ବନ୍ଧୁମାନେ ଆମେ ସବୁବେଳେ ନିଜ ଜୀବନର ସୁଖ ଶାନ୍ତି ଓ ସମୃଦ୍ଧି ପାଇଁ ଭଗବାନ ଙ୍କୁ ଆଗରେ ପ୍ରାର୍ଥନା କରିଥାଉ ତାଙ୍କୁ ଆମ ଜୀବନର ସବୁ ଦୁଃଖ କଷ୍ଟ ଓ ଅସୁବିଧା ବିଷୟରେ ଜଣେଇ ଥାଉ ।ଆମ ଜୀବନର ପ୍ରତି ମୁହୁର୍ତ୍ତ ର ଆରମ୍ଭ ତାହା ଖରାପ ହେଉ ବା ଭଲ ସବୁବେଳେ ଠାକୁରଙ୍କ ନାଁ ନେଇ ଆରମ୍ଭ ହେଇଥାଏ ।ତେବେ ଆମେ ସବୁବେଳେ ଭଗବାନଙ୍କୁ ପ୍ରାର୍ଥନା ଓ ପୂଜାର୍ଚ୍ଚନା କରିଥାଉ କିନ୍ତୁ ଆମେ କିନ୍ତୁ ଆମେ ଆମ ମନ ଭିତରେ ଏବେ ଭାବନା ରଖି ଥାଉ ଯେ ଭଗବାନଙ୍କ ପାଖରେ ଶାନ୍ତିରେ ଦୁଇ ମିନିଟ ବି ବସି ପାରୁ ନାହିଁ ।
ତେବେ କୁହାଯାଏ କି ଭଗବାନ ଆମ ଜୀଵନ ବିଷୟରେ ଭଲ ଭାବରେ ଜାଣି ଥାଆନ୍ତି, ତେବେ ସେ କଣ ଆମ ଦୁଃଖ କଷ୍ଟ ଯନ୍ତ୍ରଣା ବିଷୟରେ ଜାଣି ନାହାନ୍ତି ।ତଥାପି ମଣିଷର ସ୍ୱାଭଵ କେବେ ପରିବର୍ତ୍ତନ ହୁଏ ନାହିଁ ସେ ଯୋଉଠିକୁ ବି ଯାଏ ସେଠାରେ ନିଜର ସ୍ୱାର୍ଥ ପାଇଁ କାମ କରିଥାଏ ।ତେଵେ ସେ ଭଗବାନଙ୍କ ପାଖରେ ବି ସେଇଆ କରିଥାଏ ।ମଣିଷ ଏକ ସାଂସାରିକ ପ୍ରାଣୀ ଟ ସେ ସଂସାର ଭିତରୁ ନିଜକୁ ଦୂରକୁ ନେଇ ପାରେ ନାହିଁ ଆଉ ଭଗବାନଙ୍କୁ ପ୍ରାର୍ଥନା ବେଳେ ବି ତାର ମନ ସଂସାର ଦୁଃଖ କଷ୍ଟ ଭିତରେ ରହିଥାଏ ।
ଆପଣ ସବୁବେଳେ କିଛି କଥାକୁ ମନେ ରଖିବା ଉଚିତ ଆଉ ତାହାକୁ ସବୁବେଳେ ଭଗବାନ ଙ୍କ ପ୍ରାର୍ଥନା ରେ କରିବା ଉଚିତ ।ଯାହାଦ୍ୱାରା ସବୁକିଛି ଆପଣଙ୍କ ଜୀବନରେ ମଙ୍ଗଳ ହେଇ ଥାଏ ।ବନ୍ଧୁମାନେ ଅସମେ ସମସ୍ତେ ଜାଣିବା ଦରକାର କି “ରାମ କୃଷ୍ଣଚନ୍ଦ୍ର ପରମହଂସ କହୁଥିଲେ କି ଭଗବାନ ପିମ୍ପୁଡିର ଗତି ବି ଜାଣି ଥାଆନ୍ତି” ।ତେବେ ଆମେ ତ ପୁଣି ମଣିଷ ତାହାଙ୍କ ଉପରେ ବି ତାଙ୍କର ନଜର ରହିଥାଏ ତେଣୁ ତାଙ୍କୁ ଆମ ଦୁଃଖ କଷ୍ଟ ବିଷୟରେ କିଛି ଜଣେଇବାର ଆବଶ୍ୟକତା ନାହିଁ ।ଆଉ ସବୁବେଳେ ମନେ ରଖିବେ ଯେତେବେଳେ ବି ଭଗବାନ ଙ୍କୁ ପୂଜା ଆରାଧନା କରୁଛନ୍ତି ସେତେବେଳେ ଆଖିବୁଜି ତାଙ୍କ ଆଗରେ ସମର୍ପଣ ଭାବ ରଖିବା ଉଚିତ ।
ନିଜ ମନ ଭିତରେ ଚାଲିଥିବା ସବୁ ଦ୍ଵନ୍ଦକୁ ବାହାର କରିଦେଇ ଏତିକି କହିବେ”ଯାହା ହେଉଛି ଭଲ ହେଉଛି ଭଲ ହେଉଛି, ଯାହା ହେବ ଭଲ ହେବ ଆଉ ଆପଣଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ରହିଥାଉ “।ତେଵେ ଯେତେକି କ୍ଷଣ ଆପଣ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି ସେତିକି ସମୟ ତାଙ୍କୁ ହିଁ କେବଳ ମନରେ ରଖିବେ ଆସୁ ସବୁ କିଛି ଭୁଲି ଯିବେ ।ଏତିକି ସବୁଦିନେ ପ୍ରାର୍ଥନା ରେ ସବୁଦିନ କହିଲା ପରେ ଦେଖିବେ ଆପଣଙ୍କ ଜୀବନର ସବୁ ବାଧା ବିଘ୍ନକୁ ସାମ୍ନା କରିବାକୁ ଆପଣଙ୍କ ପାଖରେ ବହୁତ କ୍ଷମତା ଆସିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।