ହାