ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ନିକଟରେ ସମସ୍ତଙ୍କୁ ଛାଡ଼ି ଆର ପାରିକୁ ଚାଲି ଯାଇଛନ୍ତି ଆପଣ ମାନଙ୍କ ସମସ୍ତଙ୍କ ପ୍ରିୟର କଳାକାର ରାଇମୋହନ ପରିଡା।ଯାହା ସମସ୍ତଂକ ପାଇଁ ଏକ ଦୁଃଖଦ ସ୍ଥିତି ସୃଷ୍ଟି କରିଛି। କେହି ବି ତାଙ୍କ ମୃତ୍ୟୁକୁ ବିଶ୍ୱାସ କରି ପାରୁ ନାହାଁନ୍ତି। ଓଡ଼ିଆ ସିନେମା ଏବଂ ଯାତ୍ରା ଜଗତର ସେ ଜଣେ ଜଣାଶୁଣା ଅଭିନେତା ଅଟନ୍ତି। ସେ ଦୀର୍ଘ ସମୟ ଧରି ଖଳନାୟକ ଭାବରେ ଅନେକ ସିନେମାରେ ଆକର୍ଷଣୀୟ ଜୀବନ୍ତ ଅଭିନୟ କରି ବେଶ୍ ଲୋକ ପ୍ରୀୟତା ହାସଲ କରିଛନ୍ତି। ସେ ଜଣେ ଅଭିଜ୍ଞ କଳାକାର ଅଟନ୍ତି। ଓଡ଼ିଶା ଫିଲ୍ମ ଜଗତରେ ସେ ଏମିତି ଜଣେ କଳାକାର ଯିଏ କି ଆକର୍ଷଣୀୟ ଅଭିନୟ କରି ଜଣେ ସଫଳ ଚେହେରା ପାଲଟିଥିଲେ।
ତାଙ୍କର ଅଭିନୟ ଆଉ ଦେଖିବା ପାଇଁ ମିଳିବ ନାହିଁ।ତାଙ୍କର ମୃତ୍ୟୁ ପରେ ଆଜି ତାଙ୍କୁ ଝୁରୁଛି ସାରା ଓଡ଼ିଶା। ତେବେ ଆପଣଙ୍କୁ କହି ରଖୁଛୁ ଯେ ବରିଷ୍ଠ ସିନେ ଅଭିନେତା ରାଇମୋହନ ପରିଡ଼ା ଶୁକ୍ରବାର ଆତ୍ମହତ୍ୟା କରିଛନ୍ତି। ଯାହାକୁ ବିଶ୍ୱାସ କରି ପାରୁ ନାହାଁନ୍ତି ଅଗଣିତ ଦର୍ଶକ, କଳାକାର ବର୍ଗ ଏବଂ ତାଙ୍କର ପ୍ରସଂଶକ ମାନେ। ଏହାକୁ ନେଇ ଅନେକ ଅଭିଯୋଗ କରୁଛନ୍ତି ଯେ ରାଇମୋହନ ଙ୍କ ଭଳି ଜଣେ ସକାରାତ୍ମକ ଚିନ୍ତାଧାରା ଏବଂ ଆଧ୍ୟାତ୍ମିକ ବ୍ୟକ୍ତିତ୍ଵ କେବେ ଏଭଳି ପଦକ୍ଷେପ ନେଇ ନପାରେ। ତାଙ୍କର କୌଣସି ଅଭାବ ନଥିଲା କିମ୍ୱା ସେ କୌଣସି ଚାପରେ ନଥିଲେ ଯେଉଁ କାରଣ ପାଇଁ ସେ ଏଭଳି ପଦକ୍ଷେପ ନେବେ।
ତେବେ ଏବେ ପର୍ଯ୍ୟନ୍ତ ତାଙ୍କର ମୃତ୍ୟୁର କାରଣ ଜଣା ପଡ଼ି ନଥିବା ବେଳେ କିନ୍ତୁ ତାଙ୍କର ଅନେକ ଗୁଡ଼ିଏ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖି ଦର୍ଶକ ଅଭିନେତା ରାଇମୋହନ ପରିଡା ଙ୍କୁ ଏବଂ ସେ ଛାଡି ଦେଇ ଯାଇଥିବା ଅଭୁଲା ସ୍ମୃତି କୁ ମନେ ପକାଉଛନ୍ତି। ସେହିପରି ଏବେ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁ ଭିଡିଓ ରେ ଆପଣ ମାନେ ଦେଖିବାକୁ ପାଇବେ ଯେ ରୂପା ଏବଂ ପିଣ୍ଟୁ ଙ୍କ ସହିତ ରାଇମୋହନ ପରିଡା କିପରି ତାଙ୍କର ସୁନ୍ଦର୍ ମୁହୂର୍ତ୍ତକୁ ଅତିବାହିତ କରିଥିଲେ। ରୂପା ପିଣ୍ଟୁ ଏହି ସୁନ୍ଦର୍ ମୁହୂର୍ତ୍ତର ଭିଡିଓ କୁ ତାଙ୍କ ୟୁ ଟ୍ୟୁବ୍ ଚ୍ୟାନେଲ ରେ ଅପଲୋଡ଼ କରିଛନ୍ତି।
ତେବେ ସେମାନେ ତାଙ୍କ ୟୁ ଟ୍ୟୁବ୍ ଚ୍ୟାନେଲ ରେ ସେମାନଙ୍କ ସହ ରାଇମୋହନ ପରିଡା ଅଭିନୟ କରିଥିବା ଏକ ଭିଡିଓର ସୁଟିଂ ସମୟର ଦୃଶ୍ୟକୁ ଅପଲୋଡ଼ କରିଛନ୍ତି। ଯାହା ସେମାନଙ୍କ ପାଇଁ ଏକ ଅଭୁଲା ସ୍ମୃତି ଅଟେ। ଏଠାରେ ରାଇମୋହନ ଙ୍କ ସୁଟିଂ ସମୟର ଅଭିନୟର ଦୃଶ୍ୟକୁ ଆପଣ ଦେଖି ପାରିବେ। କିଭଳି ଭାବରେ ସେ ସେଠାରେ କଳାକାର ମାନଙ୍କ ସହ ନମ୍ରତା ର ସହ ବ୍ୟବହାର କରୁଛନ୍ତି ଏବଂ କଥାବାର୍ତ୍ତା କରୁଛନ୍ତି ତାହା ଦେଖିଲେ ଆପଣ ବି ଖୁସି ହେବେ। ଏହାସହ ରୂପା ଏବଂ ପିଣ୍ଟୁ ଙ୍କ ସହିତ ରାଇମୋହନ ଖାଉ ଥିବାର ଏବଂ ମଜା ମସ୍ତି କରୁଥିବାର ସୁନ୍ଦର୍ ଦୃଶ୍ୟକୁ ଆପଣ ଏଠାରେ ଦେଖିବାକୁ ପାଇବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।