ଯାଦୁ, କାଛୁ, କୁଣ୍ଡିଆ ( Fungal Infection ) ସବୁଦିନ ପାଇଁ ଭଲ କରିବାର ଘରୋଇ ଉପାୟ

ତେବେ ବନ୍ଧୁଗଣ ଯାଦୁ,କାଛୁ ଆଉ କୁଣ୍ଡିଆ, ଏହା ବ୍ୟତୀତ ସ୍କିନ ଇନଫେକ୍ସନ ଗୋଟିଏ ଏଭଳି ରୋଗ , ତାହା କମ ହେଉ ବା ବେଶୀ ସମସ୍ତଙ୍କ ପାଖରେ ଦେଖା ଯାଇଥାଏ | ଆଉ ଏହି ଭଳି ସମସ୍ୟା ଯୋଗୁଁ ଆମକୁ ବହୁତ ଚିଡ଼ଚିଡ଼ା ଲାଗିଥାଏ ଆଉ ଚାରିଆଡୁ କୁଣ୍ଡେଇ ମଧ୍ୟ ହେଉଥିବାର ଦେଖିବାକୁ ମିଳିଥାଏ | ତେବେ ଯଦି ସେହିଭଳି କିଛି ସମସ୍ୟା ଦେଖା ଯାଉଥାଏ ସେଥିପାଇଁ ଆମେ ବିଭିନ୍ନ ପ୍ରକାରର ଉପାୟ ମଧ୍ୟ ଆପଣାଇ ଥାଉ | ଆଉ ସେଥିରୁ ରକ୍ଷା ପାଇବା ପାଇଁ ଆମେ ଅନେକ ସମୟରେ ଡକ୍ଟର ଙ୍କ ପରାମର୍ଶ ମଧ୍ୟ ନେଇଥାଉ | ତେବେ ଯଦି ସେଭଳି କିଛି ସମସ୍ୟା ଆପଣଙ୍କ ପାଖରେ ଦେଖା ଯାଉଛି, ତାହେଲେ ଜମାରୁ ବି ବ୍ୟସ୍ତ ହୁଅନ୍ତୁ ନାହିଁ | ଆଜି ମୁଁ ଆପଣ ମାନଙ୍କୁ ଜଣାଇବି କେତେକ ସହଜ ଘରେଇ ଉପଚାର ବିଷୟରେ, ଯାହାକୁ ଆମେ ବ୍ୟବହାର କରିକି ଯାଦୁ, କାଛୁ ଆଉ କୁଣ୍ଡିଆ ଭଳି ସମସ୍ୟା ରୁ ସବୁଦିନ ପାଇକି ମୁକ୍ତି ପାଇପାରିବା |

ଆବଶ୍ୟକୀୟ ଉପକରଣ :-

ଟମାଟୋ, ନଡ଼ିଆ ତେଲ

ପ୍ରସ୍ତୁତି ପ୍ରଣାଳୀ :-

ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ହେଲେ ଆମକୁ ଆବଶ୍ୟକ ପଡିଥାଏ ଟମାଟୋ ର | ତେବେ ସେଥିପାଇଁ ଆମକୁ ଟମାଟୋ ର ରସ ଆବଶ୍ୟକ ହୋଇଥାଏ 3-4 ଚାମଚ ଟମାଟୋ ରସ ର | ତେବେ ଏଥିପାଇଁ ଆମେ ମାନେ ପ୍ରଥମେ ଟମାଟୋ କୁ ଭଲ ଭାବରେ ପେଷ୍ଟ କରିନେବା ଓ ସେଥିରୁ ରସ ବାହାର କରିବା ଓ ତାହାକୁ ପାତ୍ରରେ ଭଲ ଭାବରେ ରଖିବା | ତାହା ପରେ ଆମେ ଆଉ ଗୋଟିଏ ଜିନିଷ ର ବ୍ୟବହାର କରିବା ତାହା ହେଉଛି ମରା ନଡ଼ିଆ ତେଲ କୁ | ଅର୍ଥାତ ଟମାଟୋ ର ରସ ରେ ଆମେ ମାନେ ଗୋଟିଏ ଚାମଚ ନଡ଼ିଆ ତେଲ ମିଶାଇବା | ତାହା ପରେ ସେହି 2 ତି ସାମଗ୍ରୀ କୁ ଭଲ ଭାବରେ ମିକ୍ସ କରି ଦେବା | ଯେମିତି ଟମାଟୋ ରସ ଆଉ ନଡ଼ିଆ ତେଲ ଭଲ ଭାବରେ ମିଶିଯିବ | ଏବେ ଆମର ଘରେଇ ଉପଚାର ଟି ପ୍ରସ୍ତୁତ ହେଇଗଲା |

ବ୍ୟବହାର :-

ପ୍ରସ୍ତୁତ ହୋଇଥିବା ଏହି ଘରେଇ ଉପଚାର ଟିକୁ ଆମେ ମାନେ ତୁଳା ସାହାଯ୍ୟ ରେ ଯାଦୁ, କାଛୁ ହୋଇଥିବା ସ୍ଥାନରେ ଲଗାଇବା | ଆଉ ଥରେ ଯେଉଁ ତୁଳକୁ ବ୍ୟବହାର କରିବା ତାହାକୁ ପୁଣି ଥରେ ଆଉ ବ୍ୟବହାର କରିବା ନାହିଁ | ତେବେ ଏହି ପ୍ରସ୍ତୁତ ପେଷ୍ଟ କୁ ଆପଣ ମାନେ ସାରା ଦେହରେ ମଧ୍ୟ ଲଗାଇ ପାରିବେ |

ତେବେ ଏହି ଭଳି ଭାବରେ ଅତି ସହଜ ଘରେଇ ଉପଚାର କୁ ବ୍ୟବହାର କରିକି ଆମେ ଯାଦୁ, କାଛୁ ଆଉ କୁଣ୍ଡିଆ ଭଳି ସମସ୍ୟା ରୁ ସବୁଦିନ ପାଇଁ ମୁକ୍ତି ପାଇପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment