ତେବେ ଆମେ ମାନେ ଜାଣିଛୁ କି ଯଦି ଆମେ ଭଲ, ସ୍ୱଚ୍ଛ ଆଉ ସୁନ୍ଦର ଲାଇଫ ବଞ୍ଚିବା ପାଇଁ ଚାହୁଁଛେ, ତାହେଲେ ଆମକୁ ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେବାକୁ ପଡିଥାଏ | ଆଉ ତାହା ବ୍ୟତୀତ ଆମକୁ ଆମର ଶରୀରର ଦାନ୍ତ, ନଖ ଏହିଭଳି ଅନେକ ଜିନିଷ ଉପରେ ଧ୍ୟାନ ଦେବାକୁ ପଡିଥାଏ | ତେବେ ସାଧାରଣତଃ ଦେଖା ଯାଏ କି ଆମେ ଆମର କାମ ରେ ଏତେ ବ୍ୟସ୍ତ ଥାଉ କି ସେହି ସବୁ ଜିନିଷ ଉପରେ ଆମେ ଧ୍ୟାନ ଦେଇ ପାରୁନେ | ଆଉ ଯାହା ଫଳରେ ଆମର ଦାନ୍ତ ଜନିତ ବିଭିନ୍ନ ସମସ୍ୟା ମାନ ଉପୁଜିଥାଏ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଦାନ୍ତ ଜନିତ ସମସ୍ୟା ଆଉ ହଳଦିଆ ପଣ ରୁ ମୁକ୍ତି ପାଇବା ପାଇଁ କେତେକ ଅତି ସହଜ ଉପାୟ ବିଷୟରେ ଆଲୋଚନା କରିବା |
ତେବେ ଆମେ ଜାଣିଛି କି ଆମେ ଯଦି ଠିକ ଭାବରେ ଦାନ୍ତ ନ ସଫା କରିବା, ତାହା ସହିତ ବିଡ଼ି, ଗୁଟିକା, ଖୋଇନୀ ଭଳି ଜିନିଷ ର ବ୍ୟବହାର କରିବା ତାହେଲେ ଆମ ଦାନ୍ତ ତାର ଅସଲ ରଙ୍ଗ କୁ ନଷ୍ଟ କରିବ | ଆଉ ଦାନ୍ତ ର ରଙ୍ଗ କଳା ଆଉ ହଳଦିଆ ମଧ୍ୟ ଦେଖା ଯିବ | ତାହେଲେ ଆସନ୍ତୁ ବନ୍ଧୁଗଣ ଏହି କଳା ଦାନ୍ତ କୁ ଧଳା କରିବା ପାଇଁ କେତେକ ଅତି ସହଜ ଘରେଇ ଉପଚାର ଉପରେ ନଜର ପକାଇବା |
ଆବଶ୍ୟକୀୟ ଉପକରଣ :-
ଟୁଥ ପେଷ୍ଟ, ହଳଦୀ, ଲେମ୍ବୁ, ବେକିଂ ପାଉଡର
ପ୍ରସ୍ତୁତି ପ୍ରଣାଳୀ :-
ତେବେ ବନ୍ଧୁଗଣ ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ ମାନଙ୍କୁ ଆବଶ୍ୟକ ପଡିବ ତାହା ହେଉଛି ଟୁଥ ପେଷ୍ଟ, ତେବେ ଆପଣ ମାନେ ପ୍ରଥମେ ଗୋଟିଏ ପାତ୍ର ନେଇକି ସେଥିରେ ଟୁଥପେଷ୍ଟ ନେବେ | ତାହା ପରେ ସେହି ଟୁଥ ପେଷ୍ଟ ରେ ଚିମୁଟାଏ ହଳଦୀ ମିଶାଇବେ | ତାହା ପରେ ଭଲ ଭାବରେ ମିଶାଇ ଦେବେ | ତାହା ପରେ ସେଥିରେ ମିଶାଇବେ ଗୋଟା ଲେମ୍ବୁ କୁ କାଟିକି ଅଧା ଅଂଶ କୁ | ତାହା ପରେ ମଧ୍ୟ ସେହି ରସ କୁ ଭଲ ଭାବରେ ଗୋଳାଇ ଦେବେ | ଶେଷରେ ଗୋଟିଏ ଅତି ଜରୁରୀ ଜିନିଷ ଦାନ୍ତ ସଫା ପାଇଁକି ବ୍ୟବହାର କରିବେ ତାହା ହେଉଛି ବେଟିଂ ପାଉଡର ଯାହାକୁ ଆମେ ଖାଇବା ସୋଡ଼ା ଭାବରେ ମଧ୍ୟ ବ୍ୟବହାର କରିଥାଉ |ଆଉ ଏହି ସମସ୍ତ ଉପାଦାନ କୁ ଭଲ ଭାବରେ ମିଶାଇ ଦେବେ ଆଉ ଗୋଟିଏ ପେଷ୍ଟ ପ୍ରସ୍ତୁତ କରିବେ |
ବ୍ୟବହାର :-
ପ୍ରସ୍ତୁତ କରିଥିବା ଏହି ପେଷ୍ଟ କୁ ବ୍ରସ ସାହାଯ୍ୟରେ ଆମେ ମାନେ ଦାନ୍ତ ରେ ଲଗାଇ ବ୍ରସ କରି ପାରିବା | ଆଉ ଏହି ଭଳି ମାସ ଯାକ କରିବା ପରେ ଆପଣ ମାନେ ନିଜେ ତାହାର ଉପକାରିତା ବିଷୟରେ ଜାଣି ପାରିବେ |
ତେବେ ଏହା ଥିଲା ଦାନ୍ତ ସଫା କରିବାର ଅତି ସହଜ ଘରେଇ ଉପଚାର |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।