Swastik Tv News Odisha

ଶେଷରେ ହେଲା ମହା ଖୁଲାସା ! ମନୀଷ ଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଆଉ ଏକ cctv ଫୁଟେଜ….ଦେଖନ୍ତୁ ଭିଡ଼ିଓ

0

ବରିଷ୍ଠ ସାମ୍ବାଦିକ ନବୀନ ଦାସ୍ ଙ୍କ ପୁଅ ମନୀଷ ଦାସ୍ ଙ୍କ ମୃତ୍ୟୁ ଘଟଣା ର ଗୁମର ଖୋଲିବାରେ ଲାଗିଛି।ତଦନ୍ତରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ମନିଷଙ୍କର ଦୁଇ ସାଙ୍ଗ ମୃତ୍ୟୁଞ୍ଜୟ ମିଶ୍ର ଓ ଦୀନେଶ ମହାପାତ୍ରଙ୍କୁ ଅଟକ ରଖି ପୋଲିସ ତାଙ୍କୁ ପଚରାଉଚରା କରୁଛି। ତେବେ ଘଟଣାଦିନ ରାତିରେ ଖାଇବା ବିଲ୍‌କୁ ନେଇ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ଜଣାପଡ଼ିଛି। ଦୁଇଜଣ ସାଙ୍ଗକୁ ପୋଲିସ୍ ପଚରାଉଚରା କରୁଛି। ତେବେ ଚାରିଜଣ ସାଙ୍ଗ ଏହା ମାନିଛନ୍ତି ଯେ ପୋଖରୀ କୂଳରେ ସେମନଙ୍କର ଝଗଡ଼ା ହୋଇଥିଲା।ତେଣୁ ହତ୍ୟା ଘଟଣା ହୋଇଥାଏ ପାରେ ବୋଲି ଅଧିକ ସମ୍ଭାବନା ସୃଷ୍ଟି ହୋଇଛି।

ତେବେ ସି ସି ଟିଭି ର ଫୁଟେଜ କୁ ଆଧାର କରି ପୋଲିସ ତାର ତଦନ୍ତରେ ଆଗକୁ ବଢୁଛି।ତେବେ ଯାହା ଜଣା ପଡ଼ିଛି ହୋଟେଲ ରୁମ୍ ରୁ ପୋଖରୀ ଯାଏଁ ଯେତିକି ବି ସି ସି ଟିଭି ଫୁଟେଜ ରହିଛି ତାହାକୁ ତନତନ କରି ଯାଞ୍ଚ କରୁଛି ପୋଲିସ। ତେବେ ଆପଣଙ୍କୁ କହି ରଖୁଛୁ ଯେ ଗତ ୧୦ ତାରିଖ ଦିନ ପାତ୍ରପଡ଼ା ଗାଁ ପୋଖରୀରୁ ମନୀଷଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ ଜବତ କରାଯାଇଥିଲା। ତେବେ ମନୀଷ ଙ୍କୁ ମାରି ପୋଖରୀରେ ଫିଙ୍ଗା ଯାଇଛି ନା ପୋଖରୀରେ ବୁଡି ମନୀଷ ଙ୍କ ମୃତ୍ୟୁ ହୋଇଛି ତାହା ଏବେ ପୋଲିସ୍ ଖୋଜୁଛି। ସ୍ଵତନ୍ତ୍ର ଟିମ୍ ଗଠନ କରି ପୋଲିସ୍ ଏହି ଘଟଣାର ତଦନ୍ତ କରୁଛି।

ତେବେ ଏବେ ଯେଉଁ ସି ସି ଟିଭି ଫୁଟେଜ ସାମ୍ନାକୁ ଆସିଛି ଏହି ଫୁଟେଜ ରେ ଦେଖିବାକୁ ମିଳିଛି ଯେ ୧୦ ତାରିଖ ଦିନ ରାତି ୪ ଟା ୧୨ ମିନିଟ୍ ସମୟରେ କିଛି ଜଣ ପୋଖରୀ ନିକଟରେ ଦୌଡା ଦୌଡ଼ି କରୁଛନ୍ତି। ଯଦିଓ ପ୍ରତିଦିନ ପୋଲିସ୍ ହାତରେ ନୂଆ ନୂଆ ଫୁଟେଜ ସବୁ ଲାଗିବାରେ ଲାଗିଛି। ତେବେ ବର୍ତ୍ତମାନର ଏହି ସି ସି ଟିଭି ର ଏହି ଦୃଶ୍ୟ ସିସି ଟିଭିରେ କଏଦ ହେବା ପରେ ଏବେ ଏହା ଦେଖିବାକୁ ମିଳିଛି ଯେ କିପରି ଭାବରେ ଏଵଂ ଏହା ଏକ ନୂଆ ମୋଡ ଆଡ଼କୁ ଇଙ୍ଗିତ କରୁଛି। ସାଙ୍ଗ ମାନେ ସେଠାରେ କଣ କରୁଥିଲେ ସେଠାରେ କଣ ଚାଲିଥିଲା ଏବଂ ସେଠାରେ କଣ ପାଇଁ ସେମାନେ ଦୌଡୁ ଥିଲେ ଏପରି ଅନେକ କଥାର ଉତ୍ତର ବାହାର କରିବାକୁ ଲାଗି ପଡ଼ିଛି ପୋଲିସ୍।

ତେବେ ବରିଷ୍ଠ ସାମ୍ବାଦିକ ଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ ଦେହ ଭୁବନେଶ୍ୱର ଉପକଣ୍ଠ ପାତ୍ରପଡ଼ା ନିକଟସ୍ଥ ପୋଖରୀରୁ ମିଳିବା ପରେ ପୋଲିସ୍ ସ୍ଵତନ୍ତ୍ର ଟିମ୍ ଗଠନ କରି ଏହାର ତଦନ୍ତ କରୁଛି।ଆଉ ଏହାରି ଭିତରେ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ଦାସଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ନୂଆ ମୋଡ଼ ନେଉଛି। ଆଶା ରହିଛି କି ବହୁତ୍ ଜଲଦି ଏହାର ପ୍ରକୃତ ରହସ୍ୟ ଜଣା ପଡ଼ିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.