Swastik Tv News Odisha

ମା’ କ’ଣ ହୋଇପାରେ ଏତେ ନୃସଂଶ ! ଭିଡ଼ିଓ ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡ଼ିଓ

0

ମାଆ ଶବ୍ଦଟି ଏକ ନିଆରା ଶବ୍ଦ ଅଟେ। ଏହି ଶବ୍ଦରେ ସୁମଧୁରତା ରହିଥାଏ। ପିଲାର କୌଣସି ଦୁଃଖ କଷ୍ଟକୁ ବାପା ଓ ମାଆ ଦେଖି ପାରନ୍ତି ନାହିଁ। ନିଜ ପିଲା ପ୍ରତି ଯଦି କୌଣସି ବି ବିପଦ ମାଡି ଆସି ଥାଏ, ବିପଦ ମାଆ ନିଜେ ହିଁ ସମ୍ନା କରିଥାଏ। ମାଆ ତାର ଛୁଆ ପାଇଁ କିଛି ବି କରି ପାରେ, ଏମିତିକି ଯମ ସହିତ ମଧ୍ୟ ଲଢ଼ି ପାରେ। ତେବେ ନିକଟରେ ଏଭଳି କିଛି ଘଟଣା ଦେଖିବା ପାଇଁ ମିଳିଛି, ଯାହାକୁ ଶୁଣିଲେ ମାଆ ଭଳି ଶବ୍ଦରେ ଦାଗ ଲାଗିଯିବ। ତେବେ ବନ୍ଧୁଗଣ ମା ନିଜର ଦୁଇ ପିଲାଙ୍କ ଉପରେ ନିର୍ଯ୍ୟାତନା ଦେଉଛନ୍ତି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିବା;

ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶ ଚିତୁର ଜିଲ୍ଲା ରାମପଲ୍ଲୀ ଗାଁ ର ତୁଳସୀ ନାମକ ଜଣେ ମହିଳା ଯିଏ କି ତାମିଲନାଡୁର ବିଲିପୁରମ ଜିଲ୍ଲାର ବାଡ଼ି ବେଲାନ୍ନଙ୍କୁ ବିବାହ କରିଥିଲେ। ସେ ଦୁଇ ଜଣଙ୍କର ଗୋକୁଳ ଓ ପ୍ରଦୀପ ନାମରେ ଦୁଇ ପୁଅ ରହିଛନ୍ତି। ଗୋକୁଳଙ୍କ ବୟସ ୪ ବର୍ଷ ହୋଇଥିବା ବେଳେ ପ୍ରଦୀପଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥାଏ। ସେହି ସ୍ୱାମୀ ସ୍ତ୍ରୀ ଦୁଇ ଜଣ ମିଶି ତାଙ୍କ ପିଲା ମାନଙ୍କୁ ନେଇ ବହୁତ ଖୁସିରେ ରହିଥିଲେ। ତେବେ ଗତ କିଛି ମାସ ଧରି ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଖୁବ ଜୋର ସୋର ଭାବରେ ଝଗଡା ଲାଗି ରହିଥିଲା। ମହିଳା ଜଣଙ୍କ ତାଙ୍କ ସ୍ୱାମୀ ଉପରେ ରାଗି ଯାଇ ତାଙ୍କ ବାପ ଘରକୁ ପଳାଇ ଯାଇ ଥିଲେ। ତାଙ୍କ ସ୍ୱାମୀଙ୍କ ଉପରେ ରାଗ ରଖି ସେ ପ୍ରତିଦିନ ତାଙ୍କ ଦୁଇ ପୁଅଙ୍କ ଉପରେ ମାଡ଼ ମାରି ନିର୍ଯାତନା ଦେଇ ଆସୁ ଥିଲେ। ଏବଂ ଏହାର ଭିଡ଼ିଓ ତିଆରି କରି ନିଜ ସ୍ୱାମୀଙ୍କ ନିକଟକୁ ପଠାଉ ଥିଲେ।

ପିଲା ମାନଙ୍କ ପ୍ରତି ହେଉଥିବା ନିର୍ଯାତନାକୁ ଦେଖି ଯୁବକ ଜଣଙ୍କ ସହି ପାରିଲେ ନାହିଁ। ଯାହା ଫଳରେ କି ପୋଲିସର ସାହାଯ୍ୟ ନେଇଥିଲେ। କିନ୍ତୁ ଅଲଗା ରାଜ୍ୟର ହୋଇ ଥିବାରୁ ପୋଲିସ ଏହି ଘଟଣାର କୋୖଣସି କାର୍ଯ୍ୟ ନେବା ପାଇଁ ଅସମର୍ଥ ହୋଇଥିଲା। କିନ୍ତୁ ଦିନକୁ ଦିନ ପିଲା ମାନଙ୍କ ଉପରେ ନିର୍ଯାତନା ବଢି ଚାଲି ଥିଲା। ଯାହାକୁ ସହି ନପାରି ଯୁବକ ଜଣଙ୍କ ସେହି ଭିଡ଼ିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏଥି ସହିତ ତାମିଲନାଡୁ ରାଜ୍ୟ ବାସୀ ମାନଙ୍କୁ ସାହାଯ୍ୟ ପାଇଁ ଯୁବକ ଜଣଙ୍କ ହାତ ଯୋଡି ଥିଲେ।

ଏହି ଘଟଣା ସମ୍ପର୍କରେ ତାମିଲନାଡୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଜାଣିବା ପରେ ଯଥା ଶୀଘ୍ର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସଙ୍କୁ ନିର୍ଦେଶ ଦେଇଥିଲେ। ପୋଲିସ ଅଭିଯୁକ୍ତଙ୍କୁ ଆନ୍ଧ୍ରପ୍ରଦେଶରୁ ଗିରଫ କରିଛନ୍ତି। ଏଥି ସହିତ ମହିଳାଙ୍କ ଠାରୁ ଗୁରୁତ୍ବର ଭାବରେ ପିଲାଙ୍କୁ ଉଦ୍ଧାର କରି ଚେନ୍ନାଇ ମେଡିକାଲରେ ଭର୍ତ୍ତି କରିଥିଲେ। ତାମିଲନାଡୁ ସରକାର ଦୁଇ ପିଲାଙ୍କର ସମସ୍ତ ଚିକିତ୍ସା ଦାଇତ୍ୱ ବହନ କରୁଛନ୍ତି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ମହିଳାଙ୍କୁ କଠୋରରୁ କଠୋର ଦଣ୍ଡ ଦେବା ପାଇଁ ପୋଲିସଙ୍କୁ ନିର୍ଦେଶ ଦେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.