ବନ୍ଧୁଗଣ ଏକ ଗୀତ ୟୁ ଟ୍ୟୁବ୍ ରେ ବେଶ୍ ଚର୍ଚ୍ଚାରେ ରହି ଆସିଛି। ଯାହାର ଭିଉ ଏତେ ମାତ୍ରାରେ ରହିଛି ଯେ ଲୋକେ ଏହାକୁ ବେଶ୍ ପସନ୍ଦ କରୁଛନ୍ତି। ଯାହା ମହାପ୍ରଭୁ ମହାଦେବଙ୍କ ଏକ ଭଜନ ସଙ୍ଗୀତ। ମହାଦେବ ଙ୍କ ଗୀତ ଗାଇ ଓଡ଼ିଶାରେ ବାସ କରୁଥିବା ସିଙ୍ଗର ଅଭିଲିପ୍ସା ପଣ୍ଡା ବେଶ ଲୋକପ୍ରିୟତାକୁ ହାସଲ କରିଛନ୍ତି।ସେ ଏହି ଗୀତକୁ ଦୁଇ ମାସ ପୂର୍ବରୁ ଗାଈଥିଲେ।ଏତେ ସୁନ୍ଦର ଭାବରେ ଏହି ଗୀତକୁ ସେ ଗାଇଛନ୍ତି ଯେ ଏହି ଗୀତ ବିଭିନ୍ନ ସୋସିଆଲ ମିଡିଆରେ ବି ସେ ସମୟରେ ଖୁବ ଭାଇରଲ ହୋଇଥିଲା। ଆଉ ଏବେ ବି ଏହି ଗୀତର ଚାହିଦା ଏବଂ ଲୋକପ୍ରିୟତା ବେଶ ଅଧିକ ରହିଛି। ତେବେ ୟୁ ଟ୍ୟୁବରେ ଏହି ଗୀତକୁ ଭଲ ଭିୟୁଜ ମିଳିବାରେ ଲାଗିଛି।
ଏବେ ଶ୍ରାବଣ ମାସ ରେ ଏହି ଗୀତ ଚାରିଆଡ଼େ ବାଜୁଥିବା ଶୁଣିବାକୁ ମିଳୁଛି।ଥିଲା ଏହି ଗୀତ ହର ହର ଶମ୍ଭୁର ଗାୟିକା ଓଡ଼ିଆ ଝିଅ ଅଭିଲିପ୍ସା ପଣ୍ଡା ଏକ ସାକ୍ଷାତକାର ସମୟରେ ନିଜେ କହିଛନ୍ତିକି ତାଙ୍କୁ ସଂଗୀତ ଆଶୀର୍ବାଦ ସ୍ୱରୂପ ମିଳିଛି ଏବଂ ସେ ଛୋଟ ବେଳୁ ହିଁ ସେ ଗୀତ ଗାଇବା ଆରମ୍ଭ କଲେଣି। ଅଭିଲିପସା ପଣ୍ଡା ଭାରତୀୟ ଶାସ୍ତ୍ରୀୟ ସଂଗୀତରେ ଡିଗ୍ରୀ ହାସଲ କରିବା ପରେ କିଛି ବର୍ଷ ପର୍ଯ୍ୟନ୍ତ ଓଡିଶୀ ସଂଗୀତ ଶିକ୍ଷା କରିଥିଲେ। ତେବେ ଅଭିଲିପ୍ସା ଯେ କେବଳ ସଂଗୀତରେ ପାରଙ୍ଗମ ତାହା ନୁହେଁ ବରଂ ସଂଗୀତ ବାଦ କରାଟେ ଶିକ୍ଷାରେ ବି ନିପୁଣତା ହାସଲ କରିଛନ୍ତି।
ତେବେ ବହୁ ପ୍ରତିଭାର ଅଧିକାରୀ ଅଭିଲିପ୍ସା ପଣ୍ଡା ଙ୍କ ପ୍ରେରଣା ହେଉଛନ୍ତି ସୁନିଧି ଚୌହାନ। ତେବେ ଓଡ଼ିଶାର ଏହି ସୁନା ଝିଅ “ହର ହର ଶମ୍ଭୁ” ର ଅରିଜିନାଲ ଗୀତ ୨ ମାସ ପୂର୍ବରୁ ଗାଇବା ପରେ ରିଲିଜ କରା ଯାଇଥିଲା। ଆପଣଙ୍କୁ କହି ରଖୁଛୁ ଯେ ଅଭିଲିପିସାଙ୍କ ସହିତ ଏହାକୁ ଜିତୁ ଶର୍ମା ଗାଇଥିଲେ। ତେବେ ଏଥିରେ ଏହି ଗୀତରେ ମନ୍ତ୍ର ଉଚାରଣ ଥିବାବେଳେ ଏହାକୁ ଶୁଣିବାକୁ ବହୁତ୍ ଭଲ ଲାଗୁଛି। ୟୁ ଟ୍ୟୁବରେ ସେ ସମୟରେ ଏହି ଗୀତ ଖୁବ ଛାୟୀ ଯାଇଥିଲା। ଯାହାକୁ ଏଯାଏଁ ୭କୋଟି ରୁ ଅଧିକ ଲୋକ ଦେଖି ସାରିଲେଣି।
ଏହାଛଡା ଅଭିଲିପସା ପଣ୍ଡା ଙ୍କ ଲୋକପ୍ରିୟତା ବଢ଼ି ଥିବା ବେଳେ ସେ ଅନେକ ଷ୍ଟେଜ ପ୍ରୋଗ୍ରାମ ରେ ମଧ୍ୟ ଏ ଗୀତକୁ ଗାଉଛନ୍ତି।ଏବେ ତାଙ୍କର ସେହିଭଳି ଏକ ପ୍ରଦର୍ଶନ ର ଭିଡିଓ ସାମ୍ନାକୁ ଆସିଛି। ଯେଉଁ ଭିଡିଓ ରେ ଦେଖିବାକୁ ମିଳିଛି ଯେ ଅଭିଲିପ୍ସା ପଣ୍ଡା ଏକ କାର୍ଯ୍ୟକ୍ରମ ପାଳନ ଉପଲକ୍ଷେ ଷ୍ଟେଜ ରେ ଏହି ଗୀତକୁ ଗାଇଛନ୍ତି। ଲୋକେ ତାଂକୁ ପ୍ରତ୍ୟେକ୍ଷ ଭାବରେ ଏପରି ଗାଉଥିବାର ଶୁଣି ବହୁତ୍ ଖୁସି ହେଉଛନ୍ତି ଏବଂ ଉତ୍ସାହିତ କରୁଛନ୍ତି। ଆପଣ ଏହି ଭିଡିଓ ଦେଖିଲେ ନିଶ୍ଚିତ ଖୁସି ହେବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।