ବ୍ରେନ୍‌ ଆନ୍ୟୁରିଜମ୍‌ ( Aneurysm ) କ’ଣ ଏବଂ ଏହାର କାରଣ କଣ ? Dr. Bimal Kumar Sahoo

ହଁ ଦର୍ଶକ ବନ୍ଧୁ ଆଜିର ଦୁନିଆରେ ଲୋକ ମାନଙ୍କ ଠାରେ ବିଭିନ୍ନ ପ୍ରକାରର ରୋଗ ଦେଖା ଯାଉଛି, ଆଉ ସେହି ରୋଗରୁ ଆମେ ମୁକ୍ତି ପାଇବା ପାଇଁ ବିଭିନ୍ନ ପ୍ରକାରର ଉପାୟ ମଧ୍ୟ କରିଥାଉ | ଅନେକ ସମୟରେ ଆମେ ରୋଗରୁ ମୁକ୍ତି ପାଇବା ପାଇଁ ଜୀବନ ସାରା ମେଡ଼ିସିନ ମଧ୍ୟ ଗ୍ରହଣ କରିଥାଉ | ତେବେ ବହୁତ ଗୁଡିଏ ରୋଗ ଏପରି ରହିଛି ଯାହା ଆମ ଜନ୍ମରୁ ଥାଏ ଓ କେତେକ ସମୟ ଅନୁସାରେ ବାହାରି ଥାଏ | ତେବେ ଆଜି ମୁଁ ଯୋଉ ତମରୋଗ ବିଷୟରେ ଆଲୋଚନା କରିବାକୁ ଯାଉଛି ତାହା ହେଉଛି ଅନ୍ୟୁ୍ରିଜିମ | ତେବେ ଆସନ୍ତୁ ସେହି ଅନ୍ୟୁ୍ରିଜିମ ରୋଗ ର କାରଣ ଲକ୍ଷଣ ବିଷୟରେ ଅଧିକ ଜାଣିବା |

 

ଅନ୍ୟୁରିଜିମ ରୋଗର ଲକ୍ଷଣ ସାଧାରଣତଃ ବ୍ରେନ ରେ ଦେଖା ଦେଇଥାଏ | ତେବେ ଯଦି ଆମ ବ୍ରେନରେ ଏହି ପ୍ରକାରର ରୋଗ ହୁଏ ତାହେଲେ, ତାହା ଆମ ବ୍ରେନ ଯନ୍ତ୍ରଣା ହେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ | ତାହା ବ୍ୟତୀତ ଏହି ରୋଗ ଆମ ବ୍ରେନ ରେ ଥିବା ଆରଟେରୀ ଉପରେ ପ୍ରଭାବ ପକାଇଥାଏ | ଆଉ ଯାହା ଫଳରେ ସେହି ଆମ ବ୍ରେନ ରେ ଥିବା ଆରଟେରୀରେ ବ୍ଲଡ଼ ଜମାଟ ହୋଇ ଗୋଟିଏ ସ୍ଥାନରେ ଫୁଲି ଯାଇଥାଏ ଓ ଅନ୍ୟ ଜାଗାରେ ଥିବା ଆରଟେରୀ ଗୁଡିକ ସରୁ ହୋଇଯାଇଥାଏ | ତେବେ ଏହି ପ୍ରକାରର ଲକ୍ଷଣ ଅଧିକ ଧୁମ ପାନ କରିବା ଓ ବ୍ଲଡ ପ୍ରେସର ଥିବା ରୋଗୀ ମାନଙ୍କ ଠାରେ ଦେଖା ଦେଇଥାଏ |

ରୋଗର ଲକ୍ଷଣ :-

ଏହି ପ୍ରକାରର ରୋଗ ସାଧାରଣତଃ ମହିଳା ମାନଙ୍କ ଠାରେ ବିଶେଷ ଭାବରେ ଦେଖା ଯାଇଥାଏ | ତାହା ବ୍ୟତୀତ 10 ବର୍ଷରୁ କମ ଛୋଟ ପିଲା ଓ 45-60 ବର୍ଷ ପର୍ଯ୍ୟନ୍ତ ଲୋକ ମାନଙ୍କ ଠାରେ ମଧ୍ୟ ଏହି ଭଳି ରୋଗ ଦେଖା ଯାଇଥାଏ | ତେବେ ଯାହା ଡକ୍ଟର ମାନଙ୍କର ମତ ରହିସଘୀ କି ମହିଳା ମାନଙ୍କୁ ଏହା ବିଶେଷ ଭାବରେ ପ୍ରଭାବିତ କରିଥାଏ | ତେବେ ଏହି ପ୍ରକାରର ରୋଗ ର ବି ବିଭିନ୍ନ ପ୍ରକାରର ଲକ୍ଷଣ ଦେଖା ଦେଇଥାଏ | ପ୍ରଥମେ ବିଶେଷ ଭାବରେ ମୁଣ୍ଡ ବିନ୍ଧିବା ଓ ମୁଣ୍ଡରେ ଯନ୍ତ୍ରଣା ହେବା ଓ ବହୁତ ଜୋର ପେନ ହେଲା ଭଳି ଲକ୍ଷଣ ପ୍ରଥମେ ଦେଖା ଦେଇଥାଏ | ତାହା ବ୍ୟତୀତ ଆଖିକୁ ଭଲ ଭାବରେ ଦେଖା ନ ଯିବା ଵା ଝାପ୍ସା ଦେଖା ଯିଵା ଭଳି ଲକ୍ଷଣ ମଧ୍ୟ ଦେଖା ଦେଇଥାଏ |

ତେବେ ଏହି ସବୁ ରୋଗରୁ ମୁକ୍ତି ପାଇବା ପାଇଁ ଆମେ ବିଭିନ୍ନ ପ୍ରକାରର ଉପାୟ ଆପଣାଇ ଥାଉ ଓ ଡାକ୍ତର ଙ୍କ ପାଖକୁ ଯାଇ ପରାମର୍ଶ ମଧ୍ୟ ନେଇଥାଉ | କିନ୍ତୁ ଡାଇବେଟିସ ଭଳି କିଛି ରୋଗ ଯଦି ଆପଣଙ୍କ ଶରୀରରେ ଥାଏ ତାହେଲେ ଏହି ରୋଗର ଚିକିତ୍ସା କରିବା କଷ୍ଟ କର ହୋଇଥାଏ | ଏହା ବ୍ୟତୀତ ଏହି ରୋଗର ଅପେରସନ ମଧ୍ୟ କରିବା ବହୁତ କ୍ରିଟିକାଲ ହୋଉଥାଏ ଯାହା ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି କରିଥାଏ | ତେବେ ଡାକ୍ତର ମାନେ ସେହି ଫୁଲିଯାଇଥିବା ଆଟେରୀରୁ ବ୍ଲଡ କାଢି ରୋଗୀକି ଅନ୍ୟୁ୍ରିଜିମ ଭଳି ରୋଗରୁ ରକ୍ଷା କରିଥାନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment