Swastik Tv News Odisha

ବିଷାକ୍ତ ସାପ ସହ 17 ବର୍ଷର ସମ୍ପର୍କ ! ବିଶ୍ୱାସ ନହେଲେ ବି ଘଟଣାଟି ସତ୍ୟ , ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ…

0

ଦେଶରେ ବିଭିନ୍ନ ପ୍ରକାର ବନ୍ଧୁତାର କାହାଣୀ ଆପଣ ମାନେ ଶୁଣିଥିବେ , ଯେପରି କି ଅନ୍ଧ ଏବଂ ଛୋଟାର କାହାଣୀ ଓ ମାଙ୍କ ଓ ଭାଲୁ ପରି ଅନେକ ଜଙ୍ଗଲି ପଶୁଙ୍କ ବନ୍ଧୁତାର ଅନେକ ଉଦାହରଣ ରହିଛି । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଦୃଶ୍ୟ ଦେଖାଇବୁ , ଯାହାକୁ ଦେଖିଲା ପରେ ଆପଣ ମାନେ ନିଶ୍ଚିତ ଭାବରେ କହିହେ ଏହା କିପରି ସମ୍ଭବ । ବିଶ୍ୱାସ ନହେଲେ ମଧ୍ୟ ଘଟଣାଟି ସତ୍ୟ ଅଟେ । ଏମିତି ଏକ ଘଟଣା ଆମ ସାମ୍ନାକୁ ଆସିଛି , ଏହାକୁ ଅଲୌକିକ ଘଟଣା କୁହାଯାଇ ପାରେ ଯାହାକୁ ଆମେ ବନ୍ଧୁତାର ଅନନ୍ୟ ଉଦାହରଣ କହିପାରିବା ।

ସୂଚନା ଅନୁସାରେ ଜୟପୁର ଜୟନଗର ନିକଟରେ ଥିବା ଦନ୍ତେଶ୍ୱରୀ ମନ୍ଦିରର ଅଗଣାରେ ଦେଖିବାକୁ ମିଳିଛି ଏହିପରି ଏକ ଅଲୌକିକ ଘଟଣା । ଯାହାକୁ ଆପଣ ମାନେ ଦେଖିଲେ ନିଶ୍ଚୟ ଆପଣଙ୍କୁ ଭୟ ଲାଗିପାରେ କିନ୍ତୁ ଘଟଣାଟି କିଛି ଅଲଗା । ମନ୍ଦିର ବେଡାରେ ଅବାଦରେ ବୁଲୁଛି ଏହି ନାଗସାପ ଟିଏ , ଯାହାକୁ ମନ୍ଦିର ର ପୂଜକ ସ୍ନେହରେ ଶମ୍ଭୁ ବୋଲି ନା ଦେଇଛନ୍ତି । ମନ୍ଦିରର ପୂଜକ ସହ ନାଗସାପର ସମ୍ପର୍କ ଦୀର୍ଘ 17 ବର୍ଷ ଧରି ରହି ଆସୁଅଛି । ଏହି ସମ୍ପର୍କ ଏତେ ନିବିଡ ଯେ ଯାହାକୁ ଆମେ ଏକ ଚମତ୍କାର ବୋଲି କହିପାରିବା । 17 ବର୍ଷ ହେବ ମନ୍ଦିର ଅଗଣାରେ ସାପ ଟିଏ ଘୁରି ବୁଲୁଛି ବୋଲି ମନ୍ଦିର ପୂଜକ ଓ ପରିଚାଳକ କହୁଛନ୍ତି ।

ବେଳେବେଳେ ଏହି ବିଷାକ୍ତ ସାପଟି ଭକ୍ତଙ୍କ ନିକଟକୁ ଆସି ଯାଇଥାଏ , ଏମିତିକି ମନ୍ଦିରର କୌଣସି ପର୍ବ ପର୍ବାଣି ହୁଏ ତେବେ ଠିକ୍ ସେତିକି ବେଳେ ସାପଟି ଭଗବାନଙ୍କ ମୂର୍ତ୍ତି ଓ ହୋମକୁଣ୍ଡ ନିକଟକୁ ଚାଲି ଆସିଥାଏ । ସେହି ସ୍ଥାନରେ ଘଣ୍ଟା ଘଣ୍ଟା ଧରି ରହିଥାଏ , ପୂଜା ଶେଷ ହେବା ପରେ ସାପଟିଏ ତା ମନେ ମନେ ତା ସ୍ଥାନକୁ ଫେରିଯାଏ । ମନ୍ଦିରର ପୂଜକ କହିବା ଅନୁଯାୟୀ ମନ୍ଦିର ଭିତରେ ପୂଜା ଅର୍ଚ୍ଚନା କରିବା ପାଇଁ ଶହ ଶହ ଲୋକ ଆସନ୍ତି । କିନ୍ତୁ କେବେହେଲେ କାହାରିକୁ କ୍ଷତି ପହଞ୍ଚାଇ ନାହିଁ , ସେଠାରେ ସେ ନିର୍ଭୟରେ ଯାତାୟତ କରୁଛି । ସେଠାକାର ସ୍ଥାନୀୟ ଲୋକମାନେ ମଧ୍ୟ ଏସମ୍ପର୍କରେ ନିଜର ଅଭିମତ ଦେଇଛନ୍ତି ।

ବିଷଧର ସାପ ଟିଏ ହେଲେ ମଧ୍ୟ ସେ ତାର କାର୍ଯ୍ୟ କରି ଚାଲିଛି , କୌଣସି ପ୍ରକାର କ୍ଷତି ମଧ୍ୟ ସେ କରୁ ନାହିଁ । ତେଣୁ ପ୍ରତ୍ୟେକ ବ୍ୟକ୍ତି ମାନେ ବିଷଧର ସାପ ଭାବି ସେମାନଙ୍କୁ ଯେଉଁ ଆଘାତ ଦେଉଛନ୍ତି , ଏହା କରିବା ସମ୍ପର୍ଣ୍ଣ ଭୁଲ ଅଟେ । କାରଣ ଏହିସବୁ ଭଗବାନଙ୍କ ର ଉତ୍ପତ୍ତି ,ସେ ହି ଏ ବିଶାଳ ଜଗତକୁ ସୃଷ୍ଟି କରିଛନ୍ତି ତେଣୁ ପ୍ରତ୍ୟେକ ଙ୍କର ଆବସ୍ଥାନ ଏ ପୃଥିବୀ ପାଇଁ ଅତ୍ୟନ୍ତ ଜରୁରୀ ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.