ମାତ୍ର ୨ ମିନିଟ ପାଇଁ ଏହାକୁ ଲଗାନ୍ତୁ, ଭୟଙ୍କର ରୁ ଭୟଙ୍କର କୁଣ୍ଡିଆଣ ( Itching ) ଭଲ ( Instant Relief ) ହୋଇଯିବ ଗ୍ୟାରେଣ୍ଟି

ତେବେ ଦର୍ଶକ ବନ୍ଧୁ ଆଜି କାଲି ବାୟୁ ପ୍ରଦୂଷଣ ଓ ଆମେ ଖାଉଥିବା ଖାଦ୍ୟ ଯୋଗୁଁ ବା ପାଣି ର ଅପରିସସ୍କାର ଯୋଗୁଁ ଆମ ଶରୀର ରେ କୁଣ୍ଡିଆଣ ପରି ଭୟଙ୍କର ରୋଗ ଦେଖା ଯାଇଥାଏ | ଏହା ଛୋଟ ଛୋଟ ହେଇଥାଏ ଓ ଧୀରେ ଧୀରେ ଏହା ଆମ ଶରୀର ବିଭିନ୍ନ ସ୍ଥାନ ରେ ଦେଖା ଯାଇଥାଏ | ଏହି କୁଣ୍ଡିଆଣ ହେଲେ ଆମ ଶରୀର ଏମିତି କୁଣ୍ଡେଇବା ଆରମ୍ଭ ହେଇଥାଏ ଯେ ଏହାକୁ ଆମେ ବେଳେ ବେଳେ ସହ୍ୟ କରିପାରେନାହିଁ | ତେବେ ଏହି କୁଣ୍ଡିଆଣ ପରି ଭୟଙ୍କର ରୋଗ କୁ କିପରି ଘରେଇ ଉପଚାର ଦ୍ୱାରା ଭଲ କରିହେବ ଆସନ୍ତୁ ସେ ବିଷୟରେ ଜାଣିବା | ଓ ଏଥିରେ ଆବଶ୍ୟକ ହେଉଥିବା ସାମଗ୍ରୀ ବିଷୟରେ ଜାଣିବା ଯାହା ଆମେ ଅତି ସହଜରେ ନିଜେ ଘରେ ବା ବଜାରରୁ ପାଇ ପାରିବା | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା କୁଣ୍ଡିଆଣ ଭଲ କରିବା ପାଇଁ ଆବଶ୍ୟକ ଘରେଇ ସାମଗ୍ରୀ ଗୁଡିକ ବିଷୟରେ ଜାଣିବା | ତାହାଲେ ସେହି ସାମଗ୍ରୀ ଗୁଡିକ ହେଉଛି – ପ୍ରଥମେ ଏକ ଛୋଟ ଟମାଟୋ ଓ ଦ୍ୱିତୀୟ ରେ ଏକ ଚାମଚ ନଡ଼ିଆ ତେଲ ର ଆବଶ୍ୟକ ପଡିବ |

ଏବେ ଜାଣିବା କୁଣ୍ଡିଆଣ ଭଲ କରିବା ପାଇଁ ଘରେଇ ଉପଚାର ର ପ୍ରସ୍ତୁତି |

ଆବଶ୍ୟକୀୟ ଉପକରଣ :-

ଟମାଟୋ,ନଡ଼ିଆ ତେଲ

ପ୍ରସ୍ତୁତି ପ୍ରଣାଳୀ :-

ତେବେ ବନ୍ଧୁଗଣ ଏହି ଘରେଇ ଉପଚାର ଟି ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଆବଶ୍ୟକ ସାମଗ୍ରୀ ଗୁଡିକ ଭିତରୁ ପ୍ରଥମେ ଏକ ମିଡିୟମ ସାଇଜ଼ ର ଛୋଟ ଟମାଟୋ ନିୟନ୍ତୁ ଓ ଏହାକୁ ଭଲ ଭାବରେ ଧୋଇ ଦେଇ ଛୋଟ ଛୋଟ ପିସ କରି କାଟି ଦିୟନ୍ତୁ | ତାପରେ ଏହାକୁ ଭଲ ଭାବରେ ଏକ ପାତ୍ର ରେ ଚିପୁଡ଼ି ଏହାର ରସ ବାହାର କରନ୍ତୁ | ଏହା ରସ ବାହାର କରିସାରିବା ପରେ ମାତ୍ର 3 ଚାମଚ ଏହି ଟମାଟୋ ରସ ନିୟନ୍ତୁ ଓ ତାପରେ ସେଥିରେ ଯେ କୌଣସି ନଡ଼ିଆ ତେଲ ମରା ନଡ଼ିଆ ତେଲ ନହେଲେ କିଣା ନଡ଼ିଆ ତେଲ ମାତ୍ର ଏକ ଚାମଚ ସେହି ଟମାଟୋ ରସ ସହିତ ମିଶାନ୍ତୁ | ଏହାକୁ ଭଲ ଭାବରେ ମିକ୍ସ କରିବା ପରେ ଦେଖିବେ ଟମାଟୋ ରସ ର ରଙ୍ଗ ଫିକା ଦେଖାଯିବାକୁ ଲାଗିବ | ସେତେବେଳେ ଆପଣ ଜାଣିବେ ଯେ ଏହା ଭଲ ଭାବରେ ମିକ୍ସ ହେଇସାରିଛି ଓ ଆପଣଙ୍କର ଘରେଇ ଉପଚାର ଟି ପ୍ରସ୍ତୁତ ହେଇସାରିଛି |ଏବେ ଜାଣିବା ଏହାର ପ୍ରୟୋଗ ବା ବ୍ୟବହାର ବିଷୟରେ |

ବ୍ୟବହାର :-

ତେବେ ବର୍ତମାନ ଆମେ ପ୍ରସ୍ତୁତ କରିଥିବା ଘରେଇ ଉପଚାର ଟି କୁ ଆପଣଙ୍କ ର କୁଣ୍ଡିଆଣ ହେଇଥିବା ସ୍ଥାନରେ ଭଲ ଭାବରେ ପରିସ୍କାର କରି ଏହି ଘରେଇ ଉପଚାର ଟିକୁ ପ୍ରତ୍ୟେକ ଦିନ ଲଗାନ୍ତୁ | ଦେଖିବେ ଏହାକୁ ଲଗାଇବା କିଛି ଦିନ ପରେ ଆପଣଙ୍କ ର ସମସ୍ତ ପ୍ରକାର ର କୁଣ୍ଡିଆଣ କୁଆଡେ ଗାୟବ ହେଇଯାଇଥିବ |

ତେବେ ଏହା ଥିଲା ବହୁତ ସହଜ ଘରେଇ ଉପଚାର ଦ୍ଵାରା କୁଣ୍ଡିଆଣ ଭଲ କରିବାର ଉପାୟ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment