ମାତ୍ର ୨ ମିନିଟ ରେ ହଳଦିଆ ଦାନ୍ତ କୁ ମୋତି ଭଳି ଚମକାନ୍ତୁ….

ହଁ ବନ୍ଧୁଗଣ ଆମେ ଜାଣିଛୁ ଆମ ଶରୀରରେ ଥିବା ପ୍ରତେକ ଟି ଅଙ୍ଗ ଆମ ପାଇଁ ବହୁତ ଦରକାରୀ ଓ ତାହା ଆମକୁ ବିଭିନ୍ନ ପ୍ରକାରର କାର୍ଯ୍ୟରେ ମଧ୍ୟ ସାହାଯ୍ୟ କରିଥାଏ | ତେବେ ସେହି ଭଳି ଏକ ଅଙ୍ଗ ବିଷୟରେ ମୁଁ କହିବାକୁ ଯାଉଛି ତାହା ହେଉଛି ଆମର ଦାନ୍ତ | ମଣିଷ ସୁନ୍ଦର ଦେଖା ଯିବା ପାଇଁ ଦାନ୍ତ ମଧ୍ୟ ଏକ ଗୁରୁତ୍ୱ ପୂର୍ଣ୍ଣ ସ୍ଥାନ ଅଧିକାର କରିଥାଏ | ତେବେ ଆମେ ମାନେ ଜାଣିଛୁ କି ଯଦି ଆମେ ଭଲ, ସ୍ୱଚ୍ଛ ଆଉ ସୁନ୍ଦର ଲାଇଫ ବଞ୍ଚିବା ପାଇଁ ଚାହୁଁଛେ, ତାହେଲେ ଆମକୁ ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେବାକୁ ପଡିଥାଏ |

ଆଉ ତାହା ବ୍ୟତୀତ ଆମକୁ ଆମର ଶରୀରର ଦାନ୍ତ, ନଖ ଏହିଭଳି ଅନେକ ଜିନିଷ ଉପରେ ଧ୍ୟାନ ଦେବାକୁ ପଡିଥାଏ | ତେବେ ସାଧାରଣତଃ ଦେଖା ଯାଏ କି ଆମେ ଆମର କାମ ରେ ଏତେ ବ୍ୟସ୍ତ ଥାଉ କି ସେହି ସବୁ ଜିନିଷ ଉପରେ ଆମେ ଧ୍ୟାନ ଦେଇ ପାରୁନେ | ଆଉ ଯାହା ଫଳରେ ଆମର ଦାନ୍ତ ଜନିତ ବିଭିନ୍ନ ସମସ୍ୟା ମାନ ଉପୁଜିଥାଏ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଦାନ୍ତ ଜନିତ ସମସ୍ୟା ଆଉ ହଳଦିଆ ପଣ ରୁ ମୁକ୍ତି ପାଇବା ପାଇଁ କେତେକ ଅତି ସହଜ ଉପାୟ ବିଷୟରେ ଆସନ୍ତୁ ଜାଣିବା |

ତେବେ ବିଭିନ୍ନ ପ୍ରକାରର କାରଣ ଯୋଗୁଁ ଆମର ଦାନ୍ତ ଜନିତ ସମସ୍ୟା ମାନ ଦେଖା ଯାଇଥାଏ | ତାହା ବ୍ୟତୀତ ଆମେ ଜାଣିଛି କି ଆମେ ଯଦି ଠିକ ଭାବରେ ଦାନ୍ତ ନ ସଫା କରିବା, ତାହା ସହିତ ବିଡ଼ି, ଗୁଟିକା, ଖୋଇନୀ ଭଳି ଜିନିଷ ର ବ୍ୟବହାର କରିବା ତାହେଲେ ଆମ ଦାନ୍ତ ତାର ଅସଲ ରଙ୍ଗ କୁ ନଷ୍ଟ କରିବ | ଆଉ ଦାନ୍ତ ର ରଙ୍ଗ କଳା ଆଉ ହଳଦିଆ ମଧ୍ୟ ଦେଖା ଯିବ | ତାହେଲେ ଆସନ୍ତୁ ବନ୍ଧୁଗଣ ଏହି କଳା ଦାନ୍ତ କୁ ଧଳା କରିବା ପାଇଁ କେତେକ ଅତି ସହଜ ଘରେଇ ଉପଚାର ଉପରେ ନଜର ପକାଇବା |

ଆବଶ୍ୟକୀୟ ଉପକରଣ :-

ହଳଦୀ, ବେକିଂ ପାଉଡର, ଲୁଣ

ପ୍ରସ୍ତୁତି ପ୍ରଣାଳୀ :-

ତେବେ ବନ୍ଧୁଗଣ ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ନେବାକୁ ପଡିବ ତାହା ହେଉଛି ଅଧା ଚାମଚ ହଳଦୀ , ତାହା ସହିତ ଆମେ ମିଶାଇବା ଅଧା ଚାମଚ ଲୁଣ | ତାହା ସହିତ ଆମେ ମିଶାଇବା ଅଧା ଚାମଚ ବେଟିଂ ପାଉଡର | ଆଉ ଏହି ସବୁ କୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରିବା |

ବ୍ୟବହାର :-

ପ୍ରସ୍ତୁତ କରିଥିବା ଏହି ପେଷ୍ଟ କୁ ବ୍ରସ ସାହାଯ୍ୟରେ ଆମେ ମାନେ ଦାନ୍ତ ରେ ଲଗାଇ ବ୍ରସ କରି ପାରିବା | ଆଉ ଏହି ଭଳି ପେଷ୍ଟ କୁ ବ୍ୟବହାର କରିବା ପରେ ଆପଣ ମାନେ ନିଜେ ତାହାର ଉପକାରିତା ବିଷୟରେ ଜାଣି ପାରିବେ |

ତେବେ ଏହା ଥିଲା ଦାନ୍ତ ସଫା କରିବାର ଅତି ସହଜ ଘରେଇ ଉପଚାର |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment