Swastik Tv News Odisha

ବୁଦ୍ଧି ପରୀକ୍ଷା – ଗୋଟେ ଘରରେ 5ଟି ପୁଅ ଅଛନ୍ତି – ଯାହାଙ୍କ ନାଁ RAJA , RAJE , RAJI , RAJO ଅଟେ , ତେବେ କୁହନ୍ତୁ ପଞ୍ଚମ ପୁଅର ନାଁ କଣ ? ବୁଦ୍ଧିମାନ ହିଁ ସଠିକ ଉତ୍ତର ଦେଇ ପାରିବ

0

ଆଜିର ସମାଜରେ ଶିକ୍ଷିତ ଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି ଏବଂ ସମସ୍ତ ପିଲାମାନଙ୍କ ମନରେ ଗୋଟିଏ ଭଲ ଜବ୍ କରିବା ପାଇଁ ଆଗ୍ରହ ରହିଛି । କିନ୍ତୁ ବର୍ତ୍ତମାନ ସମୟରେ ଚାକିରୀ ପାଇଁବା ବହୁତ କଷ୍ଟକର ହୋଇ ପଡିଲାଣି । କାରଣ ଯୁଆଡେ ଯାଆନ୍ତୁ ନା କାହିଁକି ସବୁଠାରେ ବୁଦ୍ଧିର ପରୀକ୍ଷା କରାଯାଉଛି । ଜଣେ ବୁଦ୍ଧିମାନ ବ୍ୟକ୍ତି ପକ୍ଷେ ଏହି ସବୁ ପ୍ରଶ୍ନର ଉତ୍ତର ଦେବା ବହୁତ ସହଜ ହୋଇଥାଏ । ପିଲାମାନଙ୍କୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ସାଧାରଣ ଜ୍ଞାନ ବହୁତ ସହାୟକ ହୋଇଥାଏ । ଏହା ଦ୍ୱାରା ଆମର ଜ୍ଞାନ ବୃଦ୍ଦି ହୋଇଥାଏ ଏବଂ ଦେଶ ବିଦେଶର ବିଭିନ୍ନ ରୋଚକ କଥା ବିଷୟରେ ମଧ୍ୟ ଜାଣି ହୋଇଥାଏ ।

ଆପଣ ମାନେ ଯେକୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଉଥିଲେ , ସାଧାରଣ ଜ୍ଞାନ ଆମକୁ ବହୁତ ସାହାର୍ଯ୍ୟ କରିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ କେତେ ଗୁଡିଏ ସାଧାରଣ ଜ୍ଞାନ ବିଷୟରେ ଜଣେଇବୁ , ଯାହା ଆପଣ ମାନେ ପୂର୍ବରୁ କେବେ ଶୁଣିନଥିବେ । ଯଦି ଆପଣ ଚାକିରୀ ପାଇଁ ପ୍ରସ୍ତୁତ ହେଉଛନ୍ତି , ତେବେ ଏହି ସାଧାରଣ ଜ୍ଞାନ ଆପଣଙ୍କୁ ବହୁତ ସାହାର୍ଯ୍ୟ କରିବ । ତେବେ ଆସନ୍ତୁ ସେହି ପ୍ରଶ୍ନ ଗୁଡିକ ବିଷୟରେ ଆଲୋଚନା କରିବା ।

1. କାହାକୁ ଦାନ କଲେ ନିଜର ବୃଦ୍ଧି ହୁଏ ଏବଂ ସାଇତି ରଖିଲେ କ୍ଷୟ ହୁଏ ?
ଉତ୍ତର – ଜ୍ଞାନ ।

2. ଖାଇଲେ କିଏ ମରେ ?
ଉତ୍ତର – ଭୋକ ।

3. ପବନ ଖାଇଲେ କିଏ ମରିଯାଇଥାଏ ?
ଉତ୍ତର – ଝାଳ ।

4. ମୁଁ ସବୁଠାରେ , ମାତ୍ର କେହି ଧରିପାରନ୍ତି ନାହିଁ ?
ଉତ୍ତର – ପବନ ।

5. ଏମିତି କେଉଁ ଜିନିଷ ଯାହାକୁ ଆମେ ବ୍ୟବହାର କରିବା ପୂର୍ବରୁ ପ୍ରଥମେ ଭାଙ୍ଗିବାକୁ ପଡିଥାଏ ?
ଉତ୍ତର – ଅଣ୍ଡା ।

6. କେଉଁ ଜାଗାରେ ଜଣେ ଚାହିଁଲେ ବି ଘୁଙ୍ଗୁଡି ମାରି ପାରେ ନାହିଁ ?
ଉତ୍ତର – ମହାକାଶ ।

7. ସେ କେଉଁ ଜିନିଷ ଯାହା ଆମେ ନ ଚାହିଁଲେ ବି ଆସିଥାଏ ?
ଉତ୍ତର – ମୃତ୍ୟୁ ।

8. ଏମିତି କେଉଁ ଫଳ ଅଛି ଯିଏ ମିଠା ହେବା ସତ୍ତ୍ୱେବି ବଜାରରେ ବିକା ଯାଏ ନାହିଁ ?
ଉତ୍ତର – ଧର୍ଯ୍ୟର ଫଳ ।

9. ଗୋଟେ ଘରରେ 5 ଟି ପୁଅ ଅଛନ୍ତି । ଯାହାଙ୍କ ନାଁ RAJA , RAJE, RAJI , RAJO ଅଟେ , ତେବେ କୁହନ୍ତୁ ପଞ୍ଚମ ପୁଅର ନାଁ କଣ ?
ଉତ୍ତର – ପଞ୍ଚମ ପୁଅର ନାଁ ରାଜୁ ଅଟେ , କାରଣ ଇଂରାଜୀରେ ପାଞ୍ଚଟି ସ୍ୱର ( A ,E ,I ,O, U ) ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.