Swastik Tv News Odisha

ମୋବାଇଲ ଫାଟିଲା ପୂର୍ବରୁ ମିଳିଥାଏ ଏହି ୫ ଟି ସଙ୍କେତ, ହୋଇଯାଆନ୍ତୁ ସାବଧାନ, ଥରୁଟିଏ ନିଶ୍ଚୟ ଦେଖନ୍ତୁ

0

ବର୍ତ୍ତମାନ ସମୟରେ ଡିଜିଟାଲ ଫୋନ ଜୀବନର ବ୍ୟକ୍ତିଗତ ଅଂଶ ହୋଇ ଯାଇଛି। ବର୍ତ୍ତମାନ ଯୁଗରେ ସ୍ମାଟ ଫୋନ ବ୍ୟବହାର କାରୁଛନ୍ତି ଓ ମୋବାଇଲକୁ ଛାଡି ରହିବା ବର୍ତ୍ତମାନ ଯୁଗରେ ବହୁତ କଷ୍ଟକର କଥା ହୋଇଥାଏ। ସବୁ ଜିନିଷର ଭଲ ଗୁଣ ଓ ମନ୍ଦ ଗୁଣ ମଧ୍ୟ ରହିଛି। ଠିକ ସେମିତି ମୋବାଇଲରେ ଅନେକ ଭଲ ଗୁଣ ଓ ମନ୍ଦ ଗୁଣ ମଧ୍ୟ ରହିଛି। ଅନେକ ସମୟରେ ସ୍ମାଟ ଫୋନ ଜୀବନ ପାଇଁ ବିପଦ ସୃଷ୍ଟି କରିଥାଏ ଓ ବେଳେ ବେଳେ ମୋବାଇଲ ମଧ୍ୟ ଫାଟି ଯାଇଥାଏ। ତେବେ ବାନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ମୋବାଇଲ ଫାଟିବା ପୂର୍ବରୁ କିଛି ସଙ୍କେତ ଦେଇଥାଏ। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିବା;

ସୂଚନା ଅନୁସାରେ, ଲିଥିୟମ ଆୟନରେ ନିର୍ମିତ ବ୍ୟାଟେରୀ ଚାର୍ଜ କରିବା ସମୟରେ ଗରମ ହୋଇ ଯାଇଥାଏ। ଏଥି ସହିତ ଏହାକୁ ବ୍ୟବହାର କରିବା ଦ୍ୱାରା ମଧ୍ୟ ଅଧିକ ମାତ୍ରାରେ ଗରମ ହୋଇଥାଏ। ସେଥିପାଇଁ ଯେତେବେଳେ ମୋବାଇଲ ଚାର୍ଜ କରିବା ସମୟରେ ବା ବ୍ୟବହାର କରିବା ସମୟରେ ଯଦି ଗରମ ହେଉଛି ତା’ହେଲେ ଯଥା ଶୀଘ୍ର ବଦଳାଇ ଦିଅନ୍ତୁ, ନହେଲେ ମୋବାଇଲ ଫାଟିବାର ଅଧିକ ସମ୍ଭାବନା ରହିଛି। ଯଦି ମୋବାଇଲର ବ୍ୟାଟେରୀ ଫୁଲି ଯାଉଛି ଏହା ଫାଟିବା ସୁନିଶ୍ଚିତ ହୋଇଥାଏ। ଯଥା ଶୀଘ୍ର ଫୁଲୁ ଥିବା ବ୍ୟାଟେରୀକୁ ବଦଳାଇ ଦିଅନ୍ତୁ।

ମୋବାଇଲ ଫାଟିବ କି ନାହିଁ ପରୀକ୍ଷା କରିବା ପାଇଁ ଗୋଟିଏ ଟେବୁଲ ଉପରେ ମୋବାଇଲ ବ୍ୟାଟେରୀ ରଖି ଘୁରାନ୍ତୁ। ଯଦି ଏହା ଘୁରିବ ତା’ହେଲେ ବ୍ୟାଟେରୀ ଫାଟିବାର ସମ୍ଭାବନା ରହିଛି। ଯେଉଁ ମୋବାଇଲର ବ୍ୟାଟେରୀ ବାହାର କରା ଯାଇ ପାରିବ ନାହିଁ। ଯଦି ମୋବାଇଲ ଚାର୍ଜ କରିବା ସମୟରେ ଯଦି ଉଭୟ ତାତୁଛି, ତାହେଲେ ଯଥା ଶୀଘ୍ର ପଏଣ୍ଟକୁ ବନ୍ଦ କରି ଦିଅନ୍ତୁ। ବେଳେ ବେଳେ ସ୍ମାଟ ଫୋନ ହାତରୁ ପଡ଼ି ଗଲେ ବା ଫୋପାଡ଼ି ଦେଲେ ଫାଟିବାର ମଧ୍ୟ ସମ୍ଭାବନା ରହିଛି। କମ ତାପମାତ୍ରାରେ ମୋବାଇଲ ଫୋନ ଚାର୍ଜ କରିଲେ ଫାଟିବାର ଅଧିକ ସମ୍ଭାବନା ରହିଥାଏ। ବଜାରରେ ବିଭନ୍ନ ପ୍ରକାରର ବ୍ରାଣ୍ଡର ମୋବାଇଲ ମିଳୁଛି। ତେଣୁ ସସ୍ଥା ଓ ଖରାପ ଇଲକ୍ଟ୍ରୋନିକ ଉପକରଣ ମୋବାଇଲରେ ବ୍ୟବହାର ହୋଇ ଥିବା ଯୋଗୁ ତାହା ଫାଟିବା ସୁନିଶ୍ଚିତ ହୋଇଥାଏ।

ଏଥି ସହିତ ଇଣ୍ଟରନ୍ୟାସନାଲ କଲ ବା ମିସଡ଼ କଲ ଆସିବା ମାତ୍ରେ ମଧ୍ୟ ମୋବାଇଲ ଫାଟିବାର ସମ୍ଭାବନା ରହିଥାଏ। ଯଦି ଇଣ୍ଟରନେସନାଲ ନମ୍ବର ସହିତ ମୋବାଇଲରେ କଥା ହେଉଥିବେ, ତା’ହେଲେ ଅଧିକ ସମୟରେ ଫାଟି ଯାଇପାରେ। ସ୍ମାଟ ଫୋନରେ ମାଲଓୟାର ଏବଂ ବଗ ରହିଥାଏ।ଯାହା ଫଳରେ ଚାର୍ଜ କରିବା ସମୟରେ ମଦରବୋର୍ଡ ଉପରେ ପ୍ରଭାବ ପଡିଥାଏ। ଏହା ଦ୍ୱାରା ଫାଟିବାର ଅଧିକ ମାତ୍ରାରେ ସମ୍ଭାବନା ରହିଛି। ତେବେ ବନ୍ଧୁଗଣ ଆପଣ ମାନେ ମୋବାଇଲ ବ୍ୟବହାର କରିବା ସମୟରେ ବା ଚାର୍ଜ କରିବା ସମୟରେ ଏହି ସବୁ ଉପରେ ଗୁରୁତ୍ୱ ଦିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.