Swastik Tv News Odisha

ହଳଦୀ ପାଣି ପିଇବାର ଉପକାରିତା | Turmeric water benefits

0

ଆପଣମାନେ ସମସ୍ତେ କମ ହେଉ କି ବେଶୀ ହଳଦୀର ଉପକାରିତା ଗୁଣ ବିଷୟରେ ଜାଣିଥିବ , ଆଉ ମଧ୍ୟ ଘରେ ମସଲା ଭାବରେ ପ୍ରତି ଦିନ ହଳଦୀକୁ ବ୍ୟବହାର କରୁଥିବେ, ହଳଦୀକୁ ମଧ୍ୟ ବହୁ ପୁରାତନ କାଳରୁ ସୌନ୍ଦର୍ଯ୍ୟ ର ଉପଚାର ପାଇଁ ମଧ୍ୟ ବ୍ୟବହାର କରୁଥିବାର ଆପଣ ମାନେ ଜାଣିଥିବେ , ହଳଦୀ ର ଗୋଟିଏ ଭଲ ଗୁଣ ହେଉଛି , ହଳଦୀର ସେବନ ଦ୍ୱାରା ଏହା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହିତ ଆମ ରକ୍ତକୁ ମଧ୍ୟ ପରିଷ୍କାର ରଖିଥାଏ , ତେବେ ଆସନ୍ତୁ ଜାଣିବା ଆଉ କଣ କଣ ସବୁ ଔଷଧୀୟ ଗୁଣ ହଳଦୀରେ ରହିଛି |

ହଳଦୀରେ ପୋଲିସାକାରାଇଡିଶ ଥିବାରୁ ଏହା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହିତ , ଥଣ୍ଡା , କାଶ ଭଳି ରୋଗରୁ ମଧ୍ୟ ଆମକୁ ରକ୍ଷା କରିଥାଏ , ଅର୍ଥାତ ହଳଦୀ ପାଣିର ସେବନ ଦ୍ୱାରା ଆମକୁ ସବୁ ପ୍ରକାରର ଭାଇରସ ରୋଗ ହେବାରୁ ବଞ୍ଚାଇଥାଏ | ଏହା ବ୍ୟତୀତ ଆମ ଶରୀରରେ ଯଦି କୌଣସି ପ୍ରକାରର କ୍ଷତ ହୋଇଥିବ ତେବେ ତାହାକୁ ପୁରଣ କରିବାରେ ମଧ୍ୟ ହଳଦୀ ପାଣି ଆମକୁ ସାହାଯ୍ୟ କରିଥାଏ | ଏହା ବ୍ୟତୀତ ହଳଦୀ ଆମକୁ ଗଣ୍ଠି ଫୁଲିବା ଭଳି ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ,ଯାହା ହଳଦୀରେ ଥିବା ଆଣ୍ଟି ଇଂଫ୍ଲାମେଣ୍ଟରୀ ଗୁଣ ଯୋଗୁ ହୋଇଥାଏ |କିଛି ଲୋକର ଆଣ୍ଠୁ ଗଣ୍ଠି ଫୁଲିଯିବା ଯୋଗୁ ସେହି ସ୍ଥାନରେ ଥିବା ଟିସୁ ମରିଯାଇଥାଏ ଯାହା ଫଳରେ ଏହି ଭଳି ରୋଗ ହୋଇଥାଏ ,ଯଦି ଆପଣ ସପ୍ତାହରେ ତିନି ଦିନ ଖାଲି ପେଟରେ ହଳଦୀ ପାଣିକୁ ପିଇବେ ତେବେ ଏହି ସବୁ ସମସ୍ୟାରୁ ମୁକ୍ତି ପାଇବେ |

