Swastik Tv News Odisha

ବର୍ଷାରେ ରାସ୍ତା ଉପରେ ଗାଡ଼ିରେ ବସି ଯୁବକ ଦେଖାଉଥିଲେ ସାହାରୁଖ ଖାନ୍ ଙ୍କ ପୋଜ, ଆଉ ହଠାତ୍ ମାରିଲା ବିଜୁଳି…ଆଉ ତା’ ପରେ …..ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ଆପଣ ଦେଖିବାକୁ ପାଇଥିବେ କିଛି ଏମିତି ଭାଗ୍ୟବାନ ଲୋକ ରହିଥାନ୍ତି ଯେଉଁମାନେ ଅନେକ ବଡ ବଡ ବିପଦରୁ ଅଳ୍ପକେ ରକ୍ଷା ପାଇ ଯାଇଥାନ୍ତି। ସେମାନେ ଏହା ଜାଣି ବି ନଥାନ୍ତି ଯେ ସେମାନେ କିଛି ବଡ ବିପଦର ସମ୍ମୁଖୀନ ହେବାକୁ ଯାଉଛନ୍ତି। କିନ୍ତୁ ତାହା ତାଙ୍କ ସହ ଘଟି ନଥାଏ। ସେହିଭଳି ଭାଗ୍ୟବାନ ଲୋକ ଅନେକ ରହିଛନ୍ତି ଯେଉଁମାନେ କି ତାଙ୍କର ଜୀବନ ଯିବା ଭଳି ବିପଦରୁ ଅଳ୍ପକେ ରକ୍ଷା ପାଇ ପାରିଛନ୍ତି। ସେହିଭଳି କିଛି ଲୋକଙ୍କ ସଂସ୍ପର୍ଶରେ ଆପଣ ହୁଏତ ଆସିଥିବେ।ଆମେ ବି ଆପଣଙ୍କୁ ଅନେକ ଏହିଭଳି ଘଟଣା ସଂପର୍କରେ ଅବଗତ କରାଇଛୁ।

ତେବେ ସେହିଭଳି ଏକ ଘଟଣା ସଂପର୍କରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ। କାରଣ ଏହି ଘଟଣାରେ ମଧ୍ଯ ସମାନ କଥା ଦେଖିବାକୁ ମିଳିଛି। ଯେଉଁଠି ଅଳ୍ପକେ ବଡ ବିପଦରୁ ବର୍ତ୍ତି ଯାଇଛନ୍ତି ଜଣେ ବ୍ୟକ୍ତି।ବେଳେବେଳେ ମଣିଷ କିପରି ଭାବରେ ବଡ ବଡ଼ ବିପଦରୁ ସୌଭାଗ୍ୟ ବଶତଃ ରକ୍ଷା ପାଇ ଯାଇଥାଏ ତାହା ଜାଣିଲେ ଆମେ ବି ଆଶ୍ଚର୍ଯ୍ୟ ହୋଇ ଯାଇଥାଉ। ଏହାକୁ ଦେଖି କେହି କେହି କୁହନ୍ତି ଯେ ଜମରାଜ ହୁଏତ ଛୁଟିରେ ରହିଛନ୍ତି କିମ୍ୱା ସେହି ବ୍ୟକ୍ତିର ଭାଗ୍ୟ ବହୁତ୍ ଟାଣ ସେଥିପାଇଁ ତାର କିଛି ହେଲା ନାହିଁ ଏବଂ ସେ ବଡ ବିପଦରୁ ଅଳ୍ପକେ ରକ୍ଷା ପାଇ ପାରିଲା।

ଆଉ ଏହାବି କୁହାଯାଇଥାଏ ଯେ, ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ। ଅର୍ଥାତ୍ ଭଗବାନ ଯାହାକୁ ରକ୍ଷା କରିବେ ତାର କେହି କିଛି କରି ପାରିବେ ନାହିଁ। ଯେମିତି ବି ହେଉ ବଡ ବିପଦରୁ ସେ ଏପରି ଭାବରେ ରକ୍ଷା କରିବେ ଯେ ବିପଦ ସହଜରେ ଟଳି ଯିବ। ସେଥିପାଇଁ କୁହାଯାଏ ଭଗବାନ ଙ୍କ ମହିମା ଅପାର।ଅସମ୍ଭବ ଘଟଣାକୁ ବି ସେ ସମ୍ଭବ କରି ଦେଇ ପାରନ୍ତି। କିନ୍ତୁ ଆମେ ଜାଣିଶୁଣି ବିପଦକୁ ଡାକିବା ଉଚିତ୍ ନୁହେଁ କିମ୍ୱା ଅସାବଧାନତା ପୂର୍ଣ୍ଣ କାର୍ଯ୍ଯ କରିବା ବି ଠିକ୍ ନୁହେଁ। ତେବେ ଏକଥା ଆମେ ଏଥିପାଇଁ ଆପଣଙ୍କୁ କହୁଛୁ, କାରଣ ନିକଟରେ ସେମିତି ଏକ ଘଟଣା ର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି।

ଯେଉଁଠି ବାହାରେ ବର୍ଷା ରେ ଭିଯୁଥିବା ଜଣେ ବ୍ୟକ୍ତି ଏହି ପାଗକୁ ଉପଭୋଗ କରିବା ସହିତ ଶାହାରୁଖ ଖାନ୍ ଙ୍କ ଭଳି ସେ ଷ୍ଟାଇଲ ରେ ହାତ ଦୁଇପଟକୁ ମେଲାଇ ରୋମାଣ୍ଟିକ ପୋଜ ଦେଉଥିଲା।ଆଉ ଠିକ୍ ଏହି ସମୟରେ ସେହି ନିକଟ ଅଞ୍ଚଳରେ ବହୁତ୍ ଜୋର୍ ରେ ବିଜୁଳି ସହିତ ଘଡଘଡି ମାରିଲା ଏବଂ ଏହା ସେହି ପାଖାପାଖି ପଡିଲା ଭଳି ଲାଗିଲା। ଏହାକୁ ଦେଖି ବ୍ୟକ୍ତି ଜଣଙ୍କ ଗାଡ଼ି ସେହିଠାରେ ଛିଡ଼ାକରି ପାଖରେ ଥିବା ଏକ କୁଡ଼ିଆକୁ ଦୌଡ଼ି ପଲାଉଛନ୍ତି। ଥରେ ଭାବନ୍ତୁ ଯଦି ତାଙ୍କ ଉପରେ ବିଜୁଳି ମାରିଥାନ୍ତା ତେବେ କଣ ହୋଇଥାନ୍ତା। ତେବେ ଆପଣ ଏପରି ଅସାବଧାନ ପୂର୍ଣ୍ଣ କାର୍ଯ୍ଯ କରିବାରୁ ନିବୃତ୍ତ ରୁହନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.