ସମୟ ହାତରେ ଡୋରି ଫିଲ୍ମ ର ଏହି ଗୀତ ” ମୋ ହାତରେ ବାନ୍ଧିଦେଲୁ ରାକ୍ଷୀ ” ଭିଡ଼ିଓ ଟି ଦେଖିଲେ ଆଖିରୁ ଲୁହ ଆସିଯିବ…

ବନ୍ଧୁଗଣ ଆଜି ହେଉଛି ପବିତ୍ର ରକ୍ଷା ବନ୍ଧନ। ଆପଣ ଜାଣିଛନ୍ତି ଭାଇ ଆଉ ଭଉଣୀଙ୍କର ସ୍ନେହର ବନ୍ଧନ ହେଉଛି ଏହି ରାକ୍ଷୀ। ତେବେ ସବୁ ଭଉଣୀ ଅପେକ୍ଷା କରି ରହିଥାନ୍ତି ଏହି ଦିନ ଭାଇ ହାତରେ ସୁରକ୍ଷା, ସ୍ନେହ, ପ୍ରେମ ଆଉ ବନ୍ଧନର ସେହି ଡୋରୀ ବାନ୍ଧିବା ପାଇଁ। ଆପଣ ଜାଣିଛନ୍ତି ଶ୍ରାବଣ ପୂର୍ଣ୍ଣିମାରେ ଏହି ରକ୍ଷା ବନ୍ଧନ ଉତ୍ସବ ପଡିଥାଏ। ତେବେ ଆଜି ରକ୍ଷା ବନ୍ଧନ ପଡୁଥିବା ବେଳେ ଭଉଣୀ ଏବଂ ଭାଇ ର ଖୁସି କହିଲେ ନସରେ। ତେବେ କାଲି ଗହ୍ମା ପୂର୍ଣ୍ଣିମା ପଡୁଛି। ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମାକୁ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ତିଥିଭାବେ ଗ୍ରହଣ କରାଯାଏ। ଏହାଛଡା ହଳମୂଷଳ ଧାରଣ କରିଥିବା ବଳଭଦ୍ରଙ୍କୁ ସମ୍ମାନ ଜଣାଇ ଏହିଦିନ ଗୋମାତାଙ୍କୁ ମଧ୍ୟ ପୂଜା କରାଯାଏ।

ଏଭଳି ଅନେକ ପରମ୍ପରା ରହିଥାଏ ପବିତ୍ର ରକ୍ଷା ବନ୍ଧନ ଏବଂ ଗହ୍ମା ପୂର୍ଣ୍ଣିମା ରେ। ତେବେ ଆପଣ ଜାଣିଛନ୍ତି ରାକ୍ଷୀ ପୂର୍ଣ୍ଣିମା କୁ ନେଇ ଅନେକ ସୁନ୍ଦର୍ ସୁନ୍ଦର୍ ଚଳଚ୍ଚିତ୍ର ସବୁ ପ୍ରସ୍ତୁତ ହୋଇଛି। ଯାହାକୁ ଆପଣ ବି ଦେଖିଥିବେ ଏବଂ ଏହାକୁ ଦେଖି ଖୁସି ବି ହେଉଥିବେ। ସେହିଭଳି ଏକ ଚଳଚିତ୍ର ହେଉଛି ସମୟ ହାତରେ ଡୋରୀ।୨୦୦୭ ମସିହାରେ ରିଲିଜ୍ ହୋଇଥିଲା ଏହି ଫିଲ୍ମ୍ ଟି। ଯେଉଁ ଲୋକପ୍ରିୟ ଓଡ଼ିଆ ସିନେମା ରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ମିହିର ଦାସ , ଦେବଯାନୀ, ଦେବୁ ବୋଷ, ଜୟରାମ ସାମଲ ଏବଂ ବ୍ରଜ ସିଂ।ଏହି ଫିଲ୍ମ୍ ର ଏକ ସୁନ୍ଦର୍ ଗୀତ ରହିଥିଲା ରାକ୍ଷୀ ବନ୍ଧନ ଉପଲକ୍ଷେ।

ଏହି ଗିତଟିରେ ଅଭିନୟ କରିଥିଲେ, ଅର୍ଥାତ୍ ଭାଈ, ଭଉଣୀ ଭୂମିକାରେ ଅଭିନୟ କରିଥିଲେ ଦୁଇ ଶିଶୁ କଳାକାର ସ୍ବରାଜ ଏବଂ ଜଣେ କୁନି ଝିଅ।ଏହି ଗୀତଟି ରହିଥିଲା ମୋ ହାତରେ ବାନ୍ଧିଦେଲୁ ରାକ୍ଷୀ, ରାକ୍ଷୀ ତୋର ରହିଲା ସାକ୍ଷୀ।ଏହି ସୁନ୍ଦର୍ ଗୀତଟି ଆଜି ବି ରକ୍ଷା ବନ୍ଧନ ଆସିଲେ ମନେ ପଡେ ଏବଂ ଶୁଣିବାକୁ ଇଛା ହୁଏ। ଭାଇ ଭଉଣୀ ଙ୍କ ପବିତ୍ର ସମ୍ପର୍କ କୁ ଏହି ଭଳି କିଛି ହୃଦୟସ୍ପର୍ଶୀ ଗୀତ ମନେ ପକାଇ ଦିଏ। ତେବେ ଏହି ସୁନ୍ଦର୍ ଗୀତଟି କୁ ଗାଇଥିଲେ ପ୍ରଫୁଲ୍ଲ କର, ସ୍ୱର୍ଣଲତା, ମନୁ, ମହାପ୍ରସାଦ କର, ସଂଘମିତ୍ରା ଜେନା। ଯାହାର ମ୍ୟୁଜିକ ଦେଇଥିଲେ ଆଲୋକ ସ୍ୱାଇଁ ଏବଂ ରତି ବାରିକ।

ତେବେ ଏହି ଫିଲ୍ମ୍ ଟି ଅଗଣିତ ଦର୍ଶକ ଙ୍କ ମନକୁ ଛୁଇଁ ଥିଲା।ଆପଣ ବି ଯଦି ଏହି ଫିଲ୍ମ୍ ଦେଖିଥିବେ ତେବେ ଜାଣିଥିବେ କେତେ ସୁନ୍ଦର୍ ରହିଥିଲା ଏହି ଫିଲ୍ମ୍ ର କାହାଣୀ। ଏବେବି ଅଗଣିତ ଦର୍ଶକ, ଅଗଣିତ ସିନେ ପ୍ରେମୀ ଏହି ଫିଲ୍ମ କୁ ପସନ୍ଦ କରନ୍ତି।ଏହି ଫିଲ୍ମ୍ ର ଏହି ଭାଈ ଭଉଣୀ ଙ୍କ ଗୀତ ପ୍ରତିବର୍ଷ ରକ୍ଷା ବନ୍ଧନ ଆସିଲେ ମନେ ପକାଇ ଦେଇଥାଏ ସେହି ପୁରୁଣା ଦିନର ସ୍ୱର୍ଣୀମ ଅନୁଭୂତି କୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment