ମାଆ ହେଉଛି ଏ ଦୁନିଆରେ ଏମିତି ଜଣେ ଚରିତ୍ର ଯାହାକୁ କେବେ କାହା ସହ ତୁଳନା କରା ଯାଇ ନପାରେ। ମାଆ ର ଋଣ ଶୁଝିବା ସତରେ ବହୁତ୍ କଷ୍ଟ। ବହୁତ୍ ଦୁଃଖ କଷ୍ଟକୁ ସହି ସେ ତାର ପିଲା ମାନଙ୍କୁ ମଣିଷ କରିଥାଏ ଏବଂ ଜୀବନର ପ୍ରକୃତ ଚଲା ପଥ ଦେଖାଇଥାଏ। ତେବେ ମାଆର ସ୍ନେହ ମମତା ଓ କରୁଣା ଆଗରେ ସବୁକିଛି ହାର ମାନିଥାଏ। ମାଆ ସିଏ ଅଟେ ଯିଏକି ସମସ୍ତଂକ ସ୍ଥାନ ଅଧିକାର କରି ପାରେ କିନ୍ତୁ ତାର ସ୍ଥାନ କେହି ବି ନେଇ ପାରି ନଥାନ୍ତି।ସେହି ମାଆ ପାଇଁ ଅନେକ ସୁନ୍ଦର୍ ଉପସ୍ଥାପନା ରହିଛି। ମାଆକୁ ସମ୍ମାନ ଜଣାଇବା ପାଇଁ ଅନେକ କିଛି ଦିବସର ଆବଶ୍ୟକ ନାହିଁ କେବଳ ଦୁଇପଦ ମିଠା କଥା ଏବଂ ମାଆ ର ସ୍ନେହ କୁ ବୁଝିବା ହିଁ ଯଥେଷ୍ଟ ହୋଇଥାଏ।
ସେହିପରି ମାଆ ଙ୍କ ଉଦ୍ଦେଶ୍ୟରେ ଅନେକ ଗୀତ, ଅନେକ ଫିଲ୍ମ୍ ବି ପ୍ରସ୍ତୁତ ହୋଇଥିବା ଅପଣ ଦେଖିଥିବେ। ସେହିପରି ଏକ ଗୀତ ଏବେ ସାମ୍ନାକୁ ଆସିଛି। ଯେଉଁ ଗୀତଟି ହେଉଛି ମିଛ ମାୟା ଦୁନିଆରେ ଯଦି ସତ କିଛି ଥାଏ, ନାରୀ ରୂପେ ନାରାୟଣୀ ମାଆ ଏକା ସିଏ।ଏହି ଗୀତକୁ ଜଣେ ଗାୟକ କିପରି ଭାବରେ ସୁମଧୁର କଣ୍ଠରେ ଷ୍ଟେଜ ରେ ଗାଉଛନ୍ତି ତାହା ଥରେ ଦେଖନ୍ତୁ। ଯାହାକୁ ଦେଖିଲେ ଆପଣ ବି ଖୁସି ହୋଇଯିବେ ଏବଂ ଏହି ସୁନ୍ଦର୍ ଗୀତ ଟିଏ ଶୁଣିଲେ ଭାବ ବିହ୍ୱଳ ହେବା ସହିତ ମନକୁ ଶାନ୍ତି ବି ଲାଗିବ।ଅନେକ ଏମିତି ସଙ୍ଗୀତ ରହିଛି ଯାହାକୁ ଯେତେଥର ଶୁଣିଲେ ବି ବହୁତ ଭଲ ଲାଗିଥାଏ।
କାରଣ ସେସବୁ ସଙ୍ଗୀତ ହୃଦୟକୁ ଛୁଇଁଲା ଭଳି ହୋଇଥାଏ ଏବଂ ଯାହାର ସଙ୍ଗୀତ ରଚନା ମଧ୍ୟ ବହୁତ୍ ସୁନ୍ଦର ଆଉ ହୃଦୟସ୍ପର୍ଶୀ ହୋଇଥାଏ। ସେହିଭଳି ଅନେକ ସଙ୍ଗୀତ ରହିଛି ଯାହାକୁ ଶୁଣିବାକୁ ଆମେ ଅଧିକ ଭଲପାଉ। ଏମିତିରେ ସଙ୍ଗୀତ ପ୍ରତି ଅନେକଙ୍କ ମନରେ ଦୁର୍ବଳତା ରହିଛି।ଯେତେବେଳେ ବି ଆମେ ସଙ୍ଗୀତ ଶୁଣିବାକୁ ପାଉ ଆମ ମନ ଭିତରେ ଏକ ନୂତନ ଉନ୍ମାଦନା ସୃଷ୍ଟି ହୁଏ, ପୁଲକ ଖେଳି ଯାଇଥାଏ। ଏହାଛଡା ସଙ୍ଗୀତ ଆମ ଜୀବନରେ ରସ ଭରି ଦେଇଥାଏ।ଏମିତି ରେ ବି ଆମେ କେଉଁଠି ସଙ୍ଗୀତ ବାଜିଲେ ଏହାକୁ ଶୁଣି ମନ ଭିତରେ ଏହାକୁ ଗୁଣୁଗୁଣୁ କରୁ।
ଏହିପରି ମନଛୁଆଁ ଗୀତ ଶୁଣିଲେ ମନଟା ଯେମିତି ଝୁମି ଉଠିଥାଏ।ଏହାକୁ ଆମେ ଶୁଣୁ, ଅନୁଭବ କରୁ ଏବଂ ଖୁସି ବି ହେଉ। ସେହିପରି ମାଆଙ୍କ ଉଦ୍ଦେଶ୍ୟରେ ଏହି ସଙ୍ଗୀତ ଟିକୁ ଏକ ଷ୍ଟେଜ ପ୍ରୋଗ୍ରାମ ରେ ଗାଇଛନ୍ତି ଗାୟକ ମଦନ କୁମାର। ତାଙ୍କ ଗୀତକୁ ଶୁଣି ସେଠାରେ ସମସ୍ତେ ଖୁସିରେ ବିଭୋର ହୋଇ ପଡିଛନ୍ତି। ଏହାକୁ ଶୁଣିଲେ ଆପଣ ବି ନିଶ୍ଚିତ ଖୁସି ହେବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।