ତେବେ ଦର୍ଶକ ବନ୍ଧୁ ଆପଣ ମାନେ ତ ଜାଣିଥିବେ କି ମହିଳା ର ସବୁଠାରୁ ବଡ଼ ସୌଭାଗ୍ୟ ହୋଇଥାଏ ତାର ମାତୃତ୍ୱ ପ୍ରାପ୍ତ କରିବା ଓ ସେହି ମାତୃତ୍ୱ ପ୍ରାପ୍ତ ପରେ ମହିଳା ମାନଙ୍କ ଠାରେ ବିଭିନ୍ନ ପ୍ରକାରର ସମସ୍ୟା ମଧ୍ୟ ଦେଖା ଦେଇଥାଏ |ଆଜିକାଲି ମହିଳା ମାନେ ତାଙ୍କର ପିଲା ଜନ୍ମ ନ ହେବା ଆଗରୁ ସେମାନେ ନିଜର ଓ ଆଗକୁ ଆସୁଥିବା ପିଲାର ଯେମିତି ଯତ୍ନ ନେଇ ଥାନ୍ତି |ତାହା ପିଲା ଜନ୍ମ ହେବା ପରେ ସେତିକି ପରିମାଣରେ ଖାଦ୍ୟ ଓ ନିଜର ଯତ୍ନ ନେଇନଥାନ୍ତି | ଆଉ ଯାହା ଫଳ ରେ ପିଲା ଜନ୍ମ ହେବା ପରେ ଯେତିକି ପରିମାଣ ରେ କ୍ୟାଲୋରୀ ଜଣେ ମହିଳା ଙ୍କୁ ଆବଶ୍ୟକ ହେଇଥାଏ ନିଜର ପିଲା କୁ କ୍ଷୀର ଦେବା ପାଇଁ ତାହା କ୍ଷରିତ ହେଇ ନ ଥାଏ | ଯାହା ଫଳ ରେ ପିଲାକୁ ମା କ୍ଷୀର ଅଭାବ ଦେଖା ଯାଏ | ତେଣୁ ଏହି କ୍ଷେତ୍ର ମହିଳା ମାନେ ଡାକ୍ତର ଙ୍କ ପାଖକୁ ଯାଇଥାନ୍ତି ଓ ଡାକ୍ତର ସେମାନଙ୍କୁ ବିଭିନ୍ନ ପ୍ରକାର ର ଉପାୟ ମାନ କହିଥାନ୍ତି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ଡାକ୍ତର ଙ୍କ ମତ ରେ ଏହି ସମୟରେ କଣ କରିବା ଆବଶ୍ୟକ ହେଇଥାଏ |
ତାହାଲେ ବନ୍ଧୁ ଗଣ ଡାକ୍ତର ଙ୍କ ମତ ଅନୁଯାୟୀ, ଏହି ସମୟରେ ମହିଳା ମାନଙ୍କୁ ନିଜର ଯତ୍ନ ନେବା ସହିତ ନିଜର ପିଲା ର ବି ଯତ୍ନ ନେବା ଆବଶ୍ୟକ ହେଇଥାଏ, ତାହା ସହିତ 500 କ୍ୟାଲେରୀ ଯୁକ୍ତ ଖାଦ୍ୟ ସେବନ କରିବା ଆବଶ୍ୟକ ହେଇଥାଏ | ଯାହା କରିବା ଦ୍ୱାରା ନିଜର ଶରୀର ସୁସ୍ଥ ରହିବା ସହିତ ନିଜ ପିଲା ର ଶରୀର ମଧ୍ୟ ସୁସ୍ଥ ରହିଥାଏ | ଆଉ ଗୋଟିଏ କଥା ମନେ ରଖିବେ ଯେ ପିଲା ଜନ୍ମ ହେବା ପରେ ଆଗରୁ ଯେମିତି ପାଣି 3 ରୁ 3.5 ଲିଟର ପାଣି ଆପଣ ପିଉଥିଲେ ସେମିତି ପ୍ରତ୍ୟେକ ଦିନ ପାଣି ପିଅନ୍ତୁ ଓ ପ୍ରତ୍ୟେକ ଦିନ 500 କ୍ୟାଲରୀ ଯୁକ୍ତ ଅଧିକ ଖାଦ୍ୟ ସେବନ କରନ୍ତୁ ଏହା କରିବା ଦ୍ୱାରା ଆପଣଙ୍କର କ୍ଷୀର ଯେଥେଷ୍ଟ ଭାବରେ କ୍ଷରିତ ହେବ |
ଏମିତି କିଛି ମହିଳା ମାନେ ଅଛନ୍ତି ଯାହାଙ୍କର ଏହି ସବୁ ଅବହେଳା କରିବା ଦ୍ୱାରା ଓ ଖାଦ୍ୟ ପ୍ରତି ଯତ୍ନ ନ ନେବା କାରଣରୁ ପିଲା ଙ୍କ ପାଇଁ ଯଥେଷ୍ଟ ପରିମାଣ ର କ୍ଷୀର ହେଉନାହି |ତାହେଲେ ଏପରି ସମସ୍ୟା ଜଣେ ପିଲା ଜନ୍ମ ପରେ ଦେଖା ଦିଏ ଜଣେ ମହିଳାଙ୍କ ଠାରେ ତାହେଲେ ଆପଣ ତୁରନ୍ତ ଯାଇ ଡାକ୍ତର ଙ୍କ ପରାମର୍ଶ ନେବା ସହିତ ନିଜର ଓ ନିଜ ପିଲା ର ଭଲ ଭାବରେ ଯତ୍ନ ନିୟନ୍ତୁ | ଆଉ କେତେକ କ୍ଷେତ୍ର ଦେଖା ଯାଇଛି ଯେ ମା ନିଜର ପିଲା କୁ ସଠିକ ଭାବରେ କ୍ଷୀର ପାନୀୟ କରାଇପାରନ୍ତି ନାହିଁ,ତେଣୁ ଏହି କ୍ଷେତ୍ର ରେ ଗୋଟିଏ କାମ ଭଲ ଭାବରେ କରନ୍ତୁ |
ଆଉ ପିଲାକୁ ଏହି ସମୟରେ କ୍ଷୀର ପିଆଇବା ପାଇଁ ଭଲ ଭାବରେ ଚେଷ୍ଟା କରନ୍ତୁ | ଦେଖିବେ ଏହା କରିବା ଦ୍ୱାରା ଆପଣଙ୍କ ପିଲା କୁ ଯଥେଷ୍ଟ ପରିମାଣ ରେ କ୍ଷୀର ହେବା କୁ ଲାଗିବ |ତାହାଲେ ଦର୍ଶକ ବନ୍ଧୁ ଏହା ଥିଲା ସେହି ବିଷୟ ଯାହା ଜଣେ ଗର୍ଭବତୀ ମହିଳା ପିଲା ଜନ୍ମ ହେବା ପରେ କରିବା ଆବଶ୍ୟକ ହେଇଥାଏ | ଯାହାକୁ ମାନିଲେ ଆପଣଙ୍କର ଏହି ପ୍ରକାରର ସମସ୍ୟା ସବୁଦିନ ପାଇଁ ଦୂରେଇ ଯିବ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।