Swastik Tv News Odisha

ମାଳିକା ଦେଲା ଭୟଙ୍କର ଭବିଷ୍ୟବାଣୀ ! “ସତ ହେଲା କି ମାଳିକା ବଚନ ? ସମୁଦ୍ର କୂଳରେ ଲାଗିଲା ସୁନାର ରଥ… ଦେଖନ୍ତୁ Video

0

ବନ୍ଧୁଗଣ ମଙ୍ଗଳବାର ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲାର ସୁନାପାଲ୍ଲୀ ସି ହାର୍ବରରେ ଏକ ରହସ୍ୟମୟ ସୁନା ରଙ୍ଗର ରଥ ସମୁଦ୍ରରେ ଦେଖିବାକୁ ମିଳିଥିଲା।ପରେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଏବେ ବହୁତ୍ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ସମସ୍ତେ ଏହାକୁ ଦେଖି ଆଶ୍ଚର୍ୟ୍ଯ ଚକିତ ହୋଇ ପଡୁଛନ୍ତି। ତେବେ ଏହି ଭିଡିଓ ରେ ଯାହା ଦେଖିବା ପାଇଁ ମିଳିଛି, ସମୁଦ୍ର କୂଳରେ ଥିବା ଲୋକମାନେ ଏହି ରଥକୁ ଦେଖି ରଥକୁ ପାଣି ଭିତରୁ ଟାଣି ଟାଣି କୂଳକୁ ଆଣୁଛନ୍ତି। ସେମାନେ କୂଳକୁ ରଥଟିକୁ ଆଣୁଥିବାର ଏହି ଭିଡିଓରେ ଦେଖିବାକୁ ମିଳୁଛି। ତେବେ ଏପରି ଏକ ଘଟଣାର ଦୃଶ୍ୟ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

ତେବେ ଏହି ସ୍ୱର୍ଣୀମ ରଥ ଭାସି ଆସିଛି ସୁଦୂର ଥାଇଲାଣ୍ଡ ଦେଶରୁ। ଯାହା ମନେ ପକାଇ ଦେଉଛି ଆମ ମାଟିର ପୁରୁଣା ପରିଚୟ ଏବଂ ଆମ ମାଟିର ଗୌରବ ଗାଥାର ସେହି କାହାଣୀକୁ। ଏମିତି ଦିନେ ପାଣିରେ ଭାସି ଆସିଥିଲେ ଦାରୁ ବ୍ରହ୍ମ ଏବଂ ବିଶ୍ଵକର୍ମା ଙ୍କ ହାତରେ ଗଢା ହେଲେ ମହାପ୍ରଭୁ ଜଗନ୍ନାଥ। ଆଉ ରତ୍ନ ବେଦୀ ରେ ପୂଜା ପାଇଲେ ଭାଇ ବଳରାମ ଏବଂ ଭଉଣୀ ସୁଭଦ୍ରା ଙ୍କ ସହିତ। ଆଉ ତାପରେ ତାଙ୍କ ଲୀଳା ଜାଣିଲା ସାରା ବିଶ୍ଵ। କେତେ ଯେ ବିଚିତ୍ର ଏବଂ ଅଲୌକିକ ପ୍ରତିଭା ତାଙ୍କର ରହିଛି ତାହା ତ ସାରା ବିଶ୍ବ ଜାଣିଛି। ମହାପ୍ରଭୁ ଜଗତର ନାଥ ଶ୍ରୀ ଜଗନ୍ନାଥ ଙ୍କ ମହିମା ସତରେ ଅପାର।

ସେହିପରି ପୁରୀ ଶ୍ରୀକ୍ଷେତ୍ର ଠାରୁ ଦୂରରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲାର ସୁନାପାଲ୍ଲୀ ସି ହାର୍ବରରେ ଏକ ରହସ୍ୟମୟ ସୁନା ରଙ୍ଗର ରଥ ଯେମିତି ସମୁଦ୍ରରେ ଭାସି ଆସିଛି ତାହା ସମସ୍ତଙ୍କୁ କିଛି ସଂକେତ ଦେଉନି ତ? ଅନେକ ଜଣ କହୁଛନ୍ତି ଏହା କୌଣସି ଦୈବି ଲୀଳାର ପ୍ରତୀକ ହୋଇ ଥାଇପାରେ। ଆଉ କିଏ କହୁଛି ପ୍ରବଳ ବାତ୍ୟା ପବନରେ ଏହା କେଉଁ ଏକ ମନ୍ଦିର ବା ସୌଧ ର ଭଗ୍ନାବଶେଷ ସମୁଦ୍ରରେ ଭାସି ଆସିଥାଇ ପାରେ। ସମୂଦ୍ର ନିଜ ଗର୍ଭରେ କିଛି ରଖେ ନାହିଁ। ତେଣୁ ସେ ଏହାକୁ ବି ଫେରାଇ ଦେଇଛି। ତେବେ ଏହା ଥାଇଲାଣ୍ଡ ର ବୋଲି ଅନୁମାନ କରା ଯାଉଛି କିନ୍ତୁ ସ୍ପଷ୍ଟ ଭାବରେ କିଛି ଜଣା ପଡିନାହିଁ।

ତେବେ ସୋସିଆଲ ମିଡିଆରେ ଏହି ଘଟଣାର ଦୃଶ୍ୟ ବେଶ୍ ସେୟାର ହେବାରେ ଲାଗିଛି ଏବଂ ଏହି ଭିଡିଓ ଟି ଭାଇରାଲ ହେବାରେ ବି ଲାଗିଛି। ତେବେ ଯାହା ଦେଖିବାକୁ ମିଳିଛି ସମୁଦ୍ର କୂଳକୁ ଭାସି ଆସିଛି ଏକ ସୁନାର ରଥ। ସୁନା ଆକୃତି ବା ସୁନାରେ ପ୍ରସ୍ତୁତ ଭଳି ଲାଗୁଥିବା ଏହି ରଥ ଟି ସମୁଦ୍ରରେ ଭାସି ଆସିଥିବା ଦେଖିବାକୁ ମିଳୁଛି। ତେବେ ସାମୁଦ୍ରିକ ଝଡ଼ ଅସାନି ମଧ୍ୟରେ ହଠାତ୍‌ ସମୁଦ୍ରରୁ ଏହିଭଳି ସୁନାର ପ୍ରଲେପ ଲାଗିଥିବା ଭଳି ପ୍ରତୀୟମାନ ହେଉଥିବା ଏକ ସୁନା ରଥ ବାହାରିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.