ମାତ୍ର ୫ ମିନିଟ ରେ ପୁରୁଣା କଳା ପାଉଁଜି ସଫା ନୂଆ ଚକ ଚକ କରିବ ଗ୍ୟାରେଣ୍ଟି..

ହଁ ବନ୍ଧୁଗଣ ଆଜି ମୁଁ ଆପଣ ମାନଙ୍କୁ ଜଣେଇବାକୁ ଯାଉଛି ଗୋଟିଏ ଅତି ସହଜ ଘରେଇ ଟିପ୍ସ ବିଷୟରେ ଯାହାକୁ ଆପଣ ବ୍ୟବହାର କରିକି ଘରେ ହେଉ ବା ବାହାରକୁ ଯିବ ବେଳେ ନାରୀ ମାନଙ୍କର ଅତି ପ୍ରିୟ ପାଉଁଜି କୁ ସୁନ୍ଦର ରଖିବାର କେତୋଟି ସହଜ ଘରେଇ ଟିପ୍ସ | ତେବେ ଆମେ ମନେ ଜାଣିଛୁ କି ନାରୀ ମାନେ ହେଉଛନ୍ତି ସର୍ବ ସଂପୂର୍ଣ୍ଣା, ଆଉ ସେହି ନାରୀ ମାନଙ୍କ ପାଖରେ ପାଠ ଠାରୁ ଆରମ୍ଭ କରିକି ଘରେ ବାହାରେ ଓ ଘରେଇ ଉପକରଣ ବିଷୟରେ ସବୁ ପ୍ରକାରର ଆଇଡିଆ ଥିବା ଦରକାର ହୋଇଥାଏ |ତେବେ ଯାଇ ନାରୀ ଜଣଙ୍କ ଘରର ଉନ୍ନତି କରି ପାରିବ |ତାହେଲେ ଆସନ୍ତୁ ସେହି ଭଲି ଗୋଟିଏ ଟିପ୍ସ ଯାହା ଦ୍ୱାରା କି ଆମେ ପାଉଁଜି କୁ ସୁନ୍ଦର ଆଉ ପରିଷ୍କାର ରଖିପାରିବା ତାହା ବିଷୟରେ ଜାଣିବା |

ତେବେ ଆମେ ମାନେ ଜାଣିଛୁ କି ନାରୀ ମାନେ ସାଧାରଣତଃ ସଜେଇ ହେବାକୁ ଭଲ ପାଇଥାନ୍ତି ଓ ବିଶେଷ କରିକି ବିଭିନ୍ନ ପ୍ରକାରର ଅଭୁଷଣ କୁ ପିନ୍ଧିବା ପାଇଁ ଅଧିକ ପସନ୍ଦ କରିଥାନ୍ତି | ତେବେ ସେହିଭଳି ଗୋଟିଏ ଜିନିଷ ହେଉଛି ନାରୀ ମାନଙ୍କର ଅତି ପ୍ରିୟ ପାଉଁଜି | ତେବେ ସେହି ପାଉଁଜି ସୁନ୍ଦର ରହିଲେ ନୂଆ ଦେଖା ଗଲେ ଆମକୁ ବହୁତ ଭଲ ଲାଗିଥାଏ |ମାତ୍ର ତାହା ଯଦି ଅପରିଷ୍କାର ଓ କଳା ଦେଖା ଯାଏ ତାହେଲେ ବହୁତ ଖରାପ ଦେଖା ଯାଏ ଆମର ପାଦକୁ | ତାହେଲେ ଆସନ୍ତୁ ପାଉଁଜି ସଫା କରିବାର ଘରେଇ ଟିପ୍ସ ବିଷୟରେ ଜାଣିବା |

ଆବଶ୍ୟକୀୟ ଉପକରଣ :-

ସଫା କରିବା ପାଇଁ ଲିକୁଇଡ ପାଉଡର ବା ଡିଟରଜେଣ୍ଟ, ଚାହା ପତି, ହଳଦୀ, ବେକିଂ ସୋଡ଼ା, ଟୁଥ ପେଷ୍ଟ

ସଫା କରିବା ପ୍ରଣାଳୀ :-

ପ୍ରଥମେ ଆମେ ପାଉଁଜି କୁ କଢେଇରେ କିଛି ପାଣି ନେଇ ପକାଇବା ଓ ତାକୁ ଗ୍ୟାସ ରେ ବସାଇବା, ପାଣି ଫୁଟିଗଲା ପରେ ସେଥିରେ ଡିଟରଜେଣ୍ଟ କୁ ପକାଇବା ଓ ଭଲ ଭାବରେ ଘାଣ୍ଟି ଦେବା | ତାହା ପରେ ସେଥିରେ ଚାହା ପତି ଗୋଟିଏ ଚାମଚ ଓ ହଳଦୀ ଅଧା ଚାମଚ ପକାଇବା | ତାହାକୁ 10-15 ମିନିଟ ଫୁଟାଇବା | ତାହା ପରେ ପାଉଁଜି କୁ କାଢି ଆଣିବା ଓ ସେଥିରେ କିଛି ବେକିଂ ସୋଡ଼ା ଓ ଟୁଥ ପେଷ୍ଟ କୋଲଗେଟ କୁ ପକେଇ ପାଉଁଜିରେ ଭଲ ଭାବରେ ଗୋଳେଇ ଦେବା | ତାହା ପରେ ବ୍ରସ ସାହାଯ୍ୟରେ ପାଉଁଜିକୁ ଭଲ ଭାବରେ ମାଜିବା |

ତେବେ ଏହିଭଳି 5-10 ମିନିଟ ମାଜିବା ପରେ ଆମ ପାଉଁଜି କୁ ପାଣିରେ ଧୋଇଦେବା | ତେବେ ଏପରି କରିବା ଫଳରେ ପାଉଁଜି ରେ ଥିବା ଧୂଳି ଓ କଳା ଦାଗ ଦୂରେଇ ଯିବ ଓ ପାଉଁଜି ଟି ପୁରା ସଫା ଦେଖା ଯିବ |ଏହା ଥିଲା ପାଉଁଜି କୁ ନୂଆ ଭଲି କରେଇବାର ଘରେଇ ଉପଚାର |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment