Swastik Tv News Odisha

ମୂଷା ଘରୁ ବାହର କରିବାର ଏହି 3 ଟି ସହଜ ଓ ସରଳ ଉପାୟ , ମାତ୍ର ଥରେ ପରୀକ୍ଷା କରି ଦେଖନ୍ତୁ

0

ମୂଷାକୁ ନକରାତ୍ମକ ଓ ଅଜ୍ଞାନୀ ଶକ୍ତିର ପ୍ରତୀକ ମାନାଯାଏ , ଯେଉଁଘରେ ମୂଷା ଥାଏ ସେହିଘରେ ଥିବା ଲୋକମାନଙ୍କର ଭୌତିକ ବିକାଶ ଠିକ ଭାବରେ ହୋଇପାରି ନଥାଏ । ମୂଷା ଘରେ ମଇଳା ଓ ଦାରିଦ୍ର୍ୟକୁ ଜନ୍ମ ଦେିଥାନ୍ତି । ଯାହାର କାରଣରୁ ଘରେ କେତେ ପ୍ରକାର ବିମାରୀ ଆସିଥାଏ , ସେମାନେ ଆମ ଘରର କେତେ ଖାଦ୍ୟ ବା ଜିନିଷ ପତ୍ରକୁ ନଷ୍ଟ କରି ଦିଅନ୍ତି ।

ଅଧିକାଂଶ ଲୋକମାନେ ଘରୁ ମୂଷାକୁ ବାହର କରିବା ପାଇଁ ପ୍ରାୟ କେତେସବୁ ଉପାୟ କରିଥାନ୍ତି । ବଜାରରେ ମୂଷାକୁ ମାରିବା ପାଇଁ କେତେସବୁ ଔଷଧ ମିଳିଥାଏ କିନ୍ତୁ ଏଥିରେ ମୂଷାମାନେ ମରନ୍ତି ନାହିଁ । ତେବେ ଆଜି ଆମେ ଆପଣଙ୍କୁ ଏମିତି 3 ଟି ଜିନିଷ ବିଷୟରେ କହିବୁ ଯାହାର ବ୍ୟବହାର ଦ୍ୱାରା ମୂଷା ସବୁଦିନ ପାଇଁ ଗାଏବ୍ ହୋଇଯିବ ।

1. ପେପରମିଣ୍ଟ ଅଏଲ :-

ପେପରମିଣ୍ଟ ଅଏଲର ବ୍ୟବହାରରେ ଅମେ ଅତି ସହଜରେ ମୂଷାକୁ ଘରୁ ବାହର କରିପାରିବା । କାରଣ ଏହି ତେଲର ଗନ୍ଧ ବହୁତ ହାଡ ହୋଇଥାଏ , ଏହାର ଗନ୍ଧକୁ ମୂଷା ମାନେ ସହନ କରି ପାରନ୍ତି ନାହିଁ । କଟନ ବା ତୁଳାକୁ ବ୍ୟବହାର କରି ଛୋଟ ଛୋଟ ଗୁଳା ପ୍ରସ୍ତୁତ କରି ସେଥିରେ ପେପରମେଣ୍ଟ ଅଏଲ ଲଗେଇ ଦିଅନ୍ତୁ ଓ ଏହାକୁ ସେହି ସ୍ଥାନରେ ରଖି ଦିଅନ୍ତୁ ଯେଉଁଠାରେ ମୂଷା ମାନେ ରହିଥାନ୍ତି । ଏହାର ଗନ୍ଧ ଯିବା ମାତ୍ରେ ସେଠାରୁ ମୂଷା ମାନେ ବାହାରିଯିବେ ।

2. ଲାଲମରିଚର ପାଉଡର :-

ଏହି ଉପାୟରେ ମୂଷା ଶୀଘ୍ର ଘରୁ ବାହାର ହୋଇଯାଆନ୍ତି , ଏଥିପାଇଁ ଆପଣ ମରିଚ ଗୁଣ୍ଡ ନିଅନ୍ତୁ ଓ ଅଳ୍ପ ଶୁଖିଲା ଅଟାରେ ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହାକୁ ମୂଷା ରହୁଥିବା ବା ମୂଷା ଯାଉଥିବା ସ୍ଥାନରେ ରଖି ଦିଅନ୍ତୁ । ମୂଷାର ନାକ ସମ୍ୱେଦନଶୀଳ ହୋଇଥାଏ , ଯେମିତି ଏହାକୁ ମୂଷାମାନେ ଖାଇବା ଆରମ୍ଭ କରିବେ ବା ଏହାର ପାଖକୁ ଯିବେ । ତ ଏହି ଲାଲ ମିରିଚିର ପାଉଡର ସେମାନଙ୍କୁ ବିତାରିତ କରିବ ଓ ମୂଷା ସେହିଘରୁ ପଳେଇବେ ।

3. ତେଜପତ୍ର :-

ତେଜପତ୍ରକୁ ଆମେ ଖାଇବାରେ ବ୍ୟବାହର କରିଥାଉ , ବହୁ କମ ଲୋକ ଜାଣଇଛନ୍ତି କି ମୂଷାକୁ ଘରୁ ବାହର କରିବାପାଇଁ ତେଜପତ୍ରର ବ୍ୟବହାର କରାଯାଏ । ଏଥିପାଇଁ ଆପଣ 4ରି 5ଟି ତେଜପତ୍ର ନିଅନ୍ତୁ , ରାତିରେ ଶୋଇବା ସମୟରେ ଏହାକୁ ଜଳେଇ ଦିଅନ୍ତୁ । ଆଉ କିଛି ସମୟ ପାଇଁ କବାଟ ଝରକା ବନ୍ଧ କରି ଦିଅନ୍ତୁ , ତେଜପତ୍ରର ଗନ୍ଧରୁ ମୂଷାମାନେ ଘରର ବାହରକୁ ପଳେଇବେ । ତେଜପତ୍ର ଦ୍ୱାରା କେବଳ ମୂଷା ନୁହଁ ବରଂ ମଶା ଏବଂ ମାଛି ବି ଘରୁ ବାହାରି ପଳାଇବେ । ଯାହାଫଳରେ ଘର ସଫା ଓ ସୁତରା ରହିବ ଏବଂ ଆପଣ ଖୁସୀରେ ଜୀବନ ବିତାଇବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.