Swastik Tv News Odisha

‘ମାଳିକା’ ଦେଲା ଭୟଙ୍କର ଚେତାବନୀ ! ବ୍ରାହ୍ମଣ’ଙ୍କ ଏଇ କର୍ମ ଦେବ କଳିଯୁଗ ଅନ୍ତ ସଂକେତ ? 😲🙏ଶୀଘ୍ର ଦେଖନ୍ତୁ

0

ବନ୍ଧୁଗଣ ଆମେ ପୁଣି ଆଜି ସେହି ମାଳିକା ଶାସ୍ତ୍ର ବିଷୟରେ ଆଲୋଚନା କରିବା।ମାଳିକା ରେ ଅନେକ ଏମିତି ବିଶେଷ ପ୍ରସଙ୍ଗ ଗୁଡିକ ରହିଛି ଏବଂ ବର୍ଣ୍ଣିତ ରହିଛି ଯାହା ସଂସ୍ପର୍ଶରେ ଆମେ ଏବେ ଆସୁଛୁ। ସେହିସବୁ ଆଧ୍ୟାତ୍ମିକ ସ୍ଥାନ ର ମହାତ୍ମ୍ୟ ଜାଣିବା ପାଇଁ ମଧ୍ୟ ମାଳିକା ଭକ୍ତ ମାନଙ୍କର ଏକ ଭିନ୍ନ ଆଗ୍ରହ ରହିଥାଏ।ମାଳିକା ରେ ଆଗତ ଭବିଷ୍ୟତ ଏବଂ ମାଳିକା ର ସେହି ଠାର ଗାର ଏବଂ ବର୍ଣ୍ଣନା କୁ ଆମେ ପୁଣି ଆପଣଙ୍କ ସମ୍ମୁଖରେ ରଖିବାକୁ ଯାଉଛୁ ଯାହାକୁ ସତ୍ୟ ଭଞ୍ଜ ୟୁ ଟ୍ୟୁବ୍ ଚ୍ୟାନେଲ ସମସ୍ତଙ୍କ ସାମ୍ନାକୁ ଆଣିବାର ପ୍ରୟାସ ଜାରି ରଖିଛି। ଏଠାରେ ଅନେକ ମାଳିକା ବର୍ଣ୍ଣିତ ଦିବ୍ୟ ତଥ୍ଯ ଉପରେ ଆଲୋଚନା କରିଥାନ୍ତି ଅନେକ ମାଳିକା ଭକ୍ତ ଏବଂ ସାଧୁ ବାବା ମାନେ।

ମହାପୁରୁଷ କିପରି ଠାର ଗାର ରେ ପ୍ରକାଶ କରିଛନ୍ତି ଆଗତ ଭବିଷ୍ୟତ ଏବଂ ଆମକୁ ସତର୍କ କରାଇଛନ୍ତି ସେ ବିଷୟରେ ମଧ୍ୟ ଆମେ ଜାଣିବା ଅବଗତ ହେବା। ତେବେ ଯୁଗ ଜନ୍ମା, ଦିବ୍ୟ ଚେତନା ର ଅଧିକାରୀ ଅନେକ ମହାପୁରୁଷ ମାନଙ୍କର ଅନେକ ବର୍ଷ ତଳର ଦିବ୍ୟ କଥା କୁ ଦିବ୍ୟ ରଚନା କୁ ଏବେ ଆମେ ଜାଣିବାକୁ ପାଉଛୁ ମାଳିକା ବିଶାରଦ ମାନଙ୍କ ବର୍ଣ୍ଣନା ଯୋଗୁଁ। ଯାହାର ବର୍ଣ୍ଣନା ଦୀର୍ଘବର୍ଷ ପୂର୍ବେ ହୋଇଛି।ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ମଧ୍ୟ। ସେହିପରି ଏକ ବିଶେଷ, ମହତ୍ କଥା ବିଷୟରେ ଆମେ ଆଜି ଆଲୋଚନା କରିବା।

ଆପଣ କେତେବେଳେ ଜାଣିବେ କଳି ଯୁଗର ଅନ୍ତ ହେବାକୁ ଯାଉଛି। ଏଥିପାଇଁ କଣ ସବୁ ସଂକେତ ଦେଖାଯିବ ସେ ବିଷୟରେ ମାଳିକା ର ଲେଖାକୁ ବାବା ଦିବାକର ଦାସ୍ କହିଛନ୍ତି। ଯେଉଁ ସମୟରେ ଦେଖିବେ ବ୍ରାହ୍ମଣ କୂଳରେ ଜାତ ହୋଇ ତାଙ୍କ ସନ୍ତାନ ମାନେ ମଦ ମାଂସ ଭକ୍ଷଣ କରୁଛନ୍ତି। ଯେଉଁ ସମୟରେ ଛିଡା ହୋଇ ସମସ୍ତେ ଭାତ ବା ପ୍ରସାଦ ଗ୍ରହଣ କରିବେ, କାଗଜ ପତ୍ରରେ ଭାତ ଖାଇବେ, ବୈଶାଖ ମାସରେ ଶୀତ ଅନୁଭୂତ ହେବ, ଏସବୁ ସଂକେତ କଳି ଯୁଗ ଶେଷର ସଙ୍କେତ ଦେବ। ଏହାଛଡା ସ୍ବାର୍ଥ ନପୂରିଲେ ବାପା ମାଆ ଙ୍କୁ ପିଲାମାନେ ନିନ୍ଦା କରିବେ। ବାପାର ମୃତ୍ୟୁ ପରେ ମୁଖାଗ୍ନି ଦେବାକୁ ପୁଅ ଆସିବେନି।

କଳିଯୁଗର ଭକ୍ତ ମାନେ ଯେଉଁଠି ଚମତ୍କାର ସେଇଠି ନମସ୍କାର କରିବେ ଯେଉଁଠି ସ୍ବାର୍ଥ ନାହିଁ ସେଇଠି କେହି ବି ମୁଣ୍ତ ପୁରାଇବେ ନାହିଁ। କୌଣସି ସଂପର୍କ ଭିତରେ ଆଉ ନୈତିକତା, ମଧୁରତା ରହିବ ନାହିଁ। ପାପ, ଅନ୍ୟାୟ, ଦୁର୍ନୀତି ବଢ଼ି ବଢ଼ି ଚାଲିବ। ବିବାହିତା ନାରୀ ମାନେ ପରପୁରୁଷ ସହିତ ସମୟ ଅତିବାହିତ କରିବେ। ଅବିଶ୍ବାସ ସନ୍ଦେହ ବଢ଼ି ବଢ଼ି ଚାଲିବ। ମାରପିଟ, ହତ୍ୟାକାଣ୍ଡ ଭଳି ଘଟଣା ବେଶ ବୃଦ୍ଧି ପାଇବ। ଏସବୁ ଘଟଣା କଳିଯୁଗ ଶେଷର ସଂକେତ ଦେବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.