ଭାଇରାଲ ବୟ Santanu & Sital ଗାଇଲେ ଏମିତି ଗୀତ ” ଧୀରେ ଧୀରେ ପ୍ରେମ ଶିଖେଇ ଦେଲୁ “…ମାତ୍ର 4 ଘଣ୍ଟାରେ 140k ରୁ ଅଧିକ ଲୋକ ଦେଖି ସାରିଲେଣି…

ବନ୍ଧୁଗଣ ପୁଣି ଏକ ସୁନ୍ଦର୍ ମନଛୁଆଁ ମ୍ୟୁଜିକ ଭିଡିଓ କୁ ଭେଟି ଦେଇଛନ୍ତି କୁନି ଗାୟକ ଶାନ୍ତନୁ କୁମାର ମହାନ୍ତି ଏବଂ ଗାୟିକା ଶୀତଳ କବି। ଆପଣ ଯଦି ଜଣେ ସଙ୍ଗୀତ ପ୍ରେମୀ ହୋଇଥିବେ ତେବେ ନିଶ୍ଚିତ ଏହି ଗୀତର ଭାବ, ଏହାର ସ୍ବର ଆପଣଙ୍କୁ ନିଶ୍ଚିତ ଭଲ ଲାଗିବ।ବାସ୍ତବରେ ସଙ୍ଗୀତ ଆମ ଜୀବନର ଏକ ଅବଚ୍ଛେଦ୍ୟ ଅଙ୍ଗ ସଦୃଶ ଅଟେ। ଯେତେବେଳେ ବି ଆମେ ସଙ୍ଗୀତ ଶୁଣିବାକୁ ପାଉ ଆମ ମନ ଭିତରେ ଏକ ନୂତନ ଉନ୍ମାଦନା ସୃଷ୍ଟି ହୁଏ, ପୁଲକ ଖେଳି ଯାଇଥାଏ। ସଙ୍ଗୀତ ଆମ ନିରସ, କ୍ଳାନ୍ତ ଜୀବନରେ ରସ ଭରି ଦେଇଥାଏ।ଏହା ଆମକୁ ଏକ ମନୋରଂଜନ ର ସୁରାକ ଯୋଗାଇଥାଏ। ପ୍ରତିଟି ସଂଗୀତର ଏକ ଭିନ୍ନ ମାଧୁର୍ଯ୍ୟ ରହିଥାଏ।

ସେହିଭଳି ଆମ ଓଡ଼ିଆ ସଙ୍ଗୀତ ଏବେ ଅନେକାଂଶରେ ଏହାର ବିଶେଷତା କୁ ବଜାୟ ରଖିବାରେ ସଫଳ ହୋଇ ପାରିଛି। ଏବେ ଅନେକ ମନଛୁଆଁ ସଙ୍ଗୀତ ଭେଟି ଦେଉଛନ୍ତି ଗାୟକ ଗାୟିକା ଏବଂ ସଙ୍ଗୀତ ନିର୍ଦେଶକ ମାନେ। ତେବେ ଆପଣ ତ ଅନେକ ସଙ୍ଗୀତ ଶୁଣିଥିବେ କିନ୍ତୁ ଯେତେବେଳେ ଜଣେ କୁନି ପିଲାଟିଏ ଗୀତ ଗାଇଥାଏ, ତାର ସ୍ୱର ଅଧିକ ମଧୁର ଲାଗିଥାଏ ଶୁଣିବାକୁ ଏବଂ ଏହାକୁ ଶୁଣି ଆମେ ବହୁତ୍ ଖୁସି ହୋଇ ଯାଇଥାଉ।ବେଳେବେଳେ କିଛି ଏମିତି କୁନି ପ୍ରତିଭା ମାନଙ୍କୁ ଆମେ ଦେଖିବାକୁ ପାଇଥାଉ ଯାହା ଆମକୁ ବହୁତ୍ ଭଲ ଲାଗିଥାଏ। ଛୋଟ ଛୋଟ ପିଲା ମାନଙ୍କର ଏପରି ଗାୟିକୀ ର ଭିଡିଓ ଦେଖିବାକୁ ବହୁତ୍ ଖୁସି ଲାଗିଥାଏ।

ସେମାନଙ୍କ ଏଭଳି ଗୀତରେ ଏକ ଭିନ୍ନ ଧରଣର ଆନନ୍ଦ ବି ଭରି ରହିଥାଏ।ସେମାନଙ୍କ ଯେକୌଣସି ଗୀତ ଗାଉଥିବାର ଭିଡିଓ ହେଉ, ସେଥିରେ ଏକ ଭିନ୍ନ କୌତୁହଳ ଦେଖିବାକୁ ମିଳିଥାଏ। ତେଣୁ ଛୋଟ ପିଲା ମାନଙ୍କର ଗୀତ ଗାଇବା ର ଭିଡିଓ ଦେଖିବା ପାଇଁ ମନରେ ଏକ ଭିନ୍ନ ଆଗ୍ରହ ରହିଥାଏ। ଆମେ ସେମାନଙ୍କ କୁନି ପାଟିରେ ସେମାନଙ୍କ କଥାକୁ ଶୁଣି, ସ୍ଵରକୁ ଶୁଣି ବହୁତ୍ ଖୁସି ହୋଇ ଥାଉ। ସେହିପରି ଜଣେ କୁନି ପ୍ରତିଭା ଶାନ୍ତନୁ ଏବଂ ତାଙ୍କ ସହ ଗାୟିକା ଶୀତଲ କବି ଏବେ ଯେଉଁ ଗୀତ ଷ୍ଟୁଡିଓ ରେ ରେକର୍ଡ କରିଛନ୍ତି ତାହା ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି। ତାଙ୍କର ସ୍ୱରର ଯାଦୁ ଏବେ ସମସ୍ତଙ୍କୁ ଚକିତ କରିଛି ଏଵଂ ତାଙ୍କର ଏହି ଭାଇରାଲ ଗୀତକୁ ଥରେ ଆପଣ ଶୁଣିଲେ ନିଶ୍ଚିତ ଖୁସି ହୋଇଯିବେ।

ଏହି ଗୀତଟି ହେଉଛି ଧିରେ ଧିରେ ପ୍ରେମ ଶିଖେଇ ଦେଲୁ।ଏହି ସୁନ୍ଦର୍ ରୋମାଣ୍ଟିକ ଗୀତର ଲିରିକ୍ସ କରିଛନ୍ତି ବିକୁ ବାବୁ ଏବଂ ଏହାର ମ୍ୟୁଜିକ କରିଛନ୍ତି ଚିନ୍ମୟ ଦାସ୍ ଏବଂ ବିଭୁନ। ପ୍ରାପ୍ତି କ୍ରିଏସନ୍ ଷ୍ଟୁଡିଓ ରେ ପ୍ରସ୍ତୁତ ଏହି ମନଛୁଆଁ ଗୀତ ଏବେ ସମସ୍ତଙ୍କ ହୃଦୟକୁ ଛୁଇଁ ବାରେ ଲାଗିଛି। ଆପଣ ବି ଶାନ୍ତନୁ ଙ୍କ ଏହି ଗୀତକୁ ଶୁଣିଲେ ନିଶ୍ଚିତ ଖୁସି ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment