ଅନେକ ଲୋକମାନେ ଖରାପ ଦୃଷ୍ଟିରୁ ରକ୍ଷା ପାଇବା ପାଇଁ କଳା ସୂତାର ବ୍ୟବାହର କରିଥାନ୍ତି । କିନ୍ତୁ ଖରାପ ଦୃଷ୍ଟି ରୁ ମୁକ୍ତି ପାଇବା ପାଇଁ କଳାସୂତାର ବ୍ୟବାହର ସେମାନଙ୍କୁ ଜଣା ନଥାଏ , ଏଥିପାଇଁ ମଙ୍ଗଳବାର କିମ୍ୱା ଶନିବାର ଦିନ କଳାସୂତା ନେଇ ହନୁମାନ ମନ୍ଦିର ଯିବେ । ଆଉ ସେହି କଳା ସୂତାକୁ ହନୁମାନ ଙ୍କ ଚରଣରେ ରଖିବେ , ଏହାପରେ ସେହି ସୂତା ଉପରେ ହନୁମାନଙ୍କର ସିନ୍ଦୁର ଲଗେଇବେ । ଏହାପରେ ସେହି କଳା ସୂତାକୁ ଆପଣ ବେକ କିମ୍ୱା ଡାହାଣ ହାତ ରେ ଧାରଣ କରିପାରିବେ । ତେବେ ଆଜି ଆମେ ଜାଣିବା କେଉଁ ରାଶିର ଲୋକମାନଙ୍କୁ କଳାସୂତା ବାନ୍ଧିବା ଭଲ ନୁହେଁ ।
1. ମେଷରାଶି :-
ମେଷ ରାଶିର ଲୋକମାନଙ୍କୁ କେବେବି କଳାସୂତା ନିଜ ହାତରେ ଧାରଣ କରିବା ଉଚିତ୍ ନୁହେଁ । ଏହାର ସବୁଠାରୁ ବଡ କାରଣ ହେଲା ମେଷ ରାଶିର ସ୍ୱାମୀ ମଙ୍ଗଳ ଅଟନ୍ତି , ଅର୍ଥାତ୍ ଭଗବାନ ହନୁମାନଙ୍କୁ କେବଳ ନାରଙ୍ଗୀ ରଙ୍ଗ ଏବଂ ଲାଲ ରଙ୍ଗ ହିଁ ପସନ୍ଦ ଅଟେ । ସେଥିପାଇଁ ମେଷ ରାଶିର ସମସ୍ତ ଲୋକଙ୍କୁ ନିଜ ହାତରେ କେବଳ ରକ୍ଷା ସୂତ୍ର ବା ଲାଲ ସୂତା ବାନ୍ଧିବା ଉଚିତ୍ । କଳା ସୂତା ଯଦି ପିନ୍ଧିବେ ତେବେ ଏହାର ଖରାପ ପ୍ରଭାବ ଏମାନଙ୍କ ଉପରେ ଖୁବ୍ ଶୀଘ୍ର ପଡିଥାଏ । ଏହି କାରଣ ରୁ ସେମାନଙ୍କର କୌଣସି ବି କାର୍ଯ୍ୟ ପୂରଣ ହୋଇପାରେ ନାହିଁ । ଧନକୁ ଯୋଡିତ ସମସ୍ୟା ତାଙ୍କ ଜୀବନରେ ଆସିଥାଏ ।
2. ବିଛାରାଶି :-
ଜ୍ୟୋତିଷଶାସ୍ତ୍ର ଅନୁସାରେ ଯେଉଁ ମାନଙ୍କର ରାଶି ବିଛା ଅଟେ , ଖାସ୍ କରି ମହିଳା ମାନେ ନିଜ ଗୋଡରେ ଯଦି କଳାସୂତା ବାନ୍ଧିଛନ୍ତି ଆଉ ପୁରୁଷ ମାନେ ହାତରେ ବାନ୍ଧିଛନ୍ତି । ତାହେଲେ ଶୀଘ୍ର ବାହାର କରି ନିଅନ୍ତୁ । କାରଣ ଆପଣଙ୍କ ଜୀବନରେ କିଛି ସମସ୍ୟା ଚାଲୁଛି ତାହାର କାରଣ ଏହି କଳାସୂତା ହୋଇପାରେ । ସେଥିପାଇଁ ବିଛା ରାଶିର ଲୋକମାନେ ଆପଣ କେବେବି କଳାସୂତା ପିନ୍ଧନ୍ତୁ ନାହିଁ । ନଚେତ୍ ଏହାର ଖରାପ ପ୍ରଭାବ ଆପଣଙ୍କ ଉପରେ ପଡିପାରେ । ଯଦି ଆପଣ କିଛି ଧାରଣ କରିବାକୁ ଚାହୁଁଛନ୍ତି ତ ଲାଲ ସୂତା ଧାରଣ କରନ୍ତୁ ।
ଯଦି ଆପଣ ଶନିଙ୍କର ଶାଢେସାତିରୁ ବଞ୍ଚିବା ପାଇଁ ଚାହୁଁଛନ୍ତି ତ ଆପଣ କେଉଁ ବି ଶନିବାର ଦିନ ସକାଳୁ ଶୀଘ୍ର ଉଠି ସ୍ନାନ ଆଦି କରି ହାତରେ 3 କିମ୍ୱା 5 ଥର ଘୁରିବା ପରେ ସେତିକି ଲାଲ ସୂତା ନେଇ ନିଜର ଇଷ୍ଟଦେବ ଅର୍ଥତ୍ ପୂର୍ବ ଦିଗକୁ ମୁହଁ କରି ବସିଯାଆନ୍ତୁ । ଏହାପରେ ଭଗବାନ ହନୁମାନଙ୍କୁ ସ୍ମରଣ କରି ଏହି ମନ୍ତ୍ରକୁ ଜପ କରନ୍ତୁ । ମନ୍ତ୍ରଟି ହେଲା କୋନସୋ ସଙ୍କଟ ମୋର୍ ଗରିବ କୋ ଜୋ ତୁମସେ ନେହିଁ ଜାତେ ହେ ଟାରେ ବେଗୀ ହରେ ହନୁମାନ ମହା ପ୍ରଭୁ ଜୋ କୋଇ ସଂକଟ ହୋଏ ହମାରେ । ତାପରେ ନିଜର ଡାହାଣ ହାତରେ ଲାଲା ସୂତାକୁ ରଖି 108 ଥର ଓମ୍ ହମ ହନୁମନ୍ତେ ନମଃ ମନ୍ତ୍ରର ଜପ କରନ୍ତୁ । ଏହି ମନ୍ତ୍ର ଆପଣଙ୍କ ସୂତାକୁ ଅଭିମନ୍ତ୍ରିତ କରିଦେବ ଏବଂ ଏହି ସୂତା ଆପଣଙ୍କୁ ରକ୍ଷା କବଚ ପରି ରକ୍ଷା କରିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।