Swastik Tv News Odisha

ବାହୁନି ବାହୁନି କାନ୍ଦୁଛନ୍ତି ସ୍ତ୍ରୀ, ଏମିତି ହୃଦୟ ବିଦାରକ ଦୃଶ୍ୟ ଦେଖିଲେ ଆଖିରୁ ଲୁହ ଆସିଯିବ…ଦେଖନ୍ତୁ ଭିଡ଼ିଓ

0

ଜନ୍ମ ଅଛି ତ ମୃତ୍ୟୁ ମଧ୍ୟ ରହିଛି। ଜୀବନ ହେଉଛି ସରୁ ପତ୍ର ସଦୃଶ, ସାରୁ ପତ୍ରରେ ପାଣି ପଡିଲେ ଯେମିତି ଢଳ ଢଳ ହୋଇ ତଳକୁ ଖସି ପଡେ, ଜୀବନ ମଧ୍ୟ ଠିକ ସେମିତି ଅଟେ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମନୁଷ୍ୟକୁ ଭିନ୍ନ ଭିନ୍ନ ସମସ୍ୟା ଦେଇ ଗତି କରିବାକୁ ପଡି ଥାଏ। ଭାଗ୍ୟ କାହାକୁ ନେଇ କେତେବେଳେ ଯେ କେଉଁଠି ପକାଇ ଦେବ କେହି ବି କହି ପାରିବେ ନାହିଁ। ମୃତ୍ୟୁ ଯେତେବେଳେ ଆସେ ତାକୁ କେହି ବି ଅଟକାଇ ପାରିବେ ନାହିଁ ଏପରି କି ମୃତ୍ୟୁ ବେଳେ ବେଳେ ଅଚାନକ ଆସିଥାଏ। କିନ୍ତୁ ବେଳେ ବେଳେ ମୃତ୍ୟୁ ନିଜର ଅସାଵଧାନତା କାରଣରୁ ହିଁ ହୋଇଥାଏ। ଯାହାକୁ ଶୁଣିବା ମାତ୍ରେ ବହୁତ ଦୁଃଖ କଷ୍ଟ ଲାଗିଥାଏ। ଏଭଳି କିଛି ଖବର ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଓଡ଼ିଶାର କେବଳ ଗୋଟିଏ ଖବରକୁ ନେଇ ଚର୍ଚ୍ଚା ଖୁବ ଜୋରରେ ଚାଲିଛି, ତାହା ହେଉଛି ଓଟିଭିର ମୁଖ୍ୟ ରିପୋର୍ଟର ଅରିନ୍ଦମ ଦାସଙ୍କ ମୃତ୍ୟୁ, ଆଜି ଆମେ ଆପଣଙ୍କୁ ମୃତ ଅରିନ୍ଦମ ଦାସଙ୍କ ପରିବାର ଏବଂ ତାଙ୍କ ସ୍ତ୍ରୀଙ୍କ ବିଷୟରେ ଜଣେଇବୁ। ତାଙ୍କର ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ତାଙ୍କ ସ୍ତ୍ରୀ ଙ୍କ ବିଷୟରେ;

ସୂଚନା ଅନୁସାରେ, ଆପଣ ମାନେ ଜାଣିଥିବେ ଓଟିଭିର ମୁଖ୍ୟ ରିପୋର୍ଟର ଅରିନ୍ଦମ ଦାସଙ୍କର ମୃତ୍ୟୁ ହୋଇଛି ଓ ତାଙ୍କର ଶବ ସତ୍କାର ମଧ୍ୟ ସରି ଯାଇଛି। ସେ ତାଙ୍କ ବାପା ଓ ମାଆଙ୍କର ଗୋଟିଏ ବୋଲି ପୁଅ ଥିଲେ। ସେ ବିବାହ କରିଥିଲେ ଓ ତାଙ୍କର ଗୋଟେ କୁନି ପୁଅଟିଏ ମଧ୍ୟ ଅଛି। ବର୍ତ୍ତମାନ ତାଙ୍କର ଗୋଟିଏ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି, ଭିଡ଼ିଓଟି ହେଉଛି ଯେତେବେଳେ ତାଙ୍କର ମୃତ ଶରୀର ଘରକୁ ଅଣା ଯାଇଥିଲା, ସେତେବେଳେ ତାଙ୍କ ପରିବାର ଲୋକ ମାନଙ୍କ ସହିତ ସାହି ପଡିସା କାନ୍ଦୁଥିଲେ ଓ ତାଙ୍କ ସ୍ତ୍ରୀ ତାଙ୍କ ଛାତି ଉପରେ ମୁଣ୍ଡ ରଖି ବହୁତ ଜୋରରେ କଇଁ କଇଁ ହୋଇ କାନ୍ଦୁଥିଲେ ଓ ଧନ ତମେ ଫେରିଆସ ବୋଲି କହୁ ଥିଲେ। ତାଙ୍କର ମୃତ୍ୟ ପରେ ତାଙ୍କ ସଂସାର ଭାସି ଯାଇଛି।

ସେ ଜଣେ ଭଲ ସାମ୍ବାଦିକ ହେବା ସହିତ ଭଲ ମଣିଷଟିଏ ମଧ୍ୟ ଥିଲେ। ସେ ଖରା, ବର୍ଷା ଓ ଶୀତରେ ନିଜର ଦାଇତ୍ୱ ଠିକ ଭାବରେ ତୁଲାଇ ଥାଆନ୍ତି। ଏମିତିକି ବନ୍ୟା, ବାତ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେ ନିଜ ଜୀବନକୁ ବାଜି ଲଗାଇ ନ୍ୟୁଜ ସଂଗ୍ରହ କରିବା ପାଇଁ ବାହାରି ଯାଉ ଥିଲେ। ସେଥିପାଇଁ ଲୋକ ମାନେ ତାଙ୍କର ଏଭଳି ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି, ସବୁବେଳେ ତାଙ୍କୁ ଝୁରି ହେଉଛନ୍ତି। ତାଙ୍କ ମୃତ୍ୟୁରେ ସାରା ଓଡ଼ିଶାରେ ଶୋକର ଛାୟା ଖେଳି ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.