Swastik Tv News Odisha

ଯୁବକଙ୍କୁ ଖୁଣ୍ଟିରେ ବାନ୍ଧି ନିର୍ଘାତିଆ ମାଡ଼ ମାରିଲେ ଗାଁ ଲୋକ, କାରଣ ଜାଣି ହୋସ ଉଡିଯିବ…ଦେଖନ୍ତୁ Viral ଭିଡିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଦେଖିବା ପାଇଁ ମିଳୁଛି। ସମାଜରେ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ସମାଜର ପରିବେଶ ଧୀରେ ଧୀରେ ଖରାପ ହେବାକୁ ଲାଗିଲାଣି। ସମାଜରେ ଏଭଳି କିଛି ଲୋକ ଅଛନ୍ତି ଯେ ମଦ ପିଇ ଆସି ଖରାପ କଥା କହିବା ସହିତ ଗାଳି ଗୁଳଜ ମଧ୍ୟ କରୁଥାନ୍ତି। ଯାହାକି ଏହା ଏକ ଲଜ୍ୟା ଜନକ କଥା ଅଟେ। ସେମାନେ କାହାରିକୁ ମଧ୍ୟ ଖାତିର କରୁ ନାହାନ୍ତି। ଏମିତିକି ଆଇନକୁ ମଧ୍ୟ ଡରୁ ନାହାନ୍ତି। ସମାଜରେ ଏଭଳି କାର୍ଯ୍ୟ କରିବା ଦ୍ୱାରା ଅନ୍ୟ ଲୋକ ମାନେ ମଧ୍ୟ ଖରାପ ଆଡକୁ ଗତି କରୁଛନ୍ତି। ଏଭଳି ଘଟଣା ପ୍ରତିଦିନ ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ମଧ୍ୟ ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ନିନ୍ଦା ମଧ୍ୟ କରିବେ। ତେବେ ଘଟଣାଟି ହେଉଛି, ଜଣେ ଯୁବକ ମଦ ପିଇ ଆସି ଲୋକ ମାନଙ୍କୁ ଆଶ୍ରିଳ ଭାଷାରେ ଗାଳି ଗୁଳଜ କରୁଥିବାରୁ ତାଙ୍କୁ ବାନ୍ଧି ଖୁବ ଜୋରରେ ମାଡ଼ ମାରିଛନ୍ତି ବୋଲି ସୂଚନା ମିଳିଛି। ଯାହାକି ଏହା ଏକ ଲଜ୍ୟା ଜନକ ଘଟଣା ଅଟେ। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଥାନା ଅନ୍ତର୍ଗତ ପଙ୍କପାଳ ପଂଚାୟତର ଜହ୍ନପାଳ ଗ୍ରାମରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ସେହି ଗ୍ରାମର ଜଣେ ଯୁବକ ମଦ ପିଇ ଆସି ,ନିଶାଗ୍ରସ୍ତ ଅବସ୍ଥାରେ ରାସ୍ତା ଉପରେ ଲୋକ ମାନଙ୍କୁ ଅଶ୍ରୀଳ ଭାଷାରେ ଗାଳି ଗୁଳଜ କରୁଥିଲେ ଓ ଯୁବକ ଜଣଙ୍କ ଭାଷା କହିବା ଦ୍ୱାରା ଲୋକ ମାନଙ୍କ ଉପରେ ଖରାପ ପ୍ରଭାବ ପଡୁଥିଲା।

ତେବେ ସେହି ଗ୍ରାମର ଜଣେ ପ୍ରଭାବ ଶାଳୀ ବ୍ୟକ୍ତି,ତାଙ୍କ ସ୍ତ୍ରୀ ଓ ପିଲା ଛୁଆ ମିଶି ଯୁବକଙ୍କୁ ଏକ ଖୁଣ୍ଟରେ ବାନ୍ଧି ଅଟକାଇ ରଖିବା ସହ ଲୁହା ରଡ଼ରେ ଖୁବ ଜୋରରେ ମାଡ଼ ମାରିଥିଲେ। ଯୁବକ ଜଣଙ୍କ ଦେହରେ ଅତ୍ୟଧିକ ଆଘାତ ହେବାରୁ ତାଙ୍କୁ ପ୍ରଥମେ କୁଂଜଙ୍ଗ ଗୋଷ୍ଠୀ ସ୍ୱାସ୍ତ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ ,ହେଲେ ସେଠି ତାଙ୍କର କୌଣସି ବି ପରିବର୍ତ୍ତନ ହେଲା ନାହିଁ। ଶରୀର ଆହୁରି ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇ ଥିଲା। ଏଭଳି ଘଟଣା ପରେ ଯୁବକଙ୍କ ବାପା କୁଜଙ୍ଗ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ଓ ଏହା ପରେ ଥାନା ଅଧିକାରୀ ମାନେ ପଦକ୍ଷେପ ନେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.