ହଁ ଦର୍ଶକ ବନ୍ଧୁ ଆମେ ଜାଣିଛୁ କି ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ଆମେ ଆମର ଖାଦ୍ୟ ଆଉ ପେୟ ଉପରେ ବିଶେଷ ଭାବରେ ଧ୍ୟାନ ଦେବା ଆବଶ୍ୟକ ହୋଇଥାଏ | ଯଦି ଆମେ ଆମର ଶରୀରର ବିଭିନ୍ନ ଅଙ୍ଗ ର ଯତ୍ନ ନ ନେବା ତାହେଲେ ସେ ଗୁଡିକ ଠିକ ଭାବରେ କାମ କରିବ ନାହିଁ | ଆଉ ଯାହା ଫଳରେ ଆମେ ମାନେ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବୁ | ତେବେ ଆମ ଶରୀରରେ ଥିବା ଲିଭର ଆମର ଗୋଟିଏ ବହୁତ ବଡ଼ ଗୁରୁତ୍ୱ ପୂର୍ଣ୍ଣ ଅଙ୍ଗ ଅଟେ | ଆଉ ଯାହା ଆମ ଶରୀରକୁ ଯାଉଥିବା ଖାଦ୍ୟକୁ ସଫା କରେଇଥାଏ ଇ ଆମ ଶରୀର ପାଇଁ ଯାହା ଦରକାର ତାହା ଆମକୁ ଯୋଗାଇ ଥାଏ ଓ ବଳକା ଜିନିଷ କୁ ଶରୀରରୁ ନିଷ୍କାସନ କରେଇ ଦେଇଥାଏ | ତେବେ ସେହି ଲିଭର କୁ ଘରେଇ ଉପାୟରେ ଆମେ କେମିତି ଯତ୍ନ ନେବା ଆସନ୍ତୁ ସେ ସବୁ ବିଷୟରେ ଜାଣିବା |
ତେବେ ଆମେ ଜାଣିଛୁ କି ଲିଭର ଆମ ଶରୀରରେ ଫିଲ୍ଟର ଭଳି କାମ କରିଥାଏ | ତେବେ ସେହି ଲିଭର ରେ ଯଦି କୌଣସି ପ୍ରକାରର ଅସୁବିଧା ଦେଖା ଯାଏ ତାହେଲେ ଆମେ ମାନେ ବିଭିନ୍ନ ପ୍ରକାରର ସମସ୍ୟାରେ ପଡିଥାଉ, ଭୋକ ଲାଗିବନି, ଲିଭର ରେ ଫେଟ ଜମା ହୋଇଯିବ, ତାହା ସହିତ ଆମର ତ୍ୱଚା ଜନିତ ସମସ୍ୟା ମଧ୍ୟ ଦେଖା ଦେଇଥାଏ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଲିଭର ଜାଣତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଘରେଇ ଉପଚାର ବିଷୟରେ ଜାଣିବା |
ଆବଶ୍ୟକୀୟ ଉପକରଣ :-
ଲାଉ, ଧଣିଆ ପତ୍ର, ଗିଲଇ ରସ, ହଳଦୀ, ଲେମ୍ବୁ, ବିଟ ଲୁଣ
ପ୍ରସ୍ତୁତି ପ୍ରଣାଳୀ :-
ଏହି ଉପଚାର କୁ ପ୍ରସ୍ତୁତ କରିବା ପାଇଁ ହେଲେ ଆମକୁ ପ୍ରଥମେ ଲାଉ ନେଇ ତାହାକୁ ଛୋଟ ଛୋଟ ଖଣ୍ଡ କରିକି କାଟିନେବା, ତାହା ପରେ ସେଥିରେ ଧଣିଆ ପତ୍ର ନେଇକି କାଟି ନେବା ଓ ଗ୍ରାଇଣ୍ଡର ସାହାଯ୍ୟରେ ତାକୁ ପେଷ୍ଟ କରିକି ରସ କାଢିନେବ | ତାହା ପରେ ସେଥିରେ ମିଶାଇବା ଗିଲଇ ରସ ଓ ଗୋଟିଏ ଚାମଚ ହଳଦୀ ଗୁଣ୍ଡ ମିଶାଇବା, ତାହା ପରେ ସେଥିରେ ଆମେ ଗୋଟା ଲେମ୍ବୁ ରୁ ଅଧା ରସ ନେବା | ତାହା ପରେ ସେଥିରେ ସ୍ୱାଦ ପାଇଁ ମିଶାଇବା ବିଟ ଲୁଣ | ତାହା ପରେ ତାହାକୁ ଭଲ ଭାବରେ ଗୋଳାଇ ନେବା ଓ ଏକ ମିଶ୍ରଣ ପ୍ରସ୍ତୁତ କରିବା |
ଦ୍ଵିତୀୟ ରେ ଆମେ କିଛି କିସମିସ ନେବା ଓ ତାହାକୁ ଅଳ୍ପ ଉଷୁମ ପାଣି ରେ ରାତିସାରା ପକାଇ ଦେବା ଓ ସକାଳେ ସେହି ପାଣି କୁ ଆଉ କିସମିସ କୁ ପିଇବା |
ବ୍ୟବହାର :-
ପ୍ରସ୍ତୁତ କରିଥିବା ଜୁସ କୁ ଆମେ ଖାଇବା ର 30 ମିନିଟ ପରେ ସେବନ କରିପାରିବା | ତାହା ବ୍ୟତୀତ ଆମେ ମାନେ ଜଙ୍ଗ ଫ୍ରୁଡ଼ କୁ ପୁରାପୁରି ଖାଇବା ବନ୍ଦ କରିଦେବା ଓ ଘରେ ବିନା ତେଲ ରେ ହାଲକା ଖାଦ୍ୟ ଖାଇବା ସହିତ ଅଧିକ ଫଳ ଖାଉବା |
ତେବେ ଏହିଭଳି ଭାବରେ ଆମେ ଲିଭର ଜନିତ ସମସ୍ୟାରୁ ସମ୍ପୂର୍ଣ୍ଣ ଭାବରେ ମୁକ୍ତି ପାଇପାରିବା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।