ପ୍ରତ୍ୟେକ ବ୍ୟକ୍ତିମାନେ ଧନୀ ହେବାକୁ ଚାହିଁଥାନ୍ତି , ସମସ୍ତଙ୍କର ସ୍ୱପ୍ନ ରହିଥାଏ କି ଅଧିକରୁ ଅଧିକ ଟଙ୍କା ରୋଜକାର କରିବା ପାଇଁ । କିନ୍ତୁ ଲୋକମାନେ ଅଜାଣତରେ ଏପରି କିଛି ଭୁଲ କରି ବସନ୍ତି ଯାହାଦ୍ୱାରା ସେମାନେ ଜୀବନରେ କେବେବି ଧନୀ ହୋଇ ପାରନ୍ତି ନାହିଁ । ତେବେ ଆଜି ଆମେ ଏପରି 5 ଜଣ ବ୍ୟକ୍ତିଙ୍କ ବିଷୟରେ କହିବୁ , ଯେଉଁମାନେ ଯେତେ ରୋଜକାର କଲେ ମଧ୍ୟ ଜୀବନରେ କେବେବି ଧନୀ ହୋଇ ପାରନ୍ତି ନାହିଁ ।
1. ମଇଳା ପୋଷାକ ପିନ୍ଧୁଥିବା ବ୍ୟକ୍ତି :-
ଯେଉଁ ମାନଙ୍କର ସୁନ୍ଦର ଓ ପରିଷ୍କାର ପୋଷାକ ଥାଇ ମଧ୍ୟ ସେମାନେ ମଇଳା ବା ଚିରା ଫୋଟା ପୋଷାକ ପିନ୍ଧିଥାନ୍ତି ତେବେ ମାତା ଲକ୍ଷ୍ମୀ ଏପରି ବ୍ୟକ୍ତିଙ୍କ ଜୀବନକୁ କେବେ ବି ଆସନ୍ତି ନାହିଁ । ଯେଉଁମାନେ ସର୍ବଦା ଅପରିଷ୍କାର ଜୀବନ ଯାପନ କରନ୍ତି , ସେମାନଙ୍କର ଚାରିପାଖରେ ପରିଷ୍କାର ପରିଚ୍ଛନ୍ନତା ମଧ୍ୟ ରଖନ୍ତି ନାହିଁ । ତେବେ ମାତା ଲକ୍ଷ୍ମୀ ଙ୍କ କୃପା ସେମାନଙ୍କ ଉପରେ କେବେବି ପଡେ ନାହିଁ ।
2. ଦାନ୍ତ ସଫା ରଖନ୍ତି ନାହିଁ :-
ଶାସ୍ତ୍ର ଅନୁସାରେ ଯେଉଁମାନେ ଦାନ୍ତକୁ ସଠିକ୍ ଭାବରେ ସଫା ରଖନ୍ତି ନାହିଁ , ତେବେ ସେହି ବ୍ୟକ୍ତି ମାନଙ୍କୁ ନିଶ୍ଚୟ ଦରିଦ୍ରର ସମ୍ମୁଖୀନ ହେବାକୁ ପଡିଥାଏ । ମାତା ଲକ୍ଷ୍ମୀ କଦାପି ମଇଳା ଦାନ୍ତ ଥିବା ବ୍ୟକ୍ତି ଙ୍କ ନିକଟକୁ ଆସନ୍ତି ନାହିଁ । ଏଥିସହିତ ମାତା ଲକ୍ଷ୍ମୀ ଙ୍କ କୃପା ସର୍ବଦା ଦାନ୍ତ ସଫା ରଖୁଥିବା ବ୍ୟକ୍ତିଙ୍କ ଉପରେ ରହିଥାଏ ।
3. ଭୋକ ଠାରୁ ଅଧିକ ଭୋଜନ କରୁଥିବା ବ୍ୟକ୍ତି :-
ଜୀବନ ଶାସ୍ତ୍ର ଅନୁସାରେ ଭୋକ ଅପେକ୍ଷା ଅଧିକ ଖାଉଥିବା ବ୍ୟକ୍ତି ମଧ୍ୟ ଧନୀ ହୋଇ ପାରିବେ ନାହିଁ । ଦାରିଦ୍ର୍ୟ ହିଁ ମନୁଷ୍ୟକୁ ଦରିଦ୍ରରେ ପରିଣତ କରିଥାଏ ଏବଂ ସେହି ସମୟରେ ଅଧିକ ଖାଉଥିବା ବ୍ୟକ୍ତି ଜୀବନରେ କେବେବି ସୁଖରେ ରହି ପାରିନଥାଏ ।
4. କଟୁଶବ୍ଦ ବ୍ୟବହାର କରୁଥିବା ବ୍ୟକ୍ତି :-
ଯେଉଁମାନେ କଟୁ ଶବ୍ଦ କୁହନ୍ତି ସେମାନେ କଦାପି ଧନୀ ହୋଇ ପାରିବେ ନାହିଁ , ଯେକୌଣସି ବ୍ୟକ୍ତି ନିଜ ସତ୍ୟରେ ଅନ୍ୟମାନଙ୍କୁ ଆଘାତ କରିଥାଏ ସେ କେବେବି ମାତା ଲକ୍ଷ୍ମୀ ଙ୍କର କୃପା ପାଇଁ ପାରି ନଥାଏ । ଏଥି ସହିତ ତାଙ୍କର କୌଣସି ବନ୍ଧୁ ମଧ୍ୟ ହୋଇ ନଥାନ୍ତି , ଏହିପରି ବ୍ୟକ୍ତି ମାନେ ଭଲ ବନ୍ଧୁ ଅପେକ୍ଷା ଅଧିକ ଶତ୍ରୁ ମାନଙ୍କ ଦ୍ୱାରା ଘେରି ହୋଇ ରହିଥାନ୍ତି ।
5. ସକାଳ ସନ୍ଧ୍ୟା ପର୍ଯ୍ୟନ୍ତ ଶୋଇ ରହୁଥବା ବ୍ୟକ୍ତି :-
ଯେଉଁମାନେ ଅଳସୁଆ ଏବଂ ନିଜ ପାଇଁ ପ୍ରଥମେ ଭାବନ୍ତି ସେମାନେ କଦାପି ଧନୀ ହୋଇ ପାରିବେ ନାହିଁ । ସୂର୍ଯ୍ୟ ଉଦୟ ରୁ ସୂର୍ଯ୍ୟ ଅସ୍ତ ପର୍ଯ୍ୟନ୍ତ ଯେଉଁ ମାନେ ଶୋଇ ରହନ୍ତି ସେମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କର କୃପା କେବେବି ରହି ନଥାଏ । ବିନା କାରଣରେ ଶୋଇବା ମନୁଷ୍ୟ ପାଇଁ ଅତ୍ୟନ୍ତ କ୍ଷତି କାରକ ହୋଇଥାଏ ।
ତେଣୁ ଏହି 5 ଜଣ ବ୍ୟକ୍ତିଙ୍କ ବ୍ୟତୀତ ଏପରି ଲୋକମାନେ ଯେଉଁମାନେ ଅନ୍ୟାୟ , ଚତୁରତା ଓ ଅସାଧୁତା ଦ୍ୱାରା ଟଙ୍କା ରୋଜକାର କରନ୍ତି ତେବେ ଏବି ବ୍ୟକ୍ତି ମାନେ ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ ଧନୀ ହୋଇ ପାରନ୍ତି ନାହିଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।