ମୁଣ୍ଡରେ ରୁପି ( Dandruff ) ହେଲେ କ’ଣ କରିବେ ? | Dr. Rachel Mathew

ନିଜର ସୌନ୍ଦର୍ଯ୍ୟକୁ ବଜାଇ ରଖିବା ପାଇଁ ଆମେ କେତେ କଣ ବ୍ୟବହାର କରିଥାଉ | କୋସମେଟିସସଠୁ ଆରମ୍ଭ କରି ଘରୋଇ ଉପଚାର ପର୍ଯ୍ୟନ୍ତ ଆମେ ସବୁ ଗୁଡିକୁ ଚେଷ୍ଟା କରିଥାଉ |ସେଇଥିରୁ ଆମ ପାଇଁ କିଛି ଉପଯୋଗୀ ହୋଇଥିବା ବେଳେ ଅନ୍ୟ କିଛି ଅନୁପଯୋଗୀ ହୋଇଥାଏ | ବିଶେଷ କରି ସମସ୍ତେ ନିଜ କେଶର ସୌନ୍ଦର୍ଯ୍ୟରେ ଧ୍ୟାନ ଦେଇଥାନ୍ତି | ତାପରେ ବି ମୁଣ୍ଡରେ ରୁପି ସମସ୍ୟା ଛାଡ଼ିବାର ନାମ ନେଇ ନ ଥାଏ |ଆଜି ଆମେ ଆପଣଙ୍କୁ ମୁଣ୍ଡରୁ ରୁପି ସମସ୍ୟା ଦୂର କରିବାର ଉପାୟ ବିଷୟରେ ଜଣାଇବୁ|

ଆମେ ଯୋଉଁ ଡେନଡ୍ରଫ ବା ରୁପି ବୋଲି କହୁଚୁ ଯୋଉଁଟା କି ମୁଣ୍ଡର ସ୍କାଲଫରୁ ଶୁଖିଲା ଚର୍ମ ବାହାରିଥାଏ ତାହାକୁ ଆମେ ଡେନଡ୍ରଫବୋଲି କହିଥାଉ |ଏହା ହେଉଛି ଏକ ସାଧାରଣ ଟର୍ମ | ମେଡିକାଲ ଟର୍ମରେ ଆମକୁ ବହୁତ ପ୍ରକାର ରୋଗ ଅଛି ଯୋଉଁଥିରେ ଆମର ଚର୍ମରୁ ଚୋପା ଛାଡିଥାଏ |କିନ୍ତୁ ଆମେ ସାଧାରଣ ଭାବରେ ସବୁ ଗୁଡିକୁ ଡେନଡ୍ରଫ ବୋଲି କହିଥାଉ | କିନ୍ତୁ ମେଡିକାଲ ଭାଷାରେ ଡେନଡ୍ରଫ ବହୁତ ପ୍ରକାରର ଅଛି |

ଡେନଡ୍ରଫ ହେବାର କାରଣ :-

ଗୋଟିଏ ହେଉଛି ବୟସ ପାଇଁ ଯୋଉଁଟାକି ପନ୍ଦରର ପଚିଶି ବର୍ଷ ଭିତରେ ଯେତେବେଳେ ଶରୀରରେ ହର୍ମୋନାଲ ଚେଞ୍ଜ ଦେଖାଦିଏ ଏବଂ ଜେନେରାଲ ଗ୍ରୋର୍ଥ ହୁଏ ସେତେବେଳେ ସ୍କିନର ସ୍କେଲିଂଟା ବହୁତ ବଢିଯାଏ |ତେଣୁ ମୁଣ୍ଡରେ ଯେହେତୁ ବାଳ ଅଛି ତ ରୁପି ହୋଇଥାଏ |ତା ଛଡା ରାତି ଅନିଦ୍ରା ହେଲେ, ଷ୍ଟ୍ରେସରେ ରହିଲେ ବି ରୁପି ହୋଇଥାଏ |ଲକ୍ଷଣ କରିବେ କୌଣସି ଆଡେ ବୁଲିବା ସମୟରେ ଆମ ସ୍କିନରୁ ଓଏଲ ବାହାରିଥାଏ ଯାହାକି ଆମ ମୁଣ୍ଡ ଚୁଟିରେ ମଧ୍ୟ ବାହାରିଥାଏ |

