Swastik Tv News Odisha

ମରିଗଲା କି ମାନବିକତା ! ଏହି ଦୃଶ୍ୟଟି ଦେଖିଲେ ଗୋଡ ତଳୁ ମାଟି ଖସି ଯିବ…ଦେଖନ୍ତୁ ଭିଡ଼ିଓ

0

ଆଜିକାଲି ଦୁନିଆରେ ଲୋକ ମାନଙ୍କ ନିକଟରେ ମଣିଷ ପଣିଆ ବୋଲି ଜିନିଷ ଦେଖିବାକୁ ମିଳୁନାହିଁ। ସମସ୍ତେ ସବୁବେଳେ ନିଜ କାର୍ଯ୍ୟ ଉପରେ ଧ୍ୟାନ ଦେଇ ଥାଆନ୍ତି ଓ ନିଜ ଛଡା ଅନ୍ୟ କାହାରି କଥା ମଧ୍ୟ ଭାବନ୍ତି ନାହିଁ। ଯେଉଁ ମାନେ ବି ଅସୁବିଧାରେ ପଡି ଥାଆନ୍ତି, ତାଙ୍କୁ ସାହାଯ୍ୟ ଓ ସହଯୋଗ କରିବା ପାଇଁ କେହି ଆସି ନଥାନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଦୁଃଖ ପ୍ରକାଶ କରିବେ। ତେବେ ଘଟଣାଟି ହେଉଛି, ଜଣେ ମାଆଟି ତା’ର ଦିବ୍ୟଙ୍ଗ ଛୁଆକୁ ଧରି ଜିଲ୍ଲାପାଳଙ୍କ ପାଖକୁ ସାହାଯ୍ୟ ମାଗିବା ପାଇଁ ଆସିଥିଲେ କିନ୍ତୁ ସେଠାରୁ ଖାଲି ହାତରେ ଫେରି ଯାଇଛନ୍ତି ବୋଲି ସୂଚନା ରହିଛି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା ;

ଏଭଳି ଘଟଣା ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକର ରାଜୀବ ଗାନ୍ଧୀ ସେବା କେନ୍ଦ୍ରରୁ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ବୋଲଗଡ଼ ବ୍ଲକ ମଣ୍ଡଳ ସାହି ଗାଁ ରେ ଶାନ୍ତିଲତା ନାମକ ଜଣେ ମହିଳାଙ୍କ ଘର ଅଟେ, ବଳରାମ ସାହୁ ନାମକ ତାଙ୍କର ଗୋଟେ ଛୋଟ ପୁଅଟିଏ ଅଛି ଓ ତାହାର ବୟସ ମାତ୍ର ୭ ବର୍ଷ ଅଟେ। ସେହି ଛୋଟ ପିଲାଟି କଥା କହି ପାରେ ନାହିଁ କି ଚାଲି ମଧ୍ୟ ପାରେ ନାହିଁ, ସେ ଦିବ୍ୟଙ୍ଗ ଅଟେ ଓ ସେ ସବୁବେଳେ ଶୋଇ ରହିଥାଏ। ଅଭାବ ଅନାଟନ ସାଙ୍ଗକୁ ପୁଣି ଛୁଆଟିର ଏଭଳି ଅବସ୍ଥାକୁ ନେଇ ମହିଳା ଜଣଙ୍କ ବହୁତ ଦୁଃଖ କଷ୍ଟରେ ରହି ଥାଆନ୍ତି ଓ ପିଲାଟି ପାଇଁ ସବୁବେଳେ ଚିନ୍ତାରେ ରହି ଆସୁ ଥାଆନ୍ତି।

ମହିଳା ଜଣଙ୍କ ତା’ର ସେହି ପିଲାଟିର ଚଳଣି ଓ ଚିକିତ୍ସ କରିବା ପାଇଁ କିଛି ସହାୟତା ଲାଗି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପାଖକୁ ନିଜର ଦୁଃଖ ଜଣାଇ ଗୁହାରି କରିବା ପାଇଁ ଆସିଥିଲେ। ତେବେ ମହିଳା ଜଣଙ୍କ ଛୁଆଟିକୁ ବାରଣ୍ଡାରେ ଗଡାଇ ଦେଇଥିଲେ ଓ ଜିଲ୍ଲାପାଳଙ୍କ ନିକଟକୁ ଧାଇଁ ଆସିଥିଲେ। କିନ୍ତୁ ସେଠାରେ ଆସି ଦେଖନ୍ତି ଯେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଚାଲିଛି। ଅନେକ ସମୟ ଧରି ପିଲାଟି ସେମିତି ବାରଣ୍ଡାରେ ପଡି ରହିଥିଲା। ଜିଲ୍ଲାପାଳଙ୍କ ପାଖକୁ ନିଜ ସମସ୍ୟା ଜଣାଇବା ଆସିଥିବା ଲୋକ ମାନେ, ପୋଲିସ କର୍ମଚାରୀ ମାନେ ଓ ସେଠାରେ ଅନ୍ୟ ବାବୁ ଲୋକ ମାନେ ସବୁ ବସି ଥାଆନ୍ତି।

ଜିଲ୍ଲାପାଳଙ୍କୁ କ’ଣ ଦାବି ପତ୍ର ପ୍ରଦାନ କରିବେ ଓ ଆଉ କେହି ଗୋଡ଼ ହଲାଇ ମୋବାଇଲରେ ଗପୁ ଥାଆନ୍ତି କିନ୍ତୁ ପିଲାଟି ଉପରେ ଯେମିତି କାହାର ନଜର ପଡୁ ନଥାଏ। ହେଲେ ଦିବ୍ୟଙ୍ଗ ମାନଙ୍କ ପାଇଁ ଅନେକ ଯୋଜନା ଥିଲେ ମଧ୍ୟ ମହିଳାଙ୍କୁ ଏହି ବିଷୟରେ ଜଣା ନଥିଲା ଓ ଶେଷରେ ପିଲାଟିକୁ ଧରି ନିରାଶ ହୋଇ ଘରକୁ ଫେରିଥିଲେ। ତେବେ ବନ୍ଧୁଗଣ ଜିଲ୍ଲାପାଳଙ୍କ ଜନ ଶୁଣାଣି କେହି ଶୁଣିଲେ ନାହିଁ, କିନ୍ତୁ ଯଦି ଏହି ଗରିବ ଛୁଆଟି ପାଇଁ ସ୍ଥାନୀୟ ଲୋକ ମାନେ ଏଭଳି ଅବସ୍ଥାକୁ ବୁଝି ପ୍ରଶାସନକୁ ଜଣାଇବେ ବୋଲି ଆଶା ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.