ଶ୍ରାବଣ ମାସରେ ( ହଳଦୀ ) ଏହି ଗଛ ମୂଳରେ ପୋତିଦେଲେ ଧନର ବର୍ଷା ହୁଏ – Ajira Anuchinta

ତେବେ ଧନ ପ୍ରାପ୍ତି ର ଅନେକ ପ୍ରକାର ଉପାୟ ଓ ଵିଧି ରହିଛି ଏବଂ ଅନେକ ଗଛ ଲତା ସମ୍ପର୍କ ମଧ୍ୟରେ ରହିଛି ଯାହା ଦ୍ୱାରା ଆପଣ ଆପଣ ଙ୍କର ଦରିଦ୍ର୍ୟତା କୁ ସମାପ୍ତ କରି ପାରିବେ | ତେବେ ଆଜି ମଧ୍ୟ କିଛି ଏଭଳି ସମ୍ପର୍କ ରେ ଜଣାଇବୁ ଯାହାକୁ କି ଆପଣ ନିଜ ଘର ପାଖରେ ପୋତି ଦେଲେ ସମସ୍ତ ପ୍ରକାର ର ଇଚ୍ଛା ପୂରଣ ହୋଇ ଥାଏ | ତେବେ ବର୍ତ୍ତମାନ ସମୟ ରେ ତ ଶ୍ରାବଣ ମାସ ଚାଲୁ ଅଛି ଆଉ ଏହି ଶ୍ରାବଣ ମାସ ରେ କେଉଁ ଗଛ ମୂଳରେ ହଳଦୀ ଦୁଇଟି ପୋତି ଦେଲେ କେଉଁ ପ୍ରକାର ର ଇଚ୍ଛା ପୂରଣ ହୋଇ ଥାଏ ଆଜି ସେହି ସମ୍ପର୍କ ରେ ଆଲୋଚନା କରିବା |

ହଳଦୀ ହେଉଛି ଏପରି ଏକ ପବିତ୍ର ଜିନିଷ ଏବଂ ଚମତ୍କାରୀ ଜିନିଷ ଯାହାକି ନକାରାତ୍ମକ ଉର୍ଜା କୁ ଦୂର କରି ସକାରାତ୍ମକ ଉର୍ଜା କୁ ଟାଣି ଆଣି ଥାଏ | ଖାଲ ଏତିକି ନୁହେଁ ଏହି ହଳଦୀ ଟି ଏପରି ଏକ ଜିନିଷ ଯାହା ମାନଙ୍କରେ ଚମତ୍କାର ଗୁଣମାନ ରହିଅଛି ଯାହାକି ଧନ ମଧ୍ୟ ବଢ଼ିଯିବ | ତେବେ ଏହି ଶ୍ରାବଣ ମାସଟି ଅତ୍ୟନ୍ତ ପବିତ୍ର ମାସ ଅଟେ ଏବଂ ଏହି ମାସଟି ଶିବ ଭଗବାନ ଙ୍କୁ ସମର୍ପିତ ଅଟେ |

1. କଦଳୀ ଗଛ ମୂଳରେ ନିଜ ଇଚ୍ଛା କୁ ସ୍ମରଣ କରି ଦୁଇଟି ହଳଦୀ ଖଣ୍ଡ ପୋତି ଦିଅନ୍ତୁ, ଏହାକୁ ଗୁରୁବାର ଦିନ ହିଁ କରିବେ | ଏହା ସହିତ ସାତ ଦିନ ପର୍ଯ୍ୟନ୍ତ ସେହି ହଳଦୀ ଖଣ୍ଡ କୁ କଦଳୀ ଗଛ ମୂଳରେ ରହିବାକୁ ଦିଅନ୍ତୁ | ଆସନ୍ତା ଗୁରୁବାର ଦିନ ସନ୍ଧ୍ୟା ସମୟରେ ହଳଦୀ ଖଣ୍ଡ କୁ ଖୋଳିକି ନେଇ ଆସନ୍ତୁ, ଏହାଦ୍ୱାରା ନିଜର ଇଚ୍ଛା ପୂର୍ଣ୍ଣ ହୋଇ ଥାଏ | ଏହି ଦୁଇଟି ହଳଦୀ ଖଣ୍ଡ କୁ ଆଣିକି ଆପଣ ନିଜ ପୂଜା ଘରେ ନଚେତ ସିନ୍ଦୁକ ରେ ରଖି ଦିଅନ୍ତୁ |

2.କୌଣସି ପ୍ରକାର ର ରୋଗ ନାଶ ପାଇଁ ଅର୍ଥାତ ଆପଣଙ୍କ ଘରେ ଯଦି କେହି ରୋଗ ରେ ପଡିଛନ୍ତି ଏବଂ ଘରେ ନକାରାତ୍ମକ ଶକ୍ତି ଅଛି ବୋଲି ଅନୁଭବ କରୁଛନ୍ତି ତେବେ ତୁଳସୀ ଗଛ ମୂଳରେ ଦୁଇଟି ହଳଦୀ କୁ ପୋତି ଦିଅନ୍ତୁ | ଏହାକୁ ସାତ ଦିନ ପର୍ଯ୍ୟନ୍ତ ରହିବାକୁ ଦିଅନ୍ତୁ ଏବଂ ଏହାକୁ ରବିବାର ଦିନ ଛାଡିକି ଅନ୍ୟ ଯେକୌଣସି ଦିନ କରି ପାରିବେ | ସାତ ଦିନ ପରେ ସେହି ହଳଦୀ ଖଣ୍ଡ କୁ ଆଣି ଏକ ତାବିଜ ଭିତରେ ରଖି ପିନ୍ଧି ଦିଅନ୍ତୁ, କୌଣସି ପ୍ରକାର ର ରୋଗ ଥାଉ ନା କାହିଁକି ତାହାକୁ ଏହା ନାଶ କରି ଦେଇ ଥାଏ |

3.ଧନ ପ୍ରାପ୍ତି ପାଇଁ ଅଁଳା ଗଛ ମୂଳରେ ଦୁଇଟି ହଳଦୀ ଖଣ୍ଡ ପୋତି ଦିଅନ୍ତୁ ଏବଂ ଏହାକୁ ସାତ ଦିନ ପର୍ଯ୍ୟନ୍ତ ରହିବାକୁ ଦିଅନ୍ତୁ | ଏହି ଉପାୟ ଟିକୁ ଆପଣ ଗୁରୁବାର ଦିନ କିମ୍ବା ଶୁକ୍ରବାର ଦିନ କରି ପାରିବେ | ସାତ ଦିନ ପରେ ଏହାକୁ ଖୋଳି ଘରକୁ ଆଣନ୍ତୁ ଏବଂ ସିନ୍ଦୁକ ରେ ରଖି ଦିଅନ୍ତୁ, ଏହାଦ୍ୱାରା ଅଚାନକ ଧନରେ ବୃଦ୍ଧି ଘଟି ଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment