ମାତ୍ର ୧ ଗ୍ଲାସ ଏହାକୁ କରି ପ୍ରତିଦିନ ପିଅନ୍ତୁ, ୟୁରିକ ଏସିଡ ଜୀବନରେ କେବେ ବଢିବ ନାହିଁ | Control Uric Acid, Joint Pain

ଦର୍ଶକ ବନ୍ଧୁ ଆମ ଶରୀର ଭିତରେ ବିଭିନ୍ନ ପ୍ରକାରର କ୍ରିୟା ମାନ ଚାଲିଛି ଆଉ ଆମ ଶରୀରରୁ ଆବଶ୍ୟକ ଜିନିଷ ଶରୀରରେ ବ୍ୟବହାର ପରେ କିଛି ବର୍ଜ୍ୟବସ୍ତୁ ମଧ୍ୟ ଆମ ଶରୀରରୁ ନିଷ୍କାସିତ ହୋଇଥାଏ | ତେବେ ଏହି ୟୁରିକ ଏସିଡ କମ କରିବା ପୂର୍ବରୁ ପ୍ରଥମେ ୟୁରିକ ଏସିଡ କଣ ବା କାହାକୁ କୁହାଯାଏ ତାହା ଜାଣବା ନିହାତି ଆବଶ୍ୟକ ହୋଇଥାଏ | ତେବେ ଆସନ୍ତୁ ପ୍ରଥମେ ତାହା ବିଷୟ ଜାଣିବା, ଦର୍ଶକ ବନ୍ଧୁ ଆମେ ଖାଇଥିବା ଖାଦ୍ୟର ଏହା ଏକ ପାଚନ କ୍ରିୟା ପରେ ଏହା ଉତ୍ପନ ହେଇଥାଏ ତା ସହିତ ଏହା ଆମ ଶରୀର ଭିତରେ ମଧ୍ୟ ୟୁରିକ ଏସିଡ ତିଆରି ହେଇଥାଏ |

ତେବେ କୁହାଯାଏ ଯେ ଏହି ୟୁରିକ ଏସିଡ ଆମ ଶରୀର ଅଧିକ ହେଇଗଲେ ଆମ ଶରୀର ରେ ଥିବା କିଡ଼ନୀ ଏହି ୟୁରିକ ଏସିଡ କୁ କାଢି ପାରେ ନାହିଁ | ଏବଂ ଧୀରେ ଧୀରେ ଏହା ଆମ ଶରୀର ଏହି ୟୁରିକ ଏସିଡ ବଢିବାରେ ଲାଗେ | ଯାହା ଫଳ ରେ ଏହା ଆମ ଶରୀର ଥିବା ବିଭିନ୍ନ ଗଣ୍ଠି ରେ ଏହା ଜମି ଯାଇଥାଏ ଯାହାଦ୍ୱାରା ଆମ ଆଣ୍ଠୁ ଗଣ୍ଠି ଫୁଲିବାରେ ଲାଗିଥାଏ |ତେଣୁ ଯୋଡି ଆପଣଙ୍କ ଶରୀର ଏହା ମାତ୍ରା ଅଧିକ ରହିଥାଏ ତାହାଲେ ଆପଣ ମାଛ, ମାଂସ, ଅଣ୍ଡା, ଫୁଲ କବି, ରାଜମା, ଡାଲି, ମିଠା ଓ ମଦ ଆଦି ସେବନ କରିବା ଉଚିତ ନୁହଁ | ତେଣୁ ଏହି ସମୟରେ ଆପଣ ଅଧିକ ରୁ ଅଧିକ ପାଣି ପିଇବା ଆବଶ୍ୟକ |

ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ୟୁରିକ ଏସିଡ କମ କରିବା ପାଇଁ ସହଜ ଘରେଇ ଉପଚାର ବିଷୟରେ ଯାହା ଆପଣ ଅତିସହଜ ରେ ନିଜ ଘରେ ରହି ତିଆରି କରିପାରିବେ ଓ ଉପଚାର ଟି ତିଆରି କରିବା ପାଇଁ ମାତ୍ର ଦୁଇଟି ସାମଗ୍ରୀ ର ଆବଶ୍ୟକ ପଡିଥାଏ | ତାହାଲେ ଆସନ୍ତୁ ଜାଣିବା ଏହା ପ୍ରସ୍ତୁତି ବିଷୟରେ |

ଆବଶ୍ୟକୀୟ ଉପକରଣ :-

ଜୁଆଣି,ଅଦା

ପ୍ରସ୍ତୁତି ପ୍ରଣାଳୀ :-

ଏହି ଘରେଇ ଉପଚାର ଟି ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ ଏକ ଚାମଚ ଜୁଆଣି ନିୟନ୍ତୁ ଓ ତାପରେ ଗୋଟିଏ ଅଦା କୁ କାଟି ଏକ ଚାମଚ କରି ରଖନ୍ତୁ ଓ ତାପରେ ଗୋଟିଏ ପାତ୍ର ନିୟନ୍ତୁ ଓ ତାକୁ ଗ୍ୟାସ ରେ ବସାନ୍ତୁ | ତାହା ପରେ ସେହି ପାତ୍ର ରେ ଏକ ଗ୍ଲାସ ପାଣି ଦେଇ ସେଥିରେ ଏକ ଚାମଚ ଜୁଆଣି ଓ ଏକ ଚାମଚ କଟା ଅଦା ପକାଇ ଦିୟନ୍ତୁ | ତାପରେ ଏହାକୁ କିଛି ସମୟ ପର୍ଯ୍ୟନ୍ତ ଫୁଟିବା କୁ ଛାଡିଦିଅନ୍ତୁ ମନେ ରଖିବେ ଦର୍ଶକ ବନ୍ଧୁ ଏହା ଫୁଟି ଫୁଟି ଏକ ଗ୍ଲାସ ଦେଇଥିବା ପାଣି ଅଧା କମ ହେଇଗଲେ ଆପଣ ଏହାକୁ ଗ୍ୟାସ ରୁ ତଳକୁ ଓଲ୍ହାଇ ଆଣି ଗୋଟିଏ କପ ରେ ଛାଣି କରି ରଖନ୍ତୁ |ଏବେ ଜାଣିବା ଏହାର ସେବନ ବିଧି |

ସେବନ ବିଧି :-

ଦର୍ଶକ ବନ୍ଧୁ ଆମେ ପ୍ରସ୍ତୁତ କରିଥିବା ଉପଚାର ଟି କୁ ଆମେ ଦିନ ରେ ମାତ୍ରା ଦୁଇ ଥର ଏହାର ସେବନ କରିବା ପ୍ରଥମେ ଏହାକୁ ଆମେ ସକାଳେ ଖାଇସାରିବା ଅଧା ଘଣ୍ଟା ବା ଘଣ୍ଟାଏ ପରେ ଏହାକୁ ସେବନ କରିବା ଓ ଦ୍ୱିତୀୟ ରେ ଆମେ ଏହାକୁ ରାତିରେ ଖାଇସାରିବା ଘଣ୍ଟା ଏ ପରେ ସେବନ କରନ୍ତୁ | ଏମିତି 21 ଦିନ ପର୍ଯ୍ୟନ୍ତ ଏହାର ସେବନ କରନ୍ତୁ ଦେଖିବେ ଏହା ଆପଣଙ୍କ ଶରୀର ଅଦ୍ଭୁତ ପ୍ରକାର ର କାର୍ଯ୍ୟ କରିବ |

ତେବେ ଏହିଭଳି ଭାବରେ ଆମେ ଘରେଇ ଉପଚାର କୁ ବ୍ୟବହାର କରିକି ୟୁରିକ ଏସିଡ କୁ ଆମ ଶରୀରରେ କମେଇ ପାଇବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment