ତେବେ ବନ୍ଧୁଗଣ ଆମେ ସମସ୍ତେ ଜାଣିଛୁ କି ସୂର୍ଯ୍ୟ ହେଉଛନ୍ତି ସକାଳ ଶକ୍ତିର ଆଧାର , ଆଉ ସୂର୍ଯ୍ୟ ଦେବ ଙ୍କୁ ମାଧ୍ୟ ସବୁ ଦେବତା ଙ୍କ ଠୁ ଉପରେ ରଖାଯାଇଥାଏ | ତେବେ ଆମେ ମାନେ ପ୍ରତେକ ଦିନ ସୂର୍ଯ୍ୟଦେବ ଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ପ୍ରକାରର ପୂଜା ଅର୍ଚ୍ଚନା କରିଥାନ୍ତି | ଆଉ ଆମ ହିନ୍ଦୁ ମାନଙ୍କର ମାଧ୍ୟ ଗୋଟିଏ କଥା ଅଛି କି ପୂଜା ଅର୍ଚ୍ଚନା କରିବା ପୂର୍ବରୁ ସକାଳେ ଉଥିଲେ ଆମେ ପ୍ରଥମେ ସୂର୍ଯ୍ୟଦେବ ଙ୍କୁ ପ୍ରାଥନା କରିଥାଉ ଓ ପାଣି ମାଧ୍ୟ ଚଢ଼ାଇ ଥାଉ | ତେବେ ଆମର କେଉଁ ସବୁ ଭୁଲ ଆମକୁ ବିପଦରେ ପକାଇଥାଏ ପୂଜା ଅର୍ଚ୍ଚନା ସମୟରେ ଆସନ୍ତୁ ସେ ବିଷୟରେ ଆଲୋଚନା କରିବା |
ତେବେ ସୂର୍ଯ୍ୟଦେବ ଙ୍କୁ ପୂଜା କରିବା ବେଳେ ଆମେ ମାନେ କିଛି କଥା ପ୍ରତି ବିଶେଷ ଭାବରେ ଧ୍ୟାନ ଦେବା ଆବଶ୍ୟକ ହୋଇଥାଏ | ନଚେତ ସୂର୍ଯ୍ୟଦେବ ଙ୍କ ପୂଜା ଆମ ପାଇଁ ମଙ୍ଗଳ କର ହେବା ପରିବର୍ତ୍ତେ ଆମ ଉପରେ ବହୁତ ଖରାପ ପ୍ରଭାବ ମାଧ୍ୟ ପକାଇଥାଏ | ଆଉ ଆମର ଟିକିଏ ଭୁଲ ସୂର୍ଯ୍ୟଦେବ ଙ୍କୁ କ୍ରଧିତ ମାଧ୍ୟ କରାଇଥାଏ | ତାହେଲେ ଆସନ୍ତୁ ଆଜି ଆମେ ଜାଣିବା ସୂର୍ଯ୍ୟ ଦେବ ଙ୍କୁ ପୂଜା କରିଲା ବେଳେ ଓ ସୂର୍ଯ୍ୟ ଦେବ ଙ୍କୁ ପାଣି ଚଢାଇବା ବେଳେ କେଉଁ କେଉଁ କାର୍ଯ୍ୟ ପ୍ରତି ବିଶେଷ ଭାବରେ ଆମେ ମାନେ ଧ୍ୟାନ ଦେବା |
ତେବେ ଆମେ ପ୍ରତିଦିନ ସକାଳେ ଗାଧୋଇବା ପରେ ସୂର୍ଯ୍ୟଙ୍କ ପାଖରେ ପାଣି ଚଢାଇବା ଉଚିତ ହୋଇଥାଏ | ତାହା ବ୍ୟତୀତ ଯେତେବେଳେ ଆମେ ସୂର୍ଯ୍ୟଦେବ ଙ୍କୁ ପାଣି ଅର୍ପଣ କରିବା ସେତେବେଳେ ପାଦରେ ଜୋତା ବା ମଞ୍ଜା ପିନ୍ଧିବା ଜମାରୁ ବି ଉଚିତ ନୁହଁ | ଏହା ବ୍ୟତୀତ ଆମେ ମାନେ ବିଶେଷ କରିକି ଦେହ ପବିତ୍ର ଥିବା ଦରକାର, ନହେଲେ ଆମେ ପାଣି ଅର୍ପଣ କରିବା ପୂର୍ବରୁ ମଧ୍ୟ ଗୋଡ଼ ହାତ କୁ ପୁଣି ଥରେ ଧୋଇ ପାରିବା |ତେବେ ବିଶେଷ କରିକି ଆମେ ପାଣି ଯେଉଁ ପାତ୍ର ରେ ଅର୍ପଣ କରିଥାଉ ତାହା କୁ ସଫା ସୁତୁରା ରଖିବା ସହିତ ନିୟମିତ ଭାବରେ ଧୋଇବା ଆବଶ୍ୟକ ହୋଇଥାଏ |
ଆଉ ସୂର୍ଯ୍ୟଦେବ ଙ୍କର ବାର ରବିବାର ହେଇଥିବାରୁ ଏହି ବାର ରେ ଆମେ ସୂର୍ଯ୍ୟଦେବ ଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କର ପୂଜା ଆଉ ଆରାଧନା ମଧ୍ୟ କରିପାରିବା | ତେବେ ଖାଲି ଶରୀର ପବିତ୍ର ରହିଲେ ହୋଇ ନ ଥାଏ, ଆମ ଶରୀର ସହିତ ଆମର ମନ ମଧ୍ୟ ପବିତ୍ର ରହିବା ନିହାତି ଆବଶ୍ୟକ ହୋଇଥାଏ, ଯଦି ଆମେ କୌଣସି କଥାରେ କ୍ରଧିତ ହୋଇକି ସୂର୍ଯ୍ୟଦେବ ଙ୍କ ଉପରେ ପାଣି ଅର୍ପଣ କରିବା ତାହେଲେ ଏହା ଆମର ଭଲ କରିବା ପରିବର୍ତ୍ତେ ଖରାପ କରାଇଥାଏ | ଅର୍ଥାତ ସୂର୍ଯ୍ୟଦେବ ଙ୍କର କୋପ ଦୃଷ୍ଟି ଆମ ମାନଙ୍କ ଉପରେ ପଡ଼ି ଯାଇଥାଏ |
ତେବେ ସୂର୍ଯ୍ୟଦେବ ଙ୍କୁ ପ୍ରସନ୍ନ କରିବା ପାଇଁ ହେଲେ ଏହିଭଳି କାମ ଭୁଲ ରେ ବି କରନ୍ତୁ ନାହିଁ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।