Swastik Tv News Odisha

ମୃତ୍ୟୁ ପୂର୍ବର Hara Pattnaik ଙ୍କର ଏହି ଶେଷ ଭିଡ଼ିଓ ଦେଖିଲେ ଆଖିରୁ ଲୁହ ଆସିଯିବ… 48 କୋଟି ରୁ ଅଧିକ ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ କର୍କଟ ରୋଗ କିମ୍ୱା କ୍ୟାନ୍ସର ନାମ ଶୁଣିଲେ ସମସ୍ତେ ଭୟଭୀତ ହୋଇ ଯାଆନ୍ତି। ଏହା ଅନେକ କିଛି କାରଣରୁ ହୋଇଥାଏ। କ୍ୟାନ୍ସର ମାତ୍ର ଅଳ୍ପ କିଛି ମାତ୍ରାରେ ଏହା ଆନୁବଂଶିକ କାରଣରୁ ହେଉଥିବା ବେଳେ ଅଧିକାଂଶ କ୍ୟାନ୍ସର ଜୀବନ ଶୈଳୀ ଓ ପର୍ଯ୍ୟାବରଣ ପାଇଁ ହୋଇଥାଏ। ତେବେ ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଏହି ରୋଗ ପାଇଁ ପ୍ରମୁଖ କାରଣ ହୋଇଥାଏ। ଏଥିପାଇଁ ସଚେତନ ରହିବାର ଆବଶ୍ୟକତା ରହିଛି, ଯାହା ଅନେକଙ୍କ ଠାରେ ଦେଖିବାକୁ ମିଳି ନଥାଏ।
ତେବେ ସିଗାରେଟ ପିଇବା, ତେଲ ଛଣା ଜିନିଷ ଅଧିକ ଖାଇବା, ରେଡ ମିଟ, ମଦ, ପରିବେଶ ପ୍ରଦୂଷଣ, ସଂକ୍ରମଣ, ମାନସିକ ଚାପ, ମୋଟାପଣ ଓ ଶାରୀରିକ ନିଷ୍କ୍ରିୟତା ସହ ଖରାପ ଖାଦ୍ୟ ପାନୀୟ ଯୋଗୁ ମଧ୍ୟ କ୍ୟାନସର ହୋଇଥାଏ।

ତେବେ ଲୋକଙ୍କୁ ସଚେତନ କରିବା ପାଇଁ ଏବଂ ସଚେତନତା ବାର୍ତ୍ତା ଦେବା ପାଇଁ ସାରା ବିଶ୍ୱରେ ପ୍ରତି ବର୍ଷ ୪ ଫେବ୍ରୁଆରୀକୁ ବିଶ୍ୱ କର୍କଟ ଦିବସ ରୂପେ ପାଳନ କରା ଯାଇଥାଏ। ଫଳରେ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରା ଯାଇପାରିବ। ତେବେ ଏଥିପ୍ରତି ଭୟ କରିବାର କୌଣସି ଆବଶ୍ୟକତା ନାହିଁ। କେବଳ ସଚେତନତା ଦରକାର ଅଟେ। ଯାହାଦ୍ଵାରା ଆମେ ସୁସ୍ଥ ନିରାମୟ ଜୀବନକୁ ଅତିବାହିତ କରି ପାରିବା।ଯେମିତି ଓଡିଶାର ବରିଷ୍ଠ ଅଭିନେତା ହର ପଟ୍ଟନାୟକ ଏହି ରୋଗରେ ଆକ୍ରାନ୍ତ ହୋଇ, ଚିକିତ୍ସିତ ହେବା ପରେ ସୁସ୍ଥ ଜୀବନ ଅତିବାହିତ କରୁଥିଲେ।ସେ ତାଙ୍କର ଏହି ରୋଗର ପ୍ରାରମ୍ଭିକ ଅବସ୍ଥା ବିଷୟରେ କହିଛନ୍ତି।

ପ୍ରଥମେ ତାଙ୍କୁ ରାତିରେ ରାତିରେ ଜ୍ଵର ଆସୁଥିଲା। ତେଣୁ ଏଥିପାଇଁ ସେ ମେଡ଼ିସିନ୍ କିଣି ଖାଇ ଦେଉଥିଲେ। ଦିନେ ହଠାତ୍ ତାଙ୍କୁ ଅସୁସ୍ଥ ଲାଗିଲା ଏବଂ ସେ ବେଡ୍ ରେ ଶୋଇ ପଡିଲେ ଆଉ ତାପରେ ଜୋର୍ ଜ୍ଵର ଆସିଲା।ସେ ହସ୍ପିଟାଲ୍ ଯାଇ ଦେଖାଇବା ପରେ ରିପୋର୍ଟ ରୁ ତାଙ୍କର କ୍ୟାନ୍ସର ଥିବା ଜଣା ପଡିଥିଲା। ଅଭିନେତା ଜୀବନରେ ସେ ବହୁତ୍ ସିଗାରେଟ୍ ଟାଣୁଥିଲେ। କିନ୍ତୁ ରୋଗ ହେବାର ୮ ମାସ ଆଗରୁ ସେ ସିଗାରେଟ୍ ଟାଣିବା ଛାଡି ଦେଇଥିଲେ।ଏମିତି ସ୍ଥିତି ଆସିଥିଲା ସେ ଭାବିଥିଲେ ଆଉ ବଞ୍ଚିବେନି। ଡାକ୍ତର ବି ଏନେଇ ଜଣାଇ ଦେଇଥିଲେ। କିନ୍ତୁ ଭଗବାନଙ୍କ ଉପରେ ବିଶ୍ୱାସ ଅ ଆସ୍ଥା ଏବଂ ବାବା ଶିରିଡ଼ି ସାଇଙ୍କ ଆଶୀର୍ବାଦରୁ ତାଙ୍କ ଭିତରେ ଜାତ ହୋଇଥିଲା ଦୃଢ଼ ମନୋବଳ।

ଏହାପରେ ସେ ଟିକେ ଭଲ ଅନୁଭବ କରିବାକୁ ଲାଗିଲେ। ଏହାପରେ ରିପୋର୍ଟ ବି ଆଗ ଅପେକ୍ଷା ଭଲ ଆସିଲା। ତାଙ୍କୁ ଆଶ୍ୱାସନା ମିଳିଲା। ଧୀରେ ଧୀରେ ସେ ସୁସ୍ଥ ହେବାକୁ ଲାଗିଲେ। ତାଙ୍କୁ ଯେଉଁ ରୋଗ ହୋଇଥିଲା ସେଥିରୁ ସୁସ୍ଥ ହେବା ସମ୍ଭବ ନୁହେଁ କିନ୍ତୁ ସେ ସୁସ୍ଥ ହୋଇ ଫେରିଥିଲେ। ତେଣୁ ସେ ସମସ୍ତଙ୍କୁ ଗୋଟିଏ କଥା କହି ଯାଇଛନ୍ତି କ୍ୟାନସର ଯଦି ହେଲା ତେବେ ବ୍ୟସ୍ତ ନହୋଇ ଧୈର୍ଯ୍ୟ ରଖନ୍ତୁ ଏବଂ ମନୋବଳକୁ ଦୃଢ଼ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.