ଯାହାର ଡେନଡ୍ରଫ ପ୍ରୋବ୍ଲେମ ଥାଏ ସେମାନଙ୍କର ଚିକିଟା ଭଳି ଛୁଟି ହୋଇଯାଏ ଓ ଆମକୁ ବିରକ୍ତ ଲାଗେ |ତା ଛଡା ଯାହାଙ୍କୁ ଆଲରଜିକ ଅଛି ଓ ସେ ବହୁତ ସମୟ ବ୍ୟବଧାନରେ ଶାମ୍ପୂ କରୁଛନ୍ତି ତ ସେ କ୍ଷେତ୍ରରେ ବି ଡେନଡ୍ରଫ ଦେଖା ଯାଏ |ତେଣୁ ଆପଣଙ୍କୁ ସବୁଦିନ ତାକୁ ସଫା କରିବାକୁ ପଡିବ | କେତେଜଣଙ୍କର ଭ୍ରମ ଥାଏ କି ସବୁଦିନ ଶାମ୍ପୂ କଲେ ଛୁଟି ଝଡିବ, ହେଲେ ସେମିତି କିଛି ନାହିଁ | ଆପଣଙ୍କୁ ଦେଖିବାକୁ ପଡିବ ଯେ ଆପଣଙ୍କ ସ୍କାଲଫ ଓଏଲି ଣା ଡ୍ରାୟ | ଆପଣଙ୍କ ମାଇଲଡ ଶାମ୍ପୂ ବ୍ୟବହାର କରିପାରିବେ ନହେଲେ ଡାକ୍ତରଙ୍କ ପରାମର୍ଶରେ ଶାମ୍ପୂ ବ୍ୟବହାର କରି ପାରିବେ |

ଡେନଡ୍ରଫର ଉପଚାର :-

ଆପଣ ଯେ କୌଣସି ଶାମ୍ପୂ ୟୁଜ କରିପାରିବେ |ସେମିତି କିଛି ନାହିଁ କି କୌଣସି ଶାମ୍ପୂ ଆପଣଙ୍କ ପାଇଁ ଖରାପ |କିନ୍ତୁ ଆପଣଙ୍କୁ ପ୍ରତ୍ୟେକଦିନ ମୁଣ୍ଡ ଧୋଇବା ପାଇଁ ହେବ | ଯଦି ଆପଣଙ୍କର ଓଏଲି ସ୍କିନ ତ ଆପଣ ସବୁଦିନ ଧୋଇବେ ଓ ଯଦି ଆପଣଙ୍କର ଡ୍ରାୟ ସ୍କିନ ତା ଆପଣ ଓଏଲ ବ୍ୟବହାର କରି ପାରିବେ |କେତେଜଣ ଭାବନ୍ତି କି ସବୁଦିନ ମୁଣ୍ଡ ଧୋଇଲେ ଥଣ୍ଡା ହେବ ହେଲେ ସେମିତି କିଛି ନାହିଁ | ତା ଛଡା ଆପଣ ଗୋରମ୍ଭ ପାଣିରେ ଧୋଇ ପାରିବେ ଏବଂ ଡ୍ରାଏର ବ୍ୟବହାର କରି ପାରିବେ |ଚୁଟି କୁଣ୍ଡାଇଲା ବେଳେ ପତଳା ଜେଲ ବ୍ୟବହାର କରିବାକୁ ଚେଷ୍ଟା କରିବେ | ଝିଅ ମାନଙ୍କର ଲମ୍ବା ଚୁଟି ପାଇଁ ଧୋଇବାରେ ଅସୁବିଧା ହୋଇଥାଏ ତ ସେଥିପାଇଁ ସପ୍ତାହରେ ଦୁଇ ଥର ଶାମ୍ପୂ କରିବା ପାଇଁ ଚେଷ୍ଟା କରିବେ ଏବଂ ଡାକ୍ତରଙ୍କ ପରାମର୍ଶରେ କିଛି ମେଡିସିନ ବ୍ୟବହାର କଲେ ଡେନଡ୍ରଫ କମିଯିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment