Swastik Tv News Odisha

ମାଆର ଭିଣେଇ ସହିତ ପରକୀୟା ପ୍ରୀତି ପାଇଁ ବଳି ପଡିିଗଲା 2 ମାସର ଶିଶୁ, ପୁଅକୁ ମାରି କୂଅକୁ ପକାଇଦେଲା ମାଆ…ଦେଖନ୍ତୁ ଭିଡ଼ିଓ

0

ଗୋଟିଏ ମା ତାର ସନ୍ତାନ ପାଇଁ ରକ୍ଷାକବଚ ସାଜିଥାଏ , ତାର ଖୁସୀ ପାଇଁ ସେ ସବୁକିଛି ପରିସ୍ଥିତିକୁ ସାମ୍ନା କରିବାକୁ ପଛଘୁଞ୍ଚା ଦେଇ ନଥାଏ । ମା ପାଇଁ ତାର ଶୁଶୁ ସବୁକିଛି ହୋଇଥାଏ , ଅନେକ କଷ୍ଟ ଯନ୍ତ୍ରଣା ସହି ଶିଶୁ କୁ ଦୁନିଆକୁ ଆଣିଥାଏ । କିନ୍ତୁ ବର୍ତ୍ତମାନ ସମୟରେ ଏମିତି କିଛି ଦୃଶ୍ୟ ସାମ୍ନାକୁ ଆସୁଛି , ଯାହାକୁ ଦେଖି ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ଭାବିବା ପାଇଁ ବାଧ୍ୟ ହେବେ ଜଣେ ମା ମଧ୍ୟ ନିଜ ସନ୍ତାନ ପାଇଁ ପିସାଚିନୀ ପାଲଟି ପାଇପାରେ ।

କଥାରେ ଅଛି ଯେତେବେଳେ ଘର ଢିଙ୍କି ଯେତେବେଳେ କୁମ୍ଭୀର ପାଲଟିଯାଏ , ତେବେ ଧାନ କେମିତି କୁଟିବ । ଆଉ ଏବେ ଏଇ ସବୁ ଲୋକକଥା ସତ ପ୍ରମାଣିତ ହୋଇଛି , ପରକୀୟା ପ୍ରତୀ ପାଇଁ ମା ପାଲଟିଯାଇଛି ପିସାଚିନି । ଜନ୍ମକଲା ମା ପାଲଟି ଯାଇଛି ସଇତାନ , ନିଜ ଦୁଇ ମାସର ଛୁଆର ତଣ୍ଟିଚିପି ମାରିଦେଇଛି ମା । ହେଲେ ସେଇଟି ଏଇ ବର୍ବରତାର ଅନ୍ତ ହୋଇ ନାହିଁ ବରଂ ମାରି ସାରିବା ପରେ କଅଁଳ ନିଷ୍ପାପ ଛୁଆଁକୁ ଅଖାରେ ଭର୍ତ୍ତି କରି କୂଆ ଭିତପରି ପୂରାଇ ଦେଇଛି ମା । ଏହା ଶୁଣି ଲୋକମାନେ ମଧ୍ୟ ହତବାକ୍ ହୋଇଯାଇଛନ୍ତି ।

ଏମିତି ଏକ ଅମାନବୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ମାରସାଘାଇ ଅଞ୍ଚଳରେ , ମାରସାଘାଇ ଥାନା କାନପୁର ଗାଁର ସତ୍ୟରଞ୍ଜନ ଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ପରୀଡା ଗତ ଦୁଇ ମାସ ପୂର୍ବରୁ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ହେଲେ କଅଁଳ ଶିଶୁ ପୁତ୍ରର ତଣ୍ଟିଚିପି ମାରି ଅଖାରେ ପୂରାଇ କୂଅକୁ ଫୋପାଡି ଦେଇଥିବାର ଅଭିଯୋଗ ହୋଇଛି । ଯେତେବେଳେ ବହୁ ସମୟ ଧରି ଘରଲୋକ ଛୁଆକୁ ଖୋଜାଖୋଜି କରିଥିଲେ , ସେତେବେଳେ ମା ନିଜ ମୁହଁରେ ସବୁ କଥା ସ୍ୱୀକାର କରିଥିବା କଥା ଏବେ ସାମ୍ନାକୁ ଆସିଛି । ଏହାର କାରଣ ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ , ଏହା ଅନ୍ୟ କୌଣସି କାରଣ ପାଇଁ ନୁହଁ ବରଂ ଭିଣଇ ସହ ପରକୀୟା ପ୍ରୀତି ଥିବାରୁ କଅଁଳା କ୍ଷୀର ଖିଆ ଛୁଆଟିକୁ ମା ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ ।

ଏ ସମ୍ପର୍କରେ ଅଭିଯୋଗ କରିବା ପରେ ଖବର ପାଇଁ ମାଲସାଘାଇ ପୋଲିସ ଅଗ୍ନିସମ ବିଭାଗ ସହାୟତାରେ କୂଅ ଭିତରୁ ମ଼ୃତ ଶିଶୁ ପୁତ୍ରର ଶବ ଉଦ୍ଧାର କରିଛି । ଏପଟେ ପୋଲିସ ଲକ୍ଷ୍ମୀପ୍ରିୟା ଏବଂ ସ୍ୱାମୀ ସତ୍ୟରଞ୍ଜନ ଙ୍କୁ ଅଟକ ରଖି ଅଧିକ ପଚରା ଉଚରା କରୁଛି । ହେଲେ ଏ ଘଟଣା ପରେ ମାଆ ଶବ୍ଦ ଉପରେ କଳଙ୍କ ଲାଗିଛି , ବାହୁନି ବାହୁନି ମା ଶବ୍ଦକୁ ବାରମ୍ୱାର ପ୍ରଶ୍ନ କରୁଛି ଗୋଟିଏ ଛୁଆ । ସତରେ କଣ ମା ଏତେ ନିର୍ଦ୍ଦୟ ହୋଇପାରେ , ଗର୍ଭକଷ୍ଟ ସହି ନିଜ ଜନ୍ମ କଲା ଶିଶୁକୁ ସତରେ କଣ ଗୋଟେ ମା ମାରି ଦେଇପାରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.