Swastik Tv News Odisha

ମାଡାମ ମୋତେ କହିଲେ ଯେତେ ଗୋରୀ ସେତେ ଷ୍ଟୋରୀ, ସ୍କୁଲରେ ଛାତ୍ରୀ ଶିକ୍ଷୟତ୍ରୀ ଝଗଡା ଭିଡିଓ ଭାଇରାଲ…ଦେଖନ୍ତୁ ଭିଡ଼ିଓ

0

ଆଜିର ଜେନେରେସନର ପିଲାମାନଙ୍କ ମନରେ ଟିକିଏ ହେଲେ ଭୟ ନାହିଁ , ବଡ ତଥା ଗୁରୁଜନ ମାନଙ୍କ ପ୍ରତି ମଧ୍ୟ ମନରେ ଟିକିଏ ହେଲେ ଡର ନାହିଁ । ଅନ୍ୟାୟ ବିରୋଧରେ ଲଢିବା ପାଇଁ ସେମାନେ କୌଣସି ବି ସ୍ତରକୁ ଯାଇ ପାରନ୍ତି ଏବଂ କିଛି ବି କରି ପାରନ୍ତି । ତେବେ ସେମିତି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି , ଯାହା ଦେଖିବା ପରେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । କ୍ଲାସରୁମ ଭିତରେ ଚାଲିଛି ତୁ ତୁ ମେ , ଜଣେ ଶିକ୍ଷୟତ୍ରୀ ଓ ଛାତ୍ରୀଙ୍କ ମଧ୍ୟରେ ଯୁକ୍ତି ତର୍କ ।

ଭିଡିଓ ଦେଖି ଆପଣ ମାନେ ନିଶ୍ଚୟ ଜାଣିପାରୁଥିବେ ପୂରା ଘଟଣାଟି କଣ , ଛାତ୍ରୀ ଜଣକୁ ଶିକ୍ଷୟତ୍ରୀ କିଛି ଅପମାନ ଜନକ କଥା କହିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ପରବର୍ତ୍ତୀ ସମୟରେ ଛାତ୍ରୀ ଜଣକ ତାଙ୍କ ମା ଙ୍କୁ ନେଇ ସ୍କୁଲରେ ପହଞ୍ଚିଥିଲେ । ସେହିଭଳି କ୍ଲାସ ଚାଲିଥିବା ବେଳେ ଉଭୟ ମା ଏବଂ ଝିଅଙ୍କର ଭୟଙ୍କର ଯୁକ୍ତି ତର୍କ ହୋଇଥିଲା ଶିକ୍ଷୟତ୍ରୀଙ୍କ ସହ । କ୍ଲାସ ରୁମରେ ଉପସ୍ଥିତ ଥିବା କିଛି ପିଲାଙ୍କୁ ମଜା ଲାଗୁଥିଲା କାରଣ ସେମାନେ ନିଜ ନିଜର ମୋବାଇଲ ଧରି ଘଟଣାର ରେକର୍ଡ ମଧ୍ୟ କରୁଥିବାର ନଜର ଆସିଥିଲେ ।

ତେବେ ସମ୍ପୂର୍ଣ୍ଣ ଘଟଣାଟି କେନ୍ଦୁଝର ମାଇନିଙ୍ଗ ସ୍କୁଲରେ ପାଠ ପଢୁଥିବା ଛାତ୍ରୀ ଅନନ୍ୟା ଦାସ , ତାଙ୍କର ଜଣେ ଶିକ୍ଷୟତ୍ରୀ କୁନି ମାଡାମ ଙ୍କ ବିରୋଧରେ ମାନସିକ ନିର୍ଯାତନା , ଜୀବନରୁ ମାରିଦେବା ମାର୍କ କାଟିଦେବାକୁ ଧମକ୍ ଏବଂ ପାଠରେ ତାଙ୍କୁ ହଇରାଣ କରୁଥିବାର ଅଭିଯୋଗ ଆଣିଛନ୍ତି । ଏହାକୁ ନେଇ ପରିବାର ଲୋକେ ସ୍କୁଲ ପ୍ରିନ୍ସପାଲ ଙ୍କ ସମେତ ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି । ଛାତ୍ରୀ ଅନନ୍ୟା ଙ୍କ କହିବା କଥା କୁନି ମାଡମ ତାଙ୍କୁ ପସନ୍ଦ କରନ୍ତି ନାହିଁ ଏବଂ ପିଲା ମାନଙ୍କ ସାମ୍ନାରେ ତାଙ୍କୁ ବହୁତ ଅପମାନ ଜନକ କଥା କୁହନ୍ତି ।

ଏହା ସହିତ ମାନସିକ ନିର୍ଯାତନା ମଧ୍ୟ ଦେଉଛନ୍ତି , ସେଥି ପାଇଁ ଛାତ୍ରୀ ଜଣକ ବାଧ୍ୟ ହୋଇ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ଅନନ୍ୟା ଓ ତାଙ୍କ ମା ଏ ସମ୍ପର୍କରେ ସ୍କୁଲ ର ପ୍ରିନ୍ସିପାର୍ଲ କୁ ଜଣାଇଥିଲେ । ପ୍ରିନ୍ସପାର୍ଲଙ୍କ ଆନୁପସ୍ଥିତିରେ ଅନ୍ୟ ଜଣେ ସାର୍ ତାଙ୍କୁ ଶିକ୍ଷୟତ୍ରୀଙ୍କ ସହ କଥାହେବା ପାଇଁ ଅନୁମତି ଦେଇଥିଲେ । ତେବେ ଏ ସମ୍ପର୍କରେ ଛାତ୍ରୀ ଜଣକ ଶିକ୍ଷୟତ୍ରୀ ଙ୍କ ସହ କଥା ହେବା ପରେ ପରସ୍ପର ଭିତରରେ ଯୁକ୍ତି ତର୍କ ଆରମ୍ଭ ହୋଇଥିଲା ।

ତେବେ ଏମିତି ଏକ ଘଟଣା ସ୍କୁଲର ଶୈକ୍ଷିକ ବାତାବରଣ କୁ ନଷ୍ଟ କରୁଥିବା ବେଳେ ଗୁରୁ ଶିଷ୍ୟ ପରମ୍ପରାକୁ ମଧ୍ୟ କଳଙ୍କିତ କରୁଛି । ଏଥିସହିତ ଏହାର ଖରାପ ପ୍ରଭାବ ସିଧାସଳଖ ଆମ ଯୁବପିଢୀ ମାନଙ୍କ ଉପରେ ପ୍ରଭାବ ପକାଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.