ଅଗାଧୁଆ ତୋଳନ୍ତୁ ନାହିଁ :-

ଏହି ସବୁ ଦିନ ମାନଙ୍କରେ ଅଗାଧୁଆ ରେ ଫୁଲ ତୋଳିବା ବାରଣ ରହିଛି , ଅନେକ ଲୋକମାନେ ରାତିରୁ ଫୁଲର କଣ୍ଢୁ କୁ ତୋଳିଆଣି ରଖିଥାନ୍ତି ଏବଂ ତା ପର ଦିନ ଭଗବାନଙ୍କୁ ଅର୍ପଣ କରିଥାନ୍ତି । ଏହା ମଧ୍ୟ ଶାସ୍ତ୍ର ବିରୋଧୀ ଅଟେ , କାରଣ ଫୁଲ ମଧ୍ୟ ଦିନକ ପରେ ବାସି ହୋଇଯାଏ । ତେଣୁ ଏହାକୁ ଭଗବାନଙ୍କ ଠାରେ ଅର୍ପଣ କରାଯାଇ ନଥାଏ ।

3. ଫୁଲ ତୋଳିବା ପୂର୍ବରୁ ମନ୍ତ୍ର ଉଚ୍ଚାରଣ କରନ୍ତୁ :-

ଫୁଲ ତୋଳିବା ପୂର୍ବରୁ ତିନୋଟି ମନ୍ତ୍ରକୁ ଉଚ୍ଚାରଣ କରି ଫୁଲ ତୋଳିବା ଉଚିତ୍ । ସେହି ମନ୍ତ୍ର ଗୁଡିକ ହେଉଛି ଓଁ ବରୁଣାୟ ନମଃ , ଓଁ ବୋମାୟ ନମଃ , ଓଁ ପ୍ରୁଥିବୈ ନମଃ ଏହି ମନ୍ତ୍ରକୁ ଉଚ୍ଚାରଣ କରି ଗାଧୋଇ ସାରିଥିଲେ ମଧ୍ୟ ତୋଳିପାରିବେ ।

4. ଅଗାଧୁଆ , ସନ୍ଧ୍ୟା ବା ରବିବାର ଓ ସଂକ୍ରାନ୍ତିରେ ତୁଳସୀ ପତ୍ର ତୋଳିବା ନିଷେଧ :-

ତୁଳସୀ ପତ୍ର ତୋଳିବାର ମଧ୍ୟ ନିୟମ ରହିଛି , ତୁଳସୀ ପତ୍ରକୁ ଅଗାଧୁଆ ରେ ସନ୍ଧ୍ୟା ପରେ , ରବିବାର ବା ସଂକ୍ରାନ୍ତିରେ ତୋଳିବାର ବାରଣ ରହିଅଛି । ଏହି ସମୟରେ ଭଗବାନଙ୍କୁ ଦୟାଣାପତ୍ର ଅର୍ପଣ କରନ୍ତୁ ।

5. ଅଗାଧୁଆ ବେଲପତ୍ର ତୋଳନ୍ତୁ ନାହିଁ :-

ବେଲପତ୍ର କୁ ଗାଧୋଇ ସାରି ଶୁଦ୍ଧ ବସ୍ତ୍ର ପିନ୍ଧି ତୋଳିବା ଉଚିତ୍ ହୋଇଥାଏ , ବେଲପତ୍ର ତୋଳିବା ସମୟରେ ଡାଳ ଭାଙ୍ଗି ତୋଳିବା ଉଚିତ୍ ହୋଇ ନଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.