ଶୁଆ ପାଟିରେ ହରିନାମ… ଆଶ୍ଚର୍ଯ୍ୟ ଲାଗିଲେ ବି ସତ… ପୁରା ଭିଡ଼ିଓ ଦେଖିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ…

ହଁ ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ କି ବର୍ତ୍ତମାନ ସୋସିଆଲ ମିଡ଼ିଆର ଯୁଗ ଚାଲିଛି | ଆଉ ଏହି ସମୟରେ ଆମେ ଜାଣିଛୁ କି କିଛି ବି ଗୋଟିଏ ନୂଆ କଥା ଯଦି ଗଣ ମାଧ୍ୟମ ସାମ୍ନା କୁ ଆସିଲା ତାହେଲେ ତାହା ଅତି ସହଜରେ ଭାଇରାଲ ହେବା ସହିତ ଲୋକ ମାନଙ୍କ ପାଖରେ ମଧ୍ୟ ପହଞ୍ଚି ଯାଉଛି ଅତି ସହଜରେ | ତାହେଲେ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏଭଳି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମାନେ ଜାଣିପାରିବେ କି ସୋସିଆଲ ମିଡ଼ିଆରେ ଏହି ଶୁଆ ଟିର କଣ ପାଇଁ ଏତେ ପ୍ରସଂଶା ହେଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ସାଧାରଣତଃ ଆମେ ଜାଣିଥାଉ କି ସୃଷ୍ଟି ର ଶ୍ରେଷ୍ଠ ଜୀବ ଭାବରେ ମାନ୍ୟତା ଦିଆଯାଇଛି ମଣିଷ କୁ | ଆଉ ଏହି ମଣିଷ ପାଖରେ ରହିଛି ବୁଦ୍ଧି ଆଉ ବିବେକ ଯାହା ଯୋଗୁଁ ସେ ଅନେକ କଥା ମନେ ମଧ୍ୟ ରଖି ପାରୁଛି ଆଉ ଜାଣୁଛି ମଧ୍ୟ | ତାହେଲେ ଆମେ ଏମିତି ବି ଘରେ ପୋଷା ଯାଉଥିବା ଶୁଆ କୁ ଦେଖିଛୁ ଯିଏ କି ମଣିଷ ମାନଙ୍କର କଥା ବୁଝିପାରେ, ଆଉ ମଣିଷ ମାନଙ୍କ ସହିତ କଥା ମଧ୍ୟ ହେଇପାରେ | କିନ୍ତୁ ଏହି ଶୁଆ ଟି ସମ୍ପୂର୍ଣ୍ଣ ଅଲଗା ଅଟେ, ଆଉ ଯେଉଁଠି ଦେଖା ଯାଉଛି କି ଶୁଆ ଟି ମୁହଁରେ ଶୁଣିବାକୁ ମିଳୁଛି ହରି ନାମ |

ତେବେ ଏହିଭଳି ଗୋଟିଏ ଅଦ୍ଭୁତ ପ୍ରକାରର ଶୁଆ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ରେ, ଆଉ ଯେଉଁଠି ଶୁଆ ଟି ଜନ୍ମ ହେବାର ମାତ୍ର 15 ଦିନ ପରେ ଶୁଆ ଟିକୁ ଆଣିକି ଘରେ ରଖିଥିଲେ ପ୍ରଦୀପ କୁମାର ପାଢ଼ୀ ଙ୍କ ପୁଅ ପ୍ରକାଶ ପାଢ଼ୀ | ଆଉ ଏହି ବ୍ରାହ୍ମଣ ପରିବାରରେ ଥିବା ଏହି ଶୁଆ ଟିର ନାଁ ଦିଆଗଲା ମିଟୁନା | ଆଉ ସିଏ ମଧ୍ୟ ହୋଇଗଲେ ଏହି ପାଢ଼ୀ ଫେମିଲିର ଜଣେ ମେମ୍ବର | ଆଉ ଏବେ ମିଟୁନା ଙ୍କର ବୟସ ହେଉଛି 12 ବର୍ଷ |

ଆଉ ଏଠାରେ ପ୍ରଦୀପ ଙ୍କ ପିଉସୀ ବାସନ୍ତୀ ମଞ୍ଜରୀ ପାଢ଼ୀ ହୋଇଗଲେ ଏହି ଶୁଆ ମିଟୁନା ର ଶିକ୍ଷୟିତ୍ରୀ ଆଉ ଶୁଆ ମିଟୁନା କୁ ସକାଳେ ଆଉ ସନ୍ଧ୍ୟା ରେ ପଢେଇବାକୁ ଲାଗିଲେ ପାଠ | ଆଉ ବିଭିନ୍ନ ପ୍ରକାରର ମନ୍ତ୍ର, ଅର୍ଥାତ ସାଇ ମନ୍ତ୍ର, କୃଷ୍ଣ ମନ୍ତ୍ର, ମହା ମନ୍ତ୍ର, ଏମିତିକି ଇଂରାଜୀ, ଓଡ଼ିଆ, ଗଣନ ସଂଖ୍ୟା ମଧ୍ୟ ଶିକ୍ଷା ଦେବାକୁ ଲାଗିଥିଲେ ସେ | ଆଉ ଶୁଆ ଟି ମଧ୍ୟ ବେଶ ସୁନ୍ଦର ଭାବରେ ସେ ସବୁ କୁ ଶିଖିଥିଲା ଆଉ ଘରକୁ ଆସିଥିବା ଅତିଥି ମାନଙ୍କୁ ମଧ୍ୟ ସିୟା ରାମ କହିକି ସମ୍ବଧନ ଜଣାଉଥିଲା | ତେବେ ଏହି ଅଦ୍ଭୁତ ଶୁଆ ଟିର ହରି ନାମ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment