ହଁ ଦର୍ଶକ ବନ୍ଧୁ ଆମେ ଜାଣିଛୁ କି ସ୍ୱାସ୍ଥ୍ୟ ହି ସମ୍ପଦ, ସେଥିପାଇଁ ଆମେ ସବୁବେଳେ ନିଜ ସ୍ୱାସ୍ଥ୍ୟ ର ଯତ୍ନ ନେବା ଆବଶ୍ୟକ ହୋଇଥାଏ | ତେବେ ବେଳେ ବେଳେ ଆମେ ସ୍ୱାସ୍ଥ୍ୟ ର ଯତ୍ନ ନେଵା ସର୍ତ୍ତେ ମଧ୍ୟ ଶରୀରରେ ବିଭିନ୍ନ ପ୍ରକାରର ରୋଗ ଦେଖା ଯାଇଥାଏ | ଆଉ ଯୋଉ ରୋଗର ପ୍ରଭାବ ଏତେ ଅଧିକ ଥାଏ କି ଏହା ଆମ ଜୀବନକୁ ମଧ୍ୟ ବିପଦରେ ପକାଇଥାଏ | ତେବେ ସେହି ଭଳି ଗୋଟିଏ ରୋଗର ନାଁ ହେଉଛି ରକ୍ତଚାପ | ଆଉ ଏହି ରକ୍ତଚାପ ଯୋଗୁଁ ଅନେକ ଲୋକ ଅକାରଣରେ ମଧ୍ୟ ନିଜ ଜୀବନକୁ ବିପଦରେ ପକେଇ ଥାନ୍ତି | ତାହେଲେ ଆସନ୍ତୁ ଆଜି ଆମେ ସେପରି ଗୋଟିଏ ରୋଗ ରକ୍ତଚାପ ବିଷୟରେ ଆଲୋଚନା କରିବା |
ତେବେ ଆମେ ଜାଣିଛୁ କି ରକ୍ତଚାପ ମୁଖ୍ୟତଃ 2 ପ୍ରକାରର ହୋଇଥାଏ | ଆଉ ସେହି ଦୁଇ ପ୍ରକାରର ରକ୍ତଚାପ ହେଉଛି ସିସଷ୍ଟାଲିକ ଓ ଡାଏଷ୍ଟୋଲିକ | ତେବେ ଆମେ ପ୍ରଥମେ ଜାଣିବା ଦରକାର କି ରକ୍ତଚାପ କାହାକୁ କହନ୍ତି | ସାଧାରଣତଃ ଆମ ହାଟ ମଧ୍ୟକୁ ରକ୍ତ ଆମ ଶରୀରରେ ଥିବା ଧମଣୀ ଦେଇକି ଯାଇଥାଏ ଓ ଏହା ଆମ ଶରୀରରେ ଦୁଇ ଥର ଯାଇଥାଏ | ତେବେ ସିସଷ୍ଟାଲିକ ଚାପ 120 hg ହୋଇଥିବା ବେଳେ ଡ଼ାଇଷ୍ଟୋଲିକ ଚାପ 80 hg ହୋଇଥାଏ ଜଣେ ନର୍ମାଲ ଲୋକର |
ଆଉ ଯଦି ସିସଷ୍ଟାଲିକ ଚାପ 120 ରୁ କମୀ 100 ହୋଇଗଲା ଓ ଡ଼ାଏଷ୍ଟୋଲିକ ଚାପ 80 ରୁ କମି 60 ହୋଇଗଲା , ତାହେଲେ ଅନେକ ତାହାକୁ ନିମ୍ନ ରକ୍ତଚାପ କହିଥାଉ | ଆଉ ଯଦି ସିସଷ୍ଟାଲିକ ଚାପ 120 ରୁ ବଢି 140 ଓ ଡାଏ ଷ୍ଟୋଲିକ ଚାପ ଟା 80 ରୁ ବଢ଼ିକି 100 ହୋଇଗଲା ତେବେ ତାହାକୁ ଆମେ ଉଚ୍ଚ ରକ୍ତଚାପ ବୋଲି କହିଥାଉ | ତେବେ ଯେତେବେଳେ ଆମର ହାଟ ଉପରେ କୌଣସି ପ୍ରେସର ପଡିଥାଏ , କି ଆମର ବ୍ରେନ ଓ ସ୍ପାଇନାଲ କୋଡ଼ ଉପରେ ପ୍ରେସର ପଡିଲେ ଵା ଆମ ଶରୀରରେ ଇନଫେକ୍ସନ ଅଧିକ ରହିଲେ ଓ ଗୋଟିଏ ପ୍ରକାରର ମେଡ଼ିସିନ କୁ ବାରମ୍ବାର ବହୁତ ବର୍ଷ ଧରିକି ବ୍ୟବହାର କରିଲେ ଲୋ ପ୍ରେସର ଭଳି ସମସ୍ୟା ଦେଖା ଦେଇଥାଏ |
ତେବେ ଆମ ଶରୀରରେ ଲୋ ପ୍ରେସର ଦେଖା ଦେଲେ ଆମର ଶରୀରରେ ରକ୍ତ ଠିକ ଭାବରେ ପ୍ରବାହିତ ହୁଏ ନାହିଁ ଯାହା ଫଳରେ ଆମର ମୁଣ୍ଡ ବିନ୍ଧିବା, ମୁଣ୍ଡ ବୁଲେଇବା ଚିଡଚିଡା ପଣ ଓ ହାଲିଆ ହୋଇ ଧୋଇସୋଈ ଲାଗିବ ଭଳି ସମସ୍ୟା ଦେଖା ଦେଇଥାଏ | ତେବେ ବ୍ଲଡ ପ୍ରେସର କମିବାର କାରଣ ଯଦି ଶରୀରରେ ଜଳିୟ ଅଂଶ କମିବା ଯୋଗୁଁ ହୋଇଥାଏ ତାହେଲେ ଆମେ ସେହି ପେସେଣ୍ଟ କୁ ସାଲାଇନ ଦେବା | ତାହା ବ୍ୟତୀତ ବ୍ଲଡ ପ୍ରେସର କମିବାର କାରଣ ଯଦି ଇନଫେକ୍ସନ ହୋଇଥାଏ ତାହେଲେ ତାକୁ ଆଣ୍ଟିବାଓଟିକ ଦେବା ଓ ଯଦି ବ୍ରେନ ଵା ସ୍ପାଇନାଲ କୋଡ଼ ଜଣିତ ସମସ୍ୟା ଥିଲେ ଆମେ ଡାକ୍ତର ଙ୍କ ପରାମର୍ଶ ନେଇ ପାରିବା |
ତାହା ସହିତ ଏହି ରୋଗ ପାଇଁ ବ୍ୟସ୍ତ ନ ହେବା ପାଇଁ ମଧ୍ୟ ବୁଝାଇବା ରୋଗୀକୁ | ଏହି ଭଳି ଭାବରେ ଆମେ ରୋଗୀର ଲକ୍ଷଣ ଦେଖି ରୋଗ ଚୀନ୍ହି ପାରିବା ଓ ପ୍ରତିକାର କରି ପାରିବା ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।