ବନ୍ଧୁଗଣ ଆମ ଦେଶ ହେଉଛି ପରମ୍ପରା ଓ ସଂସ୍କୃତି ର ଦେଶ ଏବଂ ଏଠାରେ ଆମେ ସମସ୍ତେ କିଛି ନିତି ନିୟମ କୁ ମାନି ଚାଲିଥାଉ। ତେବେ ଭଗବାନ ଶିବ ଙ୍କୁ ଆମେ ସମସ୍ତେ ପୂଜା କରିଥାଉ ଆଉ ତାଙ୍କର ଆଶୀର୍ବାଦ ରହିଲେ ଜଣେ ଜୀବନ ରେ ସବୁକିଛି ପ୍ରାପ୍ତ କରିପାରିଥାଏ।କିନ୍ତୁ ଶିବ ଙ୍କୁ ପୂଜା କରିବା କୁ ମନ୍ଦିର କୁ ଯିବା ବେଳେ ଆମେ କିଛି ଭୁଲ କରିଥାଉ ଯାହା ପାଇଁ ଆମକୁ ଅସୁବିଧା ରେ ମଧ୍ୟ ପଡିବାକୁ ହୋଇଥାଏ। ତେବେ ଏହି ପୋଷ୍ଟ ମାଧ୍ୟମ ରେ ଆପଣ ଙ୍କୁ ଜଣେଇବୁ କି ଶିବ ମନ୍ଦିର ଯିବା ବେଳେ କଣ କରିବା ଉଚିତ କଣ ନୁହେଁ ବୋଲି।
୧.ଯଦି ଆପଣ ଶିବ ମନ୍ଦିର ଯିବାକୁ ଚଂହୁଛନ୍ତି ତେବେ ଆପଣ ସୋମବାର ଦିନ ହିଁ ସକାଳେ ମନ୍ଦିର ଯିବା ଶୁଭ ହୋଇଥାଏ କାରଣ ସୋମବାର ହେଉଛି ଭଗବାନ ଶିବ ଙ୍କ ର ବାର। ତେବେ ଆପଣ ସୋମବାର ମନ୍ଦିର ଯିବାର ଥିଲେ ରବିବାର ଦିନ ନିରାମିଷ ସେବନ କରନ୍ତୁ। କାରଣ ରବିବାର ଦିନ ଖାଦ୍ୟ ଟି ଆମ ପେଟ ଭିତରେ ରହିଥାଏ।
୨.ଶିବ ମନ୍ଦିର ରେ ପୂଜା କରିବା ପାଇଁ ଆପଣ ଯେଉଁ ସବୁ ଫଳ ମୂଳ ନେଇଥାନ୍ତି ତାହାକୁ ସମ୍ପୂର୍ଣ୍ଣ ଘରକୁ ଫେରି ଆଣିବା ଉଚିତ ହୋଇନଥାଏ। ଭଗବାନ ଙ୍କ ପାଖରେ ଲାଗିଥିବା ଭୋଗ କୁ ଆପଣ ଲୋକ ତଥା ପିଲାଙ୍କୁ ବାଣ୍ଟି ଦେବା ଶୁଭ ହୋଇଥାଏ।
୩.ଶିବ ମନ୍ଦିର ଯିବା ସମୟ ରେ ଆପଣ ଖାଲି ପାଦ ରେ ଅର୍ଥାତ ବିନା ଚପଲ ରେ ମନ୍ଦିର ଯିବା ଉଚିତ। କାରଣ ଆମେ ମନ୍ଦିର ଯିବା ସମୟରେ ସାଙ୍ଗରେ ଫୁଲ ଓ ଫୋଳ ମଧ୍ୟ ନେଇଥାଉ ଯାହା ଠାକୁର ଙ୍କ ପାଖରେ ଲାଗିଥାଏ।
୪.ଶିବ ମନ୍ଦିର ଯିବା ରେ ପୂଜାର୍ଚ୍ଚନା ପାଇଁ ଆପଣ ବେଲ ପତ୍ର ନିଶ୍ଚିତ ନେଇକି ଯିବେ ,ଏବଂ ଗୋଟିଏ କଥା ଧ୍ୟାନ ରଖିଥିବେ ଯେପରି ଆପଣ ନେଇଥିବା ବେଲ ପତ୍ର ଟି ସମ୍ପୂର୍ଣ୍ଣ ଥିବ ସେଥି ରେ କୌଣସି ଛିଦ୍ର କିମ୍ବା କଟା ହୋଇନଥିବ।
୫.ଶିବ ମନ୍ଦିର ଯିବା ସମୟ ରେ ପୁରୁଷ ମାନେ ଶୁକ୍ଳ ବ୍ରସ୍ତ୍ର ତଥା ଧଳା ରଙ୍ଗର କପଡ଼ା ପିନ୍ଧିବା ଆବଶ୍ୟକ ଏବଂ ମହିଳା ମାନେ କୌଣସି ବି ଲାଇଟ ବା ଫିକା ରଙ୍ଗ ର ଡ୍ରେସ ପରିଧାନ କରିପାରିବେ। କିନ୍ତୁ କୌଣସି ଗାଢ଼ ତଥା କଳା ରଙ୍ଗ ରେ ପୋଷାକ ପିନ୍ଧିବା ଶୁଭ ହୋଇନଥାଏ।
୬.ମନ୍ଦିର ଯିବା ସମୟରେ ଆପଣ ସର୍ବଦା ଧ୍ୟାନ ରଖିବେ କି ଆପଣ ଯାହାବି ବସ୍ତ୍ର ପରିଧାନ କରିଛନ୍ତି ତାହା କଚା ବସ୍ତ୍ର ହୋଇଥିବ ଏବଂ ଯାହାଙ୍କ ସାଙ୍ଗରେ ଆପଣ ମନ୍ଦିର ଯାଉଛନ୍ତି ସେ ମଧ୍ୟ ସଫା ହୋଇଥିବା ପୋଷାକ ପିନ୍ଧିବା ଦରକାର।
୭.ଶିବ ଙ୍କ ମନ୍ଦିର କୁ ପୂଜାର୍ଚ୍ଚନା କରିବା ପାଇଁ ଯିବା ବେଳେ ଯଦି ଆପଣ ଙ୍କ ମନରେ ଗର୍ଵ ଅହଂକାର ଆଦି ରହିଥାଏ ତେବେ ସେହି ପୂଜା ର କୌଣସି ମୂଲ୍ୟ ନଥାଏ। ମନ ପବିତ୍ର କରି ଭଗବାନ ଶିବ ଙ୍କ ର ପୂଜା କଲେ ଆପଣ ଙ୍କୁ ସୁଭଫଳ ମିଳିଥାଏ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।