Swastik Tv News Odisha

ମହମ୍ମଦ ଅଜିଜ stage ଉପରେ ଗାଇଲେ ସାରା ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଗୀତ… ମାତ୍ର 4 ଘଣ୍ଟାରେ 96 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ବାସ୍ତବରେ ସଙ୍ଗୀତ ଆମ ଜୀବନର ଏକ ଅବଚ୍ଛେଦ୍ୟ ଅଙ୍ଗ ସଦୃଶ ଅଟେ। ଯେତେବେଳେ ବି ଆମେ ସଙ୍ଗୀତ ଶୁଣିବାକୁ ପାଉ ଆମ ମନ ଭିତରେ ଏକ ନୂତନ ଉନ୍ମାଦନା ସୃଷ୍ଟି ହୁଏ, ପୁଲକ ଖେଳି ଯାଇଥାଏ। ସଙ୍ଗୀତ ଆମ ନିରସ, କ୍ଳାନ୍ତ ଜୀବନରେ ରସ ଭରି ଦେଇଥାଏ।ଏହା ଆମକୁ ଏକ ମନୋରଂଜନ ର ସୁରାକ ଯୋଗାଇଥାଏ। ଯଦି ଆପଣ ନବେଦଶକର ସଙ୍ଗୀତ ସବୁକୁ ଶୁଣିବେ ତେବେ ଜାଣି ପାରିବେ ସଙ୍ଗୀତର ଅର୍ଥ ଏବଂ ଭାବ କେତେ ନିଆରା ଏବଂ ଜୀବନ୍ତ ଅଟେ। ସେତେବେଳର ସଙ୍ଗୀତ ଗୁଡିକର ଲେଖା, ସଂଯୋଜନା ବେଶ୍ ଉଚ୍ଚ କୋଟୀର ରହିଥିଲା ଏବଂ ଲୋକଙ୍କ ମନକୁ ଛୁଇଁବାରେ ସଫଳ ହେଉଥିଲା।

ଏବେବି ସେହି ସବୁ ସଙ୍ଗୀତର ମଧୁରତା ରହିଛି ଏବଂ ଲୋକେ ଏହାକୁ ଶୁଣି ବହୁତ୍ ଖୁସି ହୁଅନ୍ତି ଏବଂ ବାରମ୍ଵାର ଶୁଣିବାକୁ ଭଲ ପାଆନ୍ତି। ମନ ଭିତରେ ଗୁଣୁଗୁଣୁ ହୁଅନ୍ତି ସେହି ସଙ୍ଗୀତ। ଏବେବି ସେସବୁ ପୁରୁଣା ସଙ୍ଗୀତ ମନ ଭିତରେ ଏକ ଉନ୍ମାଦନା ଏବଂ ଭାବ ସୃଷ୍ଟି କରେ। ଶବ୍ଦ ସଂଯୋଜନା ସାଙ୍ଗକୁ ଆଳଙ୍କାରିକ ଭାବରେ ଏପରି ସେହି ସଙ୍ଗୀତ ଗୁଡ଼ିକ ତିଆରି ହେଉଥିଲା ଯାହାକୁ ଶୁଣି ଶ୍ରୋତା ଭାବ ବିହ୍ୱଳ ହୋଇ ପଡୁଥିଲେ। ଏହିଭଳି ସଂଗୀତ ପ୍ରାୟତଃ ସବୁ ଭାଷାରେ ରହିଛି। ସବୁ ଭାଷାଭାଷୀ ର ଶ୍ରୋତା ଏହିଭଳି ସଙ୍ଗୀତକୁ ଶୁଣିବାକୁ ବହୁତ୍ ଭଲ ପାଆନ୍ତି। ଆମ ଓଡ଼ିଆ ଭାଷାରେ ମଧ୍ୟ ଏନେକ ଏପରି ଏଭର୍ ଗ୍ରୀନ ସଙ୍ଗୀତ ରହିଛି।

ସେହିପରି ଏକ ଏଭର୍ ଗ୍ରୀନ ସଙ୍ଗୀତ ହେଉଛି, ସ୍ମୃତି ଏକ ରୂପା ଜହ୍ନ।ଏହି ସଂଗୀତ ହେଉଛି ଲୋକପ୍ରିୟ ଓଡ଼ିଆ ଚଳଚିତ୍ର ଚକା ଭଉଁରୀ ର ଏକ ଗୀତ। ଏହାକୁ ଗାଇଥିଲେ ଜଣେ ସୁନାମଧନ୍ୟ ଗାୟକ, ଜଣେ ଜଣାଶୁଣା ଲୋକପ୍ରିୟ ସିଙ୍ଗର, ଯିଏକି ସମସ୍ତ ଙ୍କ ହୃଦୟରେ ଏବେବି ରହିଛନ୍ତି, ଯାହାଙ୍କ ନାମ ହେଉଛି ମହମ୍ମଦ ଅଜିଜ୍। ତାଙ୍କର ଗାୟିକି କେତେ ଉଚ୍ଚ କୋଟୀର, କେତେ ମନଛୁଆଁ ତାହା ତ ଆପଣ ଜାଣିଥିବେ।ସେ ଅନେକ ଭାଷାରେ ଅନେକ ସୁନ୍ଦର୍ ସୁନ୍ଦର୍ ଗୀତ ସବୁ ଗାଇ ଲୋକଙ୍କ ହୃଦୟକୁ କିଣିବାରେ ସଫଳ ହୋଇଛନ୍ତି। ଯଦିଓ ସେ ଏବେ ଆମ ଗହଣରେ ନାହାଁନ୍ତି କିନ୍ତୁ ତାଙ୍କର ଅନେକ ହୃଦୟସ୍ପର୍ଶୀ ସଙ୍ଗୀତ ଏବେବି ଆମ ନିକଟରେ ସ୍ମୃତି ହୋଇ ରହିଛି।

ମହମ୍ମଦ ଅଜିଜ ହିନ୍ଦି, ବଙ୍ଗଳା ଏବଂ ଓଡ଼ିଆ ଭାଷାରେ ଅନେକ ଅଭୁଲା ସଙ୍ଗୀତ ଗାଇ ସମସ୍ତଙ୍କ ହୃଦୟ ଜିଣିଛନ୍ତି। ତେବେ ସ୍ମୃତି ଏକ ରୂପା ଜହ୍ନ ସଙ୍ଗୀତ ଏତେ ସୁନ୍ଦର୍ ସ୍ଵରରେ ସେ ଗାଇଛନ୍ତି ଯାହାକୁ ଶୁଣିଲେ ଆପଣ ଖୁସି ହେବା ସହିତ ଭାବ ବିହ୍ୱଳ ହୋଇ ଯିବେ।ସେ ଏକ ଷ୍ଟେଜ ରେ ଏହି ସଙ୍ଗୀତ ଗାଉଥିବାର ଏହି ଭିଡିଓ ଦେଖି ବହୁତ୍ ଖୁସି ଲାଗୁଛି ଏବଂ ତାଙ୍କର ସ୍ମୃତି ପୁଣିଥରେ ଉଜ୍ଜିବିତ ହୋଇ ଯାଉଛି।ଏହା ଏକ ଏଭଳି ସଙ୍ଗୀତ ଯାହାକୁ ଯେତେଥର ଶୁଣିଲେ ବି ଆହୁରି ଶୁଣିବାକୁ ଇଚ୍ଛା ହେବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.