Swastik Tv News Odisha

ମାଳିକା ବଡ ଭବିଷ୍ୟବାଣୀ ! 2021 ରୁ 2024 କଣ ସବୁ ଘଟିବ ମାଳିକା ଦେଲା ସତର୍କରେ ବାଣୀ

0

ଆଜିକୁ ଛଅ ଶହ ବର୍ଷ ପୂର୍ବେ ମହାପୁରୁଷ ପଞ୍ଚସଖା ମାନେ ଯେତେବେଳେ କାଗଜ କଲମ ନଥିଲା,ଅତ୍ୟାଧୁନିକ ଯନ୍ତ୍ରପାତି ନଥିଲା ଲେଖିବା ପାଇଁ ସେତେବେଳ ସେମାନେ ତାଳ ପତ୍ର ଓ ଲେଖନୀ ସାହଯ୍ୟ ରେ ସମଗ୍ର ବିଶ୍ଵର ଭବିଷ୍ୟତ ଲେଖିଛନ୍ତି।ସେ ଖାଲି ଓଡିଶାର ଭବିଷ୍ୟତ ଲେଖି ନାହାଁନ୍ତି।ଆମେ ପୁଣି ଆଜି ସେହି ମାଳିକା ବିଷୟରେ ଆଲୋଚନା କରିବା। ମହାପୁରୁଷ କିପରି ଠାର ଗାର ରେ ପ୍ରକାଶ କରିଛନ୍ତି ଆଗତ ଭବିଷ୍ୟତ ଏବଂ ଆମକୁ ସତର୍କ କରାଇଛନ୍ତି ସେ ବିଷୟରେ ଆମେ ଜାଣିବା।ତେବେ ମାଳିକା ଏକ ଏମିତି ଜିନିଷ ଯେଉଁଥିରେ ଦୀର୍ଘ ବର୍ଷ ପୂର୍ବେ ଅନେକ ଜିନିଷ ଏମିତି ବର୍ଣ୍ଣିତ ହୋଇଛି ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି।

ମହାପୁରୁଷ ମାନଙ୍କର ଅନେକ ଶହ ବର୍ଷ ତଳର ଦିବ୍ୟ କଥା କୁ ଦିବ୍ୟ ରଚନା କୁ ଏବେ ଆମେ ଜାଣିବାକୁ ପାଉଛୁ ମାଳିକା ବିଶାରଦ ମାନଙ୍କ ବର୍ଣ୍ଣନା ଯୋଗୁଁ। ଏହାକୁ ଅନେକ ମାନିବାକୁ ରାଜି ନଥିଲେ ବି ଏହି ଘଟଣା ସବୁ ସତ।ଏହାକୁ ବୁଝି ବିଚାରି ନିଜକୁ ସତର୍କ କରାଇବା ସହ ନିଜ କର୍ମକୁ ଠିକ୍ କରିବା ଆବଶ୍ୟକ।ତେବେ ଆଜି ଆମେ ୨୦୨୧ ରୁ ୨୦୨୪ ଭିତରେ କଣ ସବୁ ଘଟିବାକୁ ଯାଉଛି ତାହା ଜାଣିବା ଯାହା ମହାପୁରୁଷ କହି ଯାଇଛନ୍ତି।ଏହି ସମୟ ଭିତରେ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେବେ।୨୦୨୩ ମସିହାରେ କୃଷି କାର୍ଯ୍ୟ ସେତେ ଭଲ ହେବ ନାହିଁ।

ଲୋକେ ଅନାହାର ରେ ମୃତ୍ୟୁ ବରଣ କରିବେ, ଖାଇବାକୁ ପାଇବେ ନାହିଁ। ଦୁର୍ଭିକ୍ଷ ପଡ଼ିବ। ଲୋକେ ଏହିଭଳି ମାରାତ୍ମକ ସମସ୍ୟା ଦେଇ ଗତି କରିବେ। ଏହାକୁ ବିଜ୍ଞାନ ଅଟକାଇ ପାରିବ ନାହିଁ ଖାଦ୍ୟ ପଦାର୍ଥ ର ଅଭାବ ପରିଲକ୍ଷିତ ହେବ। ଫସଲ ହାନି ଘଟିବ।ଲୋକଙ୍କ ପାଖରେ ପଇସା ଥିବ କିନ୍ତୁ ଖାଦ୍ୟ ପଦାର୍ଥ ଅଭାବ ପରିଲକ୍ଷିତ ହେବ।୫୦୦ ଟଙ୍କା ନେଇ ପରିବା ଆଣିବା ପାଇଁ ଗଲେ ମଧ୍ୟ ଲୋକଙ୍କ ବେଗ୍ ପୂରଣ ହେବ ନାହିଁ।ଲୋକେ ଖାଦ୍ୟ ଅଭାବରୁ ଆତଙ୍କିତ ହୋଇଯିବେ।ଅନେକ ପ୍ରାକୃତିକ ବିପର୍ଯ୍ୟୟ କୁ ସାମ୍ନା କରିବାକୁ ପଡ଼ିବ ମଣିଷ ସମାଜକୁ। ବଡ ବଡ କୋଠା ବାଡି ସବୁ ଭୁଶୁଡ଼ି ପଡ଼ିବ ଏହି ବିପର୍ଯ୍ୟୟରେ।

ଏହାସହ ଏହି ସମୟ ମଧ୍ୟରେ ଦୁନିଆରେ ଲୁଟ୍, ହତ୍ୟା ଏବଂ ଆତଙ୍କରାଜ, ଗୁଣ୍ଡା, ଗର୍ଦି ଆଦି ଏହି ସମୟରେ ବୃଦ୍ଧି ପାଇବ।କେହି କାହାକୁ ମାନିବେ ନାହିଁ। ନିଜ ନିଜ ଭିତରେ ହଣା ହାଣି ହୋଇ ପରସ୍ପରର ମୃତ୍ୟୁର କାରଣ ପାଲଟିବେ।୨୦୨୪ ରେ ପୁଣି କରନା ପରି ଅଜଣା ରୋଗରେ ଅନେକ ଲୋକେ ସଂକ୍ରମିତ ହେବେ। ଏଥିରେ ଅନେକ ଲୋକ ମୃତ୍ୟୁ ବରଣ ମଧ୍ୟ କରିବେ। ତେଣୁ ଏହି ସମୟ ମଣିଷ ସମାଜ ପାଇଁ ଏକ ବିପଦପୂର୍ଣ୍ଣ ରହିଛି। ତେଣୁ ମଣିଷ ବେଳୁ ହିଁ ସାବଧାନ ହେଲେ ନିଜକୁ ଏହି ସବୁ ବିପତ୍ତି ରୁ ରକ୍ଷା କରି ପାରିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.