ହଳଦୀ ମଧ୍ୟ କ୍ୟାନ୍ସର ଭଳି ରୋଗକୁ ରୋକିଦେଇଥାଏ , ହଳଦୀରେ ଆଣ୍ଟିକ୍ୟାନ୍ସଏଡ଼ ଗୁଣ ରହିଛି ଯାହା କ୍ୟାନ୍ସରର ଜୀବାଣୁକୁ ବଢିବାକୁ ଦିଏ ନାହିଁ ଓ ଟ୍ୱେଉମର ଯୋଉଠି କ୍ୟାନ୍ସର ସୃଷ୍ଟି ତାହାକୁ ବଢିବାକୁ ଦିଏ ନାହିଁ, ତେଣୁ ଯଦି ଆପଣ ହଳଦୀku ସପ୍ତାହରେ ତିନି ଥର ବ୍ୟବହାର କରୁଥିବେ ତାହେଲେ ଭବିଷ୍ୟତରେ ଆପଣଙ୍କୁ ଆଉ କ୍ୟାନ୍ସର ହେବ ନାହିଁ | ଆଉ ବର୍ତମାନର ରେଡ଼ିଏସନ ଯୁଗରେ ଓ ଖାଦ୍ୟ ର ଅସୁବିଧାରୁ କ୍ୟାନ୍ସର ହୋଇଥାଏ ଯାହାକୁ ହଳଦୀ ରକ୍ଷା କରିପାରିବ |

ଆମ ଶରୀରରେ କଲେଷ୍ଟରୋଲ କୋମାଇବାରେ ମଧ୍ୟ ହଳଦୀ ସାହାଯ୍ୟ କରେ ଯାହା ଫଳରେ ଆଉ ହୃଦ ରୋଗ ଭଳି ସମସ୍ୟା ଦେଖା ଯାଏ ନାହିଁ | ହଳଦୀର ଆଉ ଗୋଟିଏ ଭଲ ଗୁଣ ହେଉଛି ଏହା ଖାଦ୍ୟ କୁ ହଜମ କରିବାରେ ସାହାଯ୍ୟ କରେ ଓ ଏହା ଆମ ଶରୀରରେ ପୀତ ରସକୁ ତ୍ୱରାନ୍ୱିତ କରେ ଯାହା ଫଳରେ ଆମେ ହଜମ କରୁଥିଲା ତେଲିଆ ଜାତୀୟ ଖାଦ୍ୟକୁ ଚର୍ବି ଆକାରରେ ଆମ ଶରୀରରେ ଜମିବାକୁ ଦିଏ ନାହିଁ | ଏହା ମଧ୍ୟ ଆମ ଯକୃତରୁ ଦୂଷିତ ପଦାର୍ଥ କୁ କାଢିଦିଏ ଯାହା ଫଳରେ ଯକୃତ ଜଣିତ ରୋଗ ହୁଏନି,ଯଦି ଆପଣ ସବୁଦିନ ହଳଦୀ ପାଣି ପିଇବେ ତାହେଲେ ଏହା ମସ୍ତିଷ୍କର ବିକାଶରେ ସାହାଯ୍ୟ କରେ, ପ୍ରତି ଦିନ ହଳଦୀ ପାଣିରେ ମହୁ ମିଶାଇ ପିଇଲେ ଏହା ଆମ ଶରୀରରେ ଅପରିଷ୍କାର ଜିନିଷକୁ ସଫା କରିଦିଏ ଯାହା ଫଳରେ ବୟସ ଯୋଗୁ ଚେହେରା ଜଣିତ ସମସ୍ୟା ଦୁରେଇ ଯାଏ |

ହଳଦୀ ପାଣିକୁ ପ୍ରସ୍ତୁତ କରିବାକୁ ହେଲେ ଆପଣ ଗରମ ପାଣି ରେ ଅଧା ଚାମଚ ହଳଦୀ ଗୁଣ୍ଡ ଓ ସ୍ୱାଦ ପାଇଁ ମହୁ ମିଶାଇ ପିଇବେ ନହେଲେ ରାତିରେ ଉଷୁମ କ୍ଷୀରରେ ହଳଦୀ ମିଶାଇ ପିଇବେ | ସକାଳେ ଖାଲି ପେଟରେ ଏହି ହଳଦୀ ପାଣି କୁ ପିଇବାର 30 ମିନିଟ ପରେ ଖାଦ୍ୟ ଖାଇବେ |

ଏହି ପରି ଭାବରେ ଆପଣ ହଳଦୀ ପାଣିକୁ ବିଭିନ୍ନ ପ୍ରକାର ରୋଗର ଉପସମ ପାଇଁ ବ୍ୟବହାର କରି ପାରିବେ | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.