Swastik Tv News Odisha

ମଶା ( Mosquitos ) ଘଉଡେଇବାର ଆୟୁର୍ବେଦିକ ଉପାୟ

0

ମଶା କାମୁଡିବା ଦ୍ୱାରା ଡେଙ୍ଗୁ , ମ୍ୟାରେଲିଆ , ବାତଜ୍ୱର , ଚିକେନଗୁନିଆ ଭଳି ଭୟଙ୍କର ରୋଗ ହେବାର ଆଶଙ୍କା ଥାଏ । ଏହି ମାଶା ମାନଙ୍କ ଠାରୁ ବଞ୍ଚିବା ପାଇଁ ଆମ୍ଭେମାନେ ମାର୍କେଟରୁ ମିଳୁଥିବା କେମିକାଲ ଯୁକ୍ତ ପ୍ରଡକ୍ଟର ବ୍ୟବହାର କରିଥାଉ । ଯାହା ଆମ ହେଲ୍ଥ ପାଇଁ ହାନିକାରକ ହୋଇଥାଏ , ସେଥିପାଇଁ ଆପଣ ମାନେ ଘରେ କେବଳ ପ୍ରାକୃତିକ ଉପାୟରେ ମଶା ଘୋଉଡାଇବାର ପଦ୍ଧତି ଆପଣାନ୍ତୁ । ତେବେ ଆସନ୍ତୁ ଜାଣିବା ନେଚୁରାଲ ମସକ୍ୟୁଟୋ ପ୍ରସ୍ତୁତି ପ୍ରଣାଳୀ ବିଷୟରେ ।

ଆବଶ୍ୟକ ସାମଗ୍ରୀ :-

1. ନଡିଆତେଲ
2. ନିମ୍ୱତେଲ
3. କର୍ପୂର

ପ୍ରସ୍ତୁତି ପ୍ରଣାଳୀ :-

ଆଜିର ଏହି ନେଚୁରାଲ ମସକ୍ୟୁଟ ରିଭେଲେଣ୍ଟ ବନେଇବା ପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀର ଆବଶ୍ୟକତା ପଡିବ ତାହା ଅଟେ ନଡିଆ ତେଲ । ଏହି ଉପଚାର ବନେଇବା ପାଇଁ ଆପଣ ପ୍ରଥମେ 4 ଚାମଚ ନଡିଆତେଲ ଗୋଟେ ପାତ୍ରକୁ ନିଅନ୍ତୁ । ଏବେ ଏଥିପାଇଁ ଆବଶ୍ୟକ ନିମ୍ୱ ତେଲ , ନିମ୍ୱ ତେଲ ଆପଣଙ୍କୁ କୌଣସି ପୁଟୁଳି ବଣିଆ ଦୋକାନରୁ ନିଶ୍ଚୟ ମିଳିଯିବ । ଏହି ନଡିଆ ତେଲରେ 2 ଚାମଚ ନିମ୍ୱ ତେଲ ମିଶାନ୍ତୁ । ଏଥିପାଇଁ ତୃତୀୟ ସାମଗ୍ରୀ ବା ଶେଷ ସାମଗ୍ରୀର ଆବଶ୍ୟକତା ପଡିବ ତାହା ଅଟେ କର୍ପୂର । ପୂଜାରେ ବ୍ୟବହାର କରାଯାଉଥିବା କର୍ପୂର ଆପଣ ଏଥିରେ ପ୍ରୟୋଗ କରନ୍ତୁ । କର୍ପୂର ମାତ୍ର ଗୋଟିଏ ଖଣ୍ଡ ଏଥିରେ ପ୍ରୟୋଗ କରନ୍ତୁ , ଏହା ସମ୍ପୂର୍ଣ୍ଣ ନେଚୁରାଲ ମସକ୍ୟୁଟ ରିପେଲେଣ୍ଟ ଅଟେ ।

ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ କୌଣସି ପ୍ରକାର କ୍ଷତି ପହଞ୍ଚାଇ ନଥାଏ , ଏହା ଆପଣଙ୍କ ମସ୍ତିଷ୍କ ପାଇଁ ବହୁତ ଲାଭ ଦାୟକ ଅଟେ । ଏଥିରୁ ଯେଉଁ ସୁଗନ୍ଧ ବାହାରିଥାଏ ତାହା ଆପଣଙ୍କ ମସ୍ତିଷ୍କକୁ ଖୀପ୍ର କରିଥାଏ । ମଶା ଘୋଉଡାଇବା ବଜାରରୁ ମିଳୁଥିବା ଲିକୁଇଡ ବା କଏଲ ର ପ୍ରୟୋଗ ନକରି ଆପଣ ଏହି ନେଚୁରାଲ ରେମିଡର ପ୍ରୟୋଗ କରନ୍ତୁ ମଶା ଘୋଉଡାଇବା ପାଇଁ । ଏବେ ଆପଣ ଏହି କର୍ପୂର ଗୁଣ୍ଡକୁ ଏହି ତେଲରେ ମିଶେଇ ଦିଅନ୍ତୁ , ଏବେ ଆପଣ ସେହି ସମସ୍ତ ସାମଗ୍ରୀକୁ ଭଲ ଭାବରେ ମିକ୍ସ କରି ନିଅନ୍ତୁ । ବର୍ତ୍ତମାନ ଉପଚାର ପ୍ରସ୍ତୁତ ହୋଇ ସାରିଛି ।

ପ୍ରୟୋଗ ପ୍ରଣାଳୀ :-

ଏବେ ଆପଣଙ୍କୁ ଆବଶ୍ୟକ ପଡିବ ଗୋଟିଏ ଦୀପର , ପ୍ରଥମେ ଆପଣ ଗୋଟିଏ ଦୀପ ନିଅନ୍ତୁ ସେଥିରେ ଗୋଟିଏ ବଳିତା ଲଗେଇ ଦିଅନ୍ତୁ । ଏବେ ଆପଣ ସେହି ତେଲକୁ ସେଥିରେ ପକାନ୍ତୁ ଏବେ ଆମର ଦୀପ ପ୍ରସ୍ତୁତ ହୋଇଗଲା । ଏବେ ଏହାକୁ ଜଳେଇ ନିଅନ୍ତୁ , ଏହି ଦୀପକୁ ଆପଣ ସେହି ସ୍ଥାନରେ ରଖନ୍ତୁ ଯେଉଁ ସ୍ଥାନରେ ଅଧିକ ମଶା ଲାଗୁଥିବ । ଆପଣ ଏହି ନେଚୁରାଲ ମସକ୍ୟୁଟ ରିପଲେଣ୍ଟର ପ୍ରୟୋଗ କରନ୍ତୁ , ଦେଖିବେ ମଶା କାମୁଡିବା ତ ଦୂରରେ ଥାଉ ଆପଣଙ୍କ ଆଖ ପାଖରେ ମଧ୍ୟ ମଶା ଦେଖାଯିବେ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.