Swastik Tv News Odisha

ସ୍ୱାମୀ ଠାରୁ ଶାରୀରିକ ସୁଖ ନପାଇ ସ୍ତ୍ରୀ ପୋଡେଶୀ ସହିତ ମିଶି କଲା ଏମିତି….ଦେଖନ୍ତୁ ଭିଡ଼ିଓ

0

ସ୍ୱାମୀଙ୍କ ଠାରୁ ଶାରୀରିକ ସୁଖ ନପାଇବା ଓ ଜଣେ ପରପୁରୁଷଙ୍କ ସହ ଅବୈଧ ସମ୍ପର୍କ ଯୋଗୁଁ ଜୀବନ ହରାଇବାକୁ ପଡିଛି ଜଣେ ନିରୀହ ସ୍ୱାମୀଙ୍କୁ । ସୁପାରୀ କିଲର ସହ ମିଶି ସ୍ତ୍ରୀ ହତ୍ୟା କରିଛି ନିଜ ସ୍ୱାମୀକୁ । ତେବେ ହତ୍ୟା କରିବା ପରେ ପରିବାର ଲୋକଙ୍କ ଅଭିଯୋଗ କୁ ଭିର୍ତ୍ତି କରି ପୋଲିସ ପକ୍ଷରୁ ଅନୁସନ୍ଧାନ ଜାରି ରଖିଥିବା ବେଳେ ସ୍ୱାମୀ ହନ୍ତା ପତ୍ନୀ ଓ ସୁପାରୀ କିଲରକୁ ବାରିପଦା ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି । ଯାହାକି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି , ପୂର୍ବ ସୂଚନା ଅନୁଯାୟୀ ଗତ 28 ତାରିଖ ବାରିପଦା 25 ନମ୍ୱର ୱାର୍ଡ ଛାଞ୍ଜ ଠାରେ ଘଟିଥିବା ହତ୍ୟାକାଣ୍ଡ ଉପରୁ ବାରିପଦା ପୋଲିସ ପରଦା ଉଠାଇଛି ।

ପୋଷ୍ଟାଲ ଏଜେଣ୍ଟ ଆଦିତ୍ୟ ପଣ୍ଡା ହତ୍ୟା ମମଲାରେ ତାଙ୍କ ସ୍ତ୍ରୀ ଚନ୍ଦନା ପଣ୍ଡା ହିଁ ଥିଲେ ହତ୍ୟାକାରୀ । ସ୍ୱାମୀଙ୍କ ଠାରୁ ସେ ଶାରୀରିକ ସୁଖ ପାଉନଥିବାରୁ , ସମ୍ପର୍କୀୟ ଦିଅରଙ୍କ ସାଙ୍ଗରେ ଗଢିଉଠିଥିଲା ଶାରୀରିକ ଅବୈଧ ସମ୍ପର୍କ । ଦିଅର ଭାଉଜଙ୍କ ରାସ୍ତାରେ କଣ୍ଟାଥିଲେ ସ୍ୱାମୀ ଅଦିତ୍ୟ , ତେଣୁ ତାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇଦେବା ଉଦ୍ଧେଶ୍ୟରେ ଚନ୍ଦନା କରିଥିଲେ ଜଘନ୍ୟ ଷଡଯନ୍ତ୍ର । ଘରେ କାମ କରୁଥିବା ମୁସରିଦାବାଦ ର ରାଜମିସ୍ତ୍ରୀ କୁ ହାତ କରି 2 ଲକ୍ଷ ଟଙ୍କାରେ ଠିକ କରିଥିଲେ ସୁପାରୀ କିଲର । ଶେଷରେ ସୁଯୋଗ ଦେଖି ସୁପାରୀ କିଲର ସହିତ ମିଶି ଗତ 27 ତାରିଖ ରାତିରେ ମୁହଁ ରେ ତକିଆ ଯାକି ସ୍ୱାମୀ ଆଦିତ୍ୟଙ୍କୁ ହତ୍ୟା କରିଥିବାର ଚାଞ୍ଚଲ୍ୟକର ବୟାନ ଦେଇ ନିଜ ଦୋଷ ଶିକାର କରିଛନ୍ତି ସ୍ତ୍ରୀ ଚନ୍ଦନା ।

ତେବେ ବାରିପଦା ଟାଉନ ପୋଲିସ ଏହି ଘଟଣାର ଖୋଲାସା କରିବା ସହିତ ଚନ୍ଦନା ପଣ୍ଡା ଓ ସୁପାରୀ କିଲର ଠିକ କରିଥିବା ରାଜମିସ୍ତ୍ରୀ ଲାଲଟୁ ଶେଖ କୁ ଗିରଫ କରିଛି । ଅନ୍ୟପକ୍ଷରେ ସୁପାରୀ ବାବଦକୁ ଦେବାକୁ ଥିବା 30 ହଜାର ଟଙ୍କା ମଧ୍ୟ ଚନ୍ଦନାଙ୍କ ଘରୁ ଜବଦ ହୋଇଛି । ଏ ମାମଲାରେ ବାରିପଦା ଟାଉନ ଥାନାରେ 104 ବାଏ 19 କେସ ମାମଲା ଅନୁଯାୟୀ ଦଫା 302 34 ଆଇପିଏସ ରେ କେସ ରୁଜ୍ଜୁ ହୋଇଛି । ପରେ ଅଭିଯୁକ୍ତ ଦୁଇଜଣଙ୍କୁ କୋଟ ଚାଲାଣ କରାଯାଇଥିଲେ ମଧ୍ୟ ସୁପାରୀ କିଲର ତଥା ମୁଖ୍ୟ ହତ୍ୟାକାରୀ ଜମିର ଶେଖ ଏବେ ମଧ୍ୟ ଫେରାର ହୋଇଛି ।

ଘରେ କରାଯାଇଥିବା ହତ୍ୟାକାଣ୍ଡ ସମ୍ପର୍କରେ ପରିବାର ଲୋକମାନେ ଅବଗତ ନଥିଲେ ଏବଂ ଆଦିତ୍ୟଙ୍କ ବାପା ଯେତେବେଳେ କୁ ଆସି ଦେଖିଲେ ଯେ ତାଙ୍କ ପୁଅ ର ନାକ ଓ ପାଟିରୁ ରକ୍ତ ବାହାରୁଛି । ଅଚେତ ଅବସ୍ଥାରେ ବେଡ ଉପରେ ପଡି ରହିଛନ୍ତି , ପାଖରେ ଥିବା ମୃତକଙ୍କ ସ୍ତ୍ରୀ ଓ ରାଜମିସ୍ତ୍ରୀ ଲାଲଟୁ ଦୋଷକୁ ଲୁଚାଇବାର ଅଭିନୟ ମଧ୍ୟ କରିଥିବାର ସୂଚନା ମିଳିଛି । ବାପା ତାଙ୍କ ପୁଅ ଆଦିତ୍ୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ପରେ ଡକ୍ଟର ମୃତ ଘଷୋଣା କରିଛନ୍ତି । ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ମଧ୍ୟ ତଦନ୍ତ ଚଲାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.