ଆଜିକାଲି ବଜାରରେ ବହୁତ ଗୁଡିଏ ଏବଂ ବିଭିନ୍ନ କମ୍ପାନୀର ଯେନିଟାଲ ହାଇଜିନକୁ ମେନଟେନ କରିବା ପାଇଁ ବହୁତ ପ୍ରକାରର ପ୍ରଡକ୍ଟ ମିଳୁଛି | ଯୋଉଁଟା କି କେତେକାଂଶରେ ଲୋକ ମାନଙ୍କର ବିଭିନ୍ନ ରୋଗ ସୃଷ୍ଟି କରୁଛି |ଏବେ ଅଧିକାଂଶ ଲୋକ ମହିଳାଙ୍କ କ୍ଷେତ୍ରରେ ଏହି ଅସୁବିଧା ଦେଖିବାକୁ ମିଳୁଛି | ତେଣୁ ଆପଣ ମାନେ ସତର୍କତାର ଶହ ଏହାକୁ ଗ୍ରହଣ କରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ନ ହେଲେ ଏହା ଭବିଷ୍ୟତରେ କ୍ଷତିକାରକ ହୋଇପାରେ | ତ ଆଜି ଆମେ ଆପଣଙ୍କୁ ବତେଇବୁ କି କେମିତି ଆପଣ ଭାଜିନାକୁ ସଫା ରଖିବେ ଓ କେମିତି ହାଇଜିନକୁ ଗୁରୁତ୍ୱ ଦେବେ |
ଡାକ୍ତର ମାନଙ୍କ ମତରେ ଭାଜିନା ପାଇଁ ସବୁଠାରୁ ଭଲ ହେଉଛି ସାଧାରଣ ପାଣି |ଆପଣ ଖାଲି ପାଣିରେ ଦିନକୁ ଦୁଇ ଥର ସଫା କରିଲେ ଯୋନି ପରିଷ୍କାର ରହିଥାଏ | ଏହା ଦ୍ୱାରା ଆପଣଙ୍କର କୌଣସି ଖର୍ଚ ନାହିଁ ବା କ୍ଷତି ହେବାର ଭୟ ମଧ୍ୟ ନ ଥାଏ | ଏବଂ ସାଧାରଣ ପାଣି ବ୍ୟବହାର କରିବା ଦ୍ୱାରା କୌଣସି ଇନଫେକ୍ସନର ମଧ୍ୟ ସୁଯୋଗ ନ ଥାଏ | ଡାକ୍ତରଙ୍କ ମତରେ ଯଦି ଆପଣ କୌଣସି କମ୍ପାନୀର ପ୍ରଡକ୍ଟ ବ୍ୟବହାର କରୁଛନ୍ତି ତାହା ବିଶେଷ ଭାବରେ ଖରାପ ନୁହେଁ କିନ୍ତୁ ଯଦି ଆପଣ ନର୍ମାଲ ସାବୁନ ବ୍ୟବହାର କରୁଛନ୍ତି ତାହା ଖରାପ ହୋଇପାରେ ଆପଣଙ୍କ ପାଇଁ |
କାରଣ ସାଧାରଣ ସାବୁନରେ ଥିବା କ୍ଷାର ଅଂଶ ଯୋନିରେ ଥିବା P. H. କୁ ନଷ୍ଟ କରି ଦେଇଥାଏ ଯୋଉଠି ପାଇଁ ଆପଣଙ୍କର ଇନଫେକ୍ସନ ହେବାର ଚାନ୍ସ ବେଶୀ ରହିଥାଏ | ତେଣୁ ସେହି କ୍ଷେତ୍ରରେ ଆପଣ ଭଲ କମ୍ପାନୀ ଦ୍ୱାରା ବାହାରୁଥିବା ଲାଇଟ ୱାଶ ବ୍ୟବହାର କରି ପାରିବେ ଏବଂ କେବଳ ସାଧାରଣ ପାଣି ବ୍ୟବହାର କରିପାରିବେ | କାରଣ ସାଧାରଣ ପାଣିରେ କୌଣସି କ୍ଷତି ହେବାର ଚାନ୍ସ ନା ଥାଏ ଏବଂ ଏହା ବହୁତ ଗୁରୁତ୍ୱପୂର୍ଣ | ଆଉ କୌଣସି ଜିନିଷ ବ୍ୟବହାର କରିବାର ବିଶେଷ ଆବଶ୍ୟକତା ନାହିଁ |
ଯଦି ଆପଣଙ୍କର କିଛି ଇନଫେକ୍ସନ ହେଉଛି ସେହି ସମୟରେ ଡାକ୍ତର କିଛି ମେଡ଼ିସିନ ପ୍ରେସକ୍ରାଇବ କରିଥାନ୍ତି, ତାହାକୁ ବ୍ୟବହାର କରନ୍ତୁ | ଗୁରୁତ୍ୱପୂର୍ଣ କଥା ହେଉଛି କି ଲୋକ ମାନଙ୍କ ଠାରେ ଇନଫେକ୍ସନ ହେବାର କାରଣ ହେଉଛି କି ବିଭିନ୍ନ ସମୟରେ ଆଣ୍ଟିବାୟୋଟିକ ବ୍ୟବହାର କରିବା |ଯୋଉଁଟା କି ଭାଜିନା ଇନଫେକ୍ସନ କରିଥାଏ | ସାମାନ୍ୟ ଥଣ୍ଡା ଜ୍ୱର ହେଲେ ମଧ୍ୟ ଲୋକ ମାନେ ପ୍ରଥମେ ପାଖ ଦୋକାନରୁ ଆଣ୍ଟିବାୟୋଟିକର ଅପବ୍ୟବହାର କରିଥାନ୍ତି ଯାହା ଦ୍ୱାରା ଆମ ଶରୀରରେ ଥିବା ଉପକାରୀ ଅଣୁଜୀବ ଗୁଡିକ ମରିଯାନ୍ତି | ତେଣୁ ଯେ କୌଣସି ରୋଗ ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ |
ଆଣ୍ଟିବାୟୋଟିକର ବ୍ୟବହାର କଲେ ଯୋନିରେ ଥିବା ଫ୍ଲୋରା ଏବଂ କିଛି ବାକଟେରିଆ ଥାନ୍ତି ଯୋଉଁ ମାନେ ଆମ ସହ ବଞ୍ଚନ୍ତି ସେହି ଗୁଡିକ ନଷ୍ଟ ହେଇଯାନ୍ତି |ଏବଂ ଏଥିପାଇଁ ଇନଫେକ୍ସନ ବହୁମାତ୍ରାରେ ହୋଇଥାଏ ଯେମିତି କି ହ୍ୱାଇଟ ଡ଼ିସଚାର୍ଜ ହେବା | ଯୋଉଁ ମହିଳା ମାନଙ୍କର ଡାଇବେଟିସ ଅଛି ସେମାନଙ୍କ କ୍ଷେତ୍ରରେ ଇନଫେକ୍ସନ ବେଶୀ ହୋଇଥାଏ | ସେହି କ୍ଷେତ୍ରରେ ସେମାନଙ୍କୁ ଟ୍ରିଟମେଣ୍ଟ ହେବାକୁ ପଡିବ | ଡାଏଟ ଏବଂ ଉପଯୁକ୍ତ ମେଡ଼ିସିନ ନେଇ ସୁଗାରକୁ ଆୟତ୍ତରେ ରଖିବାକୁ ପଡିବ |ଯଦି ଆପଣଙ୍କର ଅନ୍ୟ କୌଣସି ଇନଫେକ୍ସନ ହେଉଛି ତାହେଲେ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଜରୁରୀ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।