ସୀତାରାମ Sir ଙ୍କ ଜନ୍ମଦିନରେ ନମିତା ଅଗ୍ରୱାଲ mamଙ୍କ ଭାବ ବିହ୍ଵଳ message – Happy Birthday Sir…

ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ ଗାୟିକା ନମିତା ଅଗ୍ରୱାଲ ହେଉଛନ୍ତି ଓଡ଼ିଶାର ଜଣେ ବେଶ୍ ପରିଚିତ ଚେହେରା। ତାଙ୍କର ସୁମଧୁର କଣ୍ଠରେ ସେ ଅନେକ ଗୁଡ଼ିଏ ମିଠା ମିଠା ମନଛୁଆଁ, ହୃଦୟସ୍ପର୍ଶୀ ସଙ୍ଗୀତ କୁ ସେ ଭେଟି ଦେଇଛନ୍ତି।ସେ ଓଡ଼ିଶାରେ ଘରେ ଘରେ ପରିଚିତ ଚେହେରା ଅଟନ୍ତି। ତାଙ୍କର ସ୍ବାମୀ ସୀତାରାମ ଅଗ୍ରୱାଲ ମଧ୍ୟ ଓଡ଼ିଶାର ଜଣେ ଲୋକପ୍ରିୟ ଚେହେରା। ଉଭୟଙ୍କ ପ୍ରୟାସରେ ପ୍ରଥମେ ସାର୍ଥକ ଟିଭି ଓଡ଼ିଶାର ଅଗଣିତ ଦର୍ଶକ ମାନଙ୍କୁ ଅନେକ କିଚି ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଭେଟି ଦେଇଥିଲା ସେହିପରି ସାର୍ଥକ ଟିଭି ର ଅଦ୍ଭୁତ ପୂର୍ବ ସଫଳତା ପରେ ଉକ୍ତ ଚ୍ୟାନେଲ କୁ ବିକ୍ରି କରିବା ପରେ ସେମାନଙ୍କ ମିଳିତ ଉଦ୍ୟମରେ ପ୍ରସ୍ତୁତ ହୋଇଥିଲା ସିଦ୍ଧାର୍ଥ ଟିଭି।

ଆଉ ଏହି ସିଦ୍ଧାର୍ଥ ଟିଭି ରେ ପ୍ରସାରିତ ହେଉଥିବା ଅନେକ କାର୍ଯ୍ୟକ୍ରମ ସମସ୍ତଙ୍କ ର ବେଶ୍ ପସନ୍ଦର ଏବଂ ପ୍ରିୟର ଶୋ ହୋଇ ପାରିଛି। ଏହାର ଅନେକ କାର୍ଯ୍ୟକ୍ରମ ଜୁନିଅର୍ ଏବଂ ସିନିୟର୍ ମାନଙ୍କ ପାଇଁ ଏକ ମହାସମର ସୃଷ୍ଟି କରିଛି। ଆଉ ଏହି ଶୋ ର ଲୋକପ୍ରିୟତା ବି ବହୁତ୍ ଅଧିକ ରହିଛି। ସିଦ୍ଧାର୍ଥ ଟିଭିର ଏହି ମଞ୍ଚରେ ଅନେକ ଜଣ ଆସି ତାଙ୍କର ଅନେକ ପ୍ରତିଭା ଦେଖାଉ ଅଛନ୍ତି। ତେବେ ଏହାରି ଭିତରେ ସୀତାରାମ ଅଗ୍ରୱାଲ ଏବଂ ନମିତା ଅଗ୍ରୱାଲ ଙ୍କ ଉଦ୍ୟମ ମଧ୍ୟ ସଫଳ ହେବାରେ ଲାଗିଛି।ଏହି ସମୟରେ ଏକ ସୁନ୍ଦର୍ ଦୃଶ୍ୟ ସାମ୍ନାକୁ ଆସିଛି, ଯାହା ଦର୍ଶକ ମାନଙ୍କୁ ବେଶ୍ ଖୁସି କରି ଦେଇଛି।

ଯେଉଁଠି ଉଭୟ ନମିତା ଅଗ୍ରୱାଲ ଏବଂ ସ୍ବାମୀ ସୀତାରାମ ଅଗ୍ରୱାଲ ଙ୍କୁ ଗୋଟିଏ ଷ୍ଟେଜ ରେ ଦେଖିବାକୁ ମିଳିଛି।ଏହା ପୁଣି ସୀତାରାମ ଅଗ୍ରୱାଲ ଙ୍କ ଜନ୍ମଦିନ ଅବସରରେ।ଏହି ଷ୍ଟେଜ ରେ ଉଭୟ ଏକ ଭଲ ଖବର ଓଡ଼ିଶା ବାସୀଙ୍କୁ ଜଣାଇଥିଲେ ଯେ ସେମାନଙ୍କର ଆଉ ଏକ ଚ୍ୟାନେଲ ଆସିବାକୁ ଯାଉଛି ଯେଉଁ ଚ୍ୟାନେଲଟି ହେଉଛି ଜୟ ଜଗନ୍ନାଥ।ଏହି ଚ୍ୟାନେଲରେ ଆପଣ ମହାପ୍ରଭୁ ଜଗନ୍ନାଥଙ୍କ ସମସ୍ତ ପୂଜା ନୀତି କାନ୍ତି ଆଦିକୁ ପ୍ରତିଦିନ ଘରେ ବସି ଟିଭିରେ ଦେଖିବାକୁ ପାଇବେ। ତେବେ ଏହି ଅବସରରେ ନମିତା ଅଗ୍ରୱାଲଙ୍କୁ ସୀତାରାମ ଅଗ୍ରୱାଲ ଙ୍କ ବିଷୟରେ କହିବା ପାଇଁ ଲୋରିଆ କହିଥିଲେ।

ଆଉ ନମିତା ଅଗ୍ରୱାଲ ସୀତାରାମ ଅଗ୍ରୱାଲ ଙ୍କ ସଂପର୍କରେ କହିବା ସମୟରେ ଟିକେ ଭାବ ବିହ୍ୱଳ ହୋଇ ପଡିଥିଲେ।ସେ ପ୍ରଥମେ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପରେ କହିଥିଲେ ଯେ ସେ ସବୁବେଳେ ଆମକୁ ଏମିତି ଅନୁପ୍ରାଣିତ କରୁଥାନ୍ତୁ ଏବଂ ମହାପ୍ରଭୁ ଜଗନ୍ନାଥ ତାଂକୁ ସବୁବେଳେ ଘଣ୍ଟ ଘୋଡେ଼ଇ ରଖିଥାଆନ୍ତୁ।ଏହା କହିବା ସମୟରେ ସେ ଭାବ ବିହ୍ୱଳ ହୋଇ ପଡ଼ିବାରୁ ସୀତାରାମ ସାର ତାଙ୍କୁ ଶାନ୍ତ୍ବନା ଦେଇଥିଲେ ଆଉ ପରେ ନମିତା ଅଗ୍ରୱାଲ ତାଙ୍କୁ ଖୁସିରେ ଆଲିଙ୍ଗନ କରିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment