Swastik Tv News Odisha

ମୋବାଇଲ ଫାଟିଲା ପୂର୍ବରୁ ମିଳିଥାଏ ଏହି ୭ଟି ସଙ୍କେତ, ହୋଇଯାଆନ୍ତୁ ସାବଧାନ ଥରୁଟିଏ ନିଶ୍ଚୟ ଦେଖନ୍ତୁ

0

ଆଜିର ଡିଜିଟାଲ ଦୁନିଆରେ ମୋବାଇଲ ଏକ ଖାସ୍ ଅଂଶ ପାଲଟି ଯାଇଛି , ମୋବାଇଲ ବିନା ରହିବା ଅସମ୍ଭବ ପ୍ରାୟ । ଯେମିତି କିଛି ଜିନିଷର ଭଲ ଗୁଣ ରହିଛି ଏବଂ କିଛି ଖରାପ ଗୁଣ ଅଛି ଠିକ୍ ସେହିପରି ମୋବାଇଲରେ ମଧ୍ୟ ଭଲ ଗୁଣ ଅଛି ଏବଂ ଅନେକ ଖରାପ ଗୁଣ ମଧ୍ୟ ରହିଛି । ଅନେକ ସମୟରେ ସ୍ମାଟ ଫୋନ ଜୀବନ ପାଇଁ ଅଭିଶାପ ରେ ପରିଣତ ହୋଇଥିବା ନଜିର ବି ଅଛି । ମୋବାଇଲ ଫାଟି ଜୀବନ ଯିବା ର ଅନେକ ଘଟଣା ମଧ୍ୟ ଆପଣ ମାନେ ଶୁଣିଥିବେ ବା ଦେଖିଥିବେ । ଆପଣ ମାନେ ଜାଣି ରଖିବା ଦରକାର ମୋବାଇଲ ଫୋନ ଫାଟିବା ପୂର୍ବରୁ କିଛି ନିର୍ଦ୍ଧିଷ୍ଟ ସଙ୍କେତ ଦେଖାଇଥାଏ । ମୋବାଇଲ ଫାଟିବା ପୂର୍ବରୁ ମିଳିଥିବା ସଙ୍କେତ ବିଷୟରେ ଆସନ୍ତୁ ଜାଣିବା ।

1 . ଲିଥିୟମ ଆୟନରେ ନିର୍ମିତ ବ୍ୟାଟେରୀ ଚାର୍ଜ କରିବା କରିବା ସମୟରେ ଗରମ ହୋଇଯାଇଥାଏ , ଏଥିସହ ଏହାକୁ ଅଧିକ ବ୍ୟବହାର କରିବା ଦ୍ୱାରା ମଧ୍ୟ ଏହା ଗରମ ହୋଇଥାଏ । ଏଣୁ ଯେତେବେଳେ ମୋବାଇଲ ବ୍ୟବହାର ବା ଚାର୍ଜ କରିବା ସମୟରେ ମୋବାଇଲ ଗରମ ହେଉଛି ତେବେ ଏହାକୁ ତୁରନ୍ତ ବଦଳାନ୍ତୁ । ଅଥବା ଏହା ଫାଟିଯିବାର ସମ୍ଭାବନା ରହିଛି ।

2. ଯଦି ଆପଣଙ୍କ ମୋବାଇଲ ର ବ୍ୟାଟେରୀ ଫୁଲି ଯାଇଛି , ତେବେ ଏହା କେତେବେଳେ ମଧ୍ୟ ଫାଟିବାର ସମ୍ଭାବନା ରହିଥାଏ । ଏଣୁ ତୁରନ୍ତ ଆପଣ ଆପଣଙ୍କର ଫୁଲିଥିବା ମୋବାଇଲ ବ୍ୟାଟେରୀକୁ ଯେତେ ଶୀଘ୍ର ହେବ ବଦଳାନ୍ତୁ ।

3. ମୋବାଇଲ ଫାଠିବ କି ନାହିଁ ପରୀକ୍ଷା କରିବା ପାଇଁ ଗୋଟିଏ ଟେବୁଲ ଉପରେ ମୋବାଇଲ ର ବ୍ୟାଟେରୀକୁ ବାହର କରି ଘୂରାନ୍ତୁ । ଯଦି ତାହା ଘୂରୁଛି ଏହା ଅର୍ଥ ବ୍ୟାଟେରୀ ଫୁଲି ଯାଇଛି , ଏହି ସମୟରେ ତୁରନ୍ତ ଏହାକୁ ବଦଳାନ୍ତୁ ଅଥବା ଏହା ଫାଟିବାର ସମ୍ଭାବନା ରହିଛି ।

4. ବର୍ତ୍ତମାନ ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ ରହିଛି , ଯାହାର ବ୍ୟାଟେରୀ ବାହାର କରାଯାଇ ପାରିବ ନାହିଁ । ସେ କ୍ଷେତ୍ରରେ ଆପଣଙ୍କୁ ଧ୍ୟାନ ଦେବାକୁ ପଡିବ , ମୋବାଇଲ ଚାର୍ଜ କରିବା ସମୟରେ ଯଦି ଉଭୟ ଚାର୍ଜର ଓ ମୋବାଇଲ ତାତୁଛି ତୁରନ୍ତ ଚାର୍ଜୀଂ ପଏଣ୍ଟକୁ ବନ୍ଦ କରି ଦିଅନ୍ତୁ ।

5. ବେଳେବେଳେ ସ୍ମାର୍ଟଫୋନ ହାତରୁ ପଡିଗଲେ କିମ୍ୱା ଫିଙ୍ଗି ଦେଲେ ତାହା ଫାଟିବାର ସମ୍ଭାବନା ରହିଛି ।

6. କମ ତାପମାତ୍ରାରେ ମୋବାଇଲ ଫୋନ ଚାର୍ଜ କଲେ ମୋବାଇଲ ବ୍ୟାଟେରୀ ଫାଟିବାର ଅଧିକ ସମ୍ଭାବନା ଥାଏ । ଲିଥିୟମ ଆୟନ ବ୍ୟାଟେରୀକୁ ଅଧିକ ଥଣ୍ଡା ଥିବା ସ୍ଥାନରେ ଚାର୍ଜ କରିବା ଭୟଙ୍କର ହୋଇଥାଏ ।

7. ଚାର୍ଜିଂ କରୁଥିବା ସମୟରେ ମୋବାଇଲ ବ୍ୟବାହର କଲେ ବ୍ୟାଟେରୀ ଫାଟିବାର ଅଧିକ ସମ୍ଭାବନା ରହିଥାଏ । ଏହା କରିବା ଦ୍ୱାରା ମୋବାଇଲର ମଦରବୋର୍ଡରେ ପ୍ରଭାବ ପଡିଥାଏ । ତେଣୁ ମୋବାଇଲ ଫାଟିବାର ଅଧିକ ସମ୍ଭାବନା ରହିଥାଏ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଇଣ୍ଟରନ୍ୟାସନାଲ କଲ ବା ମିକ୍ସକଲ ଆସିବା ମାତ୍ରେ ମଧ୍ୟ ମୋବାଇଲ ଫାଟିବାର ସମ୍ଭାବନା ରହିଥାଏ । ଯଦି ଆପଣ ଇଣ୍ଟରନ୍ୟାସନାଲ ନମ୍ୱର ସହ ମୋବାଇଲରେ କଥା ହେଉଛନ୍ତି ତେବେ କିଛି ଅଧିକ ସମୟ ପରେ ତାହା ଫାଟିଯାଇ ପାରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.