Swastik Tv News Odisha

ସୁରସାମ୍ରାଜ୍ଞୀ Lata Mangeshkar ଙ୍କ ମୃତ୍ୟୁ ପରେ ନିଜ ପରିବାର ପାଇଁ କେତେ ସମ୍ପତି ଛାଡି ଯାଇଛନ୍ତି ? ଜାଣିଲେ ଆପଣଙ୍କ ହୋସ ଉଡିଯିବ…

0

ଆପଣ ମାନେ ଦେଖିଥିବେ ସେଲିବ୍ରେଟି ମାନଙ୍କ ର ସେମାନଙ୍କ ଦୈନ୍ୟ ଦିନ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ ସେମାନଙ୍କ ଫ୍ୟାନମନେ କୌତୁହଳ ପ୍ରକାଶ କରିଥାନ୍ତି। ଜଣେ ସାଧାରଣ ମଣିଷ ଠାରୁ ସେଲିବ୍ରେଟିଙ୍କ ଜୀବନ ଶୈଳୀ ସମ୍ପୂର୍ଣ ରୂପେ ଅଲଗା ହୋଇଥାଏ। ତାଙ୍କର ସୁଖ ଓ ଦୁଃଖ ବିଷୟରେ ଜାଣିବା ପାଇଁ ମଧ୍ୟ ସେମାନେ ଚେଷ୍ଟା କରି ଥାଆନ୍ତି। ଜଣେ ସାଧାରଣ ମଣିଷ ହେଉ ବା ଯେତେ ବଡ଼ କଳାକାର ହେଉ ସମସ୍ତେ ଦିନେ ନା ଦିନେ ମୃତ୍ୟୁ ବରଣ କରି ଥାଆନ୍ତି। ତେବେ ବନ୍ଧୁଗଣ ଲତା ମଙ୍ଗେସଙ୍କର ତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ପାଇଁ କେତେ ଟଙ୍କା ଛାଡି ଯାଇଛନ୍ତି ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ବଲିଉଡ ଫିଲ୍ମ ଜଗତର ସୁନାମ ଧନ୍ୟ କଣ୍ଠଶିଳ୍ପୀ ଲତା ମଙ୍ଗେସଙ୍କରଙ୍କୁ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ, ସେ ବଲିଉଡ ଫିଲ୍ମ ଜଗତର ଆଗ ଧାଡ଼ିର ସୁନାମ ଧନ୍ୟ କଣ୍ଠଶିଳ୍ପୀ ଭାବରେ ବେଶ ଜଣାଶୁଣା ଅଟନ୍ତି। ତେବେ ଆପଣ ମାନେ ଜାଣିଥିବେ ଗତ କାଲି ସକାଳେ କୋକିଳ କଣ୍ଠିଙ୍କର ମୃତ୍ୟୁ ହୋଇ ଯାଇଛି। ତାଙ୍କ ମୃତ୍ୟୁରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ କଣ୍ଠରେ ମାଆ ସ୍ୱରସ୍ୱତୀ ଅଛନ୍ତି ବୋଲି ସମସ୍ତେ କହନ୍ତି। ସେ ହାରାହାରି ୩୦ ହଜାରରୁ ଅଧିକ ଗୀତ ଗାଇଛନ୍ତି ଓ ଏଥି ସହିତ ସେ ୩୬ ଟି ଭାଷାରେ ଗୀତ ଗାଇଛନ୍ତି।

ତେବେ କଣ୍ଠଶିଳ୍ପୀ ମଧ୍ୟପ୍ରଦେଶର ଇନ୍ଦର ସହରରେ ଏକ ମଧ୍ୟମ ପରିବାରରେ ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ସାଉଥ ମୁମ୍ବାଇର ପେଡର ରୋଡ଼ ସ୍ଥିତ ପ୍ରଭୁକୁଞ୍ଜ ବିଲଡିଙ୍ଗରେ ସେ ରୁହନ୍ତି। ସେ ବଡ଼ ବଡ଼ ସଙ୍ଗୀତକାରଙ୍କ ସହିତ କାମ କରିଛନ୍ତି। ତାଙ୍କ ସହିତ ଗୀତ ଗାଇବା ପାଇଁ ଅନେକ କଣ୍ଠଶିଳ୍ପୀ ମାନେ ବହୁତ ଆଗ୍ରହ ପ୍ରକାଶ କରି ଥାଆନ୍ତି। ତେବେ ବଡ଼ ବଡ଼ କଳାକାର ମାନେ ଲତା ତାଙ୍କ ଫିଲ୍ମରେ ଗୀତ ଗାଅନ୍ତୁ ବୋଲି ସେ ଇଚ୍ଛା ପ୍ରକାଶ କରି ଥାଆନ୍ତି। ଯଦି କୋକିଳ କଣ୍ଠି ତାଙ୍କ ଫିଲ୍ମରେ ଗୀତ ଗାଇବା ପାଇଁ ସାଇନ କରନ୍ତି, ତେବେ କଳାକାର ମାନେ ଫିଲ୍ମରେ ଅଭିନୟ କରିବା ପାଇଁ ସାଇନ କରନ୍ତି।

ତେବେ ସେ ଯେତେବେଳେ ଷ୍ଟୁଡିଓ ଭିତରକୁ ଗୀତ ରେକର୍ଡ଼ିଂ କରିବା ପାଇଁ ଯାଆନ୍ତି, ଚପଲ ଖୋଲିକି ଯାଇ ଥାଆନ୍ତି। ସେ ଯେତେବେଳେ ପ୍ରଥମେ ଷ୍ଟେଜ ଉପରେ ଗୀତ ଗାଇଥିଲେ ତାଙ୍କୁ ୨୫ ଟଙ୍କା ମିଳିଥିଲା ଓ ସେ ପ୍ରଥମ ରୋଜଗାର ବୋଲି କହିଥିଲେ। ମିଡ଼ିଆ ରିପୋର୍ଟ ସୂଚନା ଅନୁଯାୟୀ ସେ ବର୍ତ୍ତମାନ ୪୦୦ କୋଟି ଟଙ୍କା ସମ୍ପତ୍ତିର ଏକୁଟୁଆ ମାଲିକ ଅଟନ୍ତି। କିନ୍ତୁ ଦୁଃଖର ବିଷୟ ଯେ ସେ ଆଜି ଆମ ଗହଣରେ ନାହାଁନ୍ତି। ଭଗବାନ ତାଙ୍କ ଅମର ଆତ୍ମାକୁ ଶାନ୍ତି ଦିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.