ବନ୍ଧୁଗଣ ଏକ ସୁନ୍ଦର୍ ହୃଦୟସ୍ପର୍ଶୀ ବିଷୟବସ୍ତୁ କୁ ନେଇ ଏବେ ପ୍ରସ୍ତୁତ ହୋଇଛି ଏକ ମ୍ୟୁଜିକ ଭିଡିଓ। ଦେଶପାଇଁ ଜୀବନ ଦେଇଥିବା ଜଣେ ବୀର ପୁତ୍ର, ସହୀଦ ମାନଙ୍କ ବୀରତ୍ୱର କଥାକୁ ନେଇ ଆଧାରିତ ଏହି ଭାବପୂର୍ଣ୍ଣ ସଙ୍ଗୀତ ଟିଏ ଏବେ ସମସ୍ତଙ୍କ ହୃଦୟକୁ ଛୁଇଁବାରେ ଲାଗିଛି। ହଠାତ ନିଜ ସ୍ଵାମୀ ସହିଦ୍ ହୋଇଥିବା ଖବର ପାଇବା ପରେ କିପରି ପରିବାରରେ ଦୁଃଖର ଛାୟା ଖେଳି ଯାଉଛି ଏବଂ ତାଙ୍କ ସ୍ତ୍ରୀ ବିଚଳିତ ହେଇ ପଡୁଛନ୍ତି ତାର ଏକ ଭାବ ବିହ୍ୱଳ ଦୃଶ୍ୟ ଆପଣ ଏଠାରେ ଦେଖିବାକୁ ପାଇବେ। ବହୁତ୍ ସୁନ୍ଦର୍ ଭାବରେ ଏହି ଗୀତର ନିର୍ଦ୍ଦେଶନା ହୋଇଛି ଏବଂ ସଂଯୋଜନା ମଧ୍ୟ କରା ଯାଇଛି।
ଏହି ସୁନ୍ଦର୍ ମନଛୁଆଁ ସଙ୍ଗୀତ ଟିକୁ ଗାଇଛନ୍ତି ଆପଣଙ୍କ ସମସ୍ତଙ୍କ ଲୋକପ୍ରିୟ ଗାୟିକା ଅସୀମା ପଣ୍ଡା। ଅସୀମା ପଣ୍ଡା ଙ୍କୁ ତ ଆପଣ ଭଲ ଭାବରେ ଜାଣିଛନ୍ତି। ତାଙ୍କର ଯାଦୁକରୀ ସ୍ୱର ପାଇଁ ସେ ବେଶ୍ ଲୋକପ୍ରିୟ ଅଟନ୍ତି।ଓଡିଶାର ସେ ଜଣେ ଆଗଧାଡିର କଣ୍ଠଶିଳ୍ପୀ ଅଟନ୍ତି। ତାଙ୍କ ସ୍ଵରର ଯାଦୁରେ ସେ ଅନେକଙ୍କୁ ତାଙ୍କ ସ୍ୱରର ଦିୱାନା କରିଥାନ୍ତି। ତେବେ ଓଡ଼ିଶାର ସଙ୍ଗୀତ ଜଗତର ଜଣେ ଜଣାଶୁଣା ପରିଚିତ ଚେହେରା ହେଉଛନ୍ତି ଅସୀମା ପଣ୍ଡା। ତାଙ୍କୁ ଓଡ଼ିଶାର ଅଗଣିତ ଶ୍ରୋତା ବେଶ୍ ପସନ୍ଦ କରନ୍ତି।ଆପଣମାନେ ଜାଣିଛନ୍ତି ଯେ ସେ ଅନେକ ଫିଲ୍ମ୍ ଏବଂ ଆଲବମ ଗୀତରେ ତାଙ୍କର କଣ୍ଠଦାନ କରି ଜଣେ ଲୋକପ୍ରିୟ ଗାୟିକା ହୋଇ ପାରିଛନ୍ତି।
ତେବେ ଏହି ସିଙ୍ଗର ଜଣଙ୍କ ତାଙ୍କର ପ୍ରତିଭାକୁ ଦେଖାଇ ଅନେକ ସୁପରହିଟ ଗୀତରେ ତାଙ୍କର ଜଲୱା ଦେଖାଇଛନ୍ତି। ଅନେକ ପ୍ରକାରର ଗୀତକୁ ସେ ଗାଇ ଲୋକ ମାନଙ୍କୁ ଖୁସ୍ କରିବା ସହିତ ଲୋକ ଲୋଚନକୁ ଆସି ପାରିଛନ୍ତି।ତାଙ୍କ ସୁନ୍ଦରତା ଏବଂ ସ୍ୱର ଦର୍ଶକଙ୍କୁ ବେଶ ବିମୋହିତ କରିଥାଏ। ତେବେ ସେ ଅନେକ ସମୟରେ କିଛି ଏମିତି ଗୀତ ଗାଇଥାନ୍ତି ଯାହା ବହୁତ୍ ହିଟ୍ ହେବା ସହିତ ଚର୍ଚ୍ଚାରେ ରହିଥାଏ। ସେହିପରି ଏହି ଗୀତକୁ ନେଇ ସେ ଏବେ ବେଶ୍ ଚର୍ଚ୍ଚାକୁ ଆସିଛନ୍ତି।ଏହି ସୁନ୍ଦର୍ କାହାଣୀ ଥିବା ଗୀତଟି ହେଉଛି ତୋ ଅଧୁରା ପ୍ରେମ। ଏବେ ଏହା ବେଶ୍ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି।
ଏହି ମ୍ୟୁଜିକ ଭିଡିଓ ଟିରେ ଅଭିନୟ କରିଛନ୍ତି ସଞ୍ଜୟ ଏବଂ ନିଲାକ୍ସି।ଏହାର ନିର୍ଦ୍ଦେଶନା ଦେଇଛନ୍ତି ପପୁ ସାହୁ। ତେବେ ଆପଣଙ୍କୁ କହି ରଖୁଛୁ ଯେ ଏହି ଗୀତଟି ରେ ଅସୀମା ପଣ୍ଡା ତାଙ୍କର କଣ୍ଠଦାନ କରିଥିବା ବେଳେ ଏହାକୁ ସୁନ୍ଦର୍ ଭାବରେ ସ୍ଵରରେ ସଜା ଯାଇଛି।ଏହି ମନଛୁଆଁ ଗୀତଟିର ଲିରିକ୍ସ କରିଛନ୍ତି ସୁନୀଲ ମହାରଣା ଏବଂ ଏହାର ମ୍ୟୁଜିକ କରିଛନ୍ତି ଶୁଭ୍ରାଂଶୁ ନାୟକ।ଏହି ଗୀତଟି ରିଲିଜ ହେବା ପରେ ଏହାକୁ ଅଢେଇ ଲକ୍ଷ ରୁ ଉର୍ଦ୍ଧ୍ବ ଲୋକ ଏବେ ସୁଦ୍ଧା ଦେଖି ସାରିଲେଣି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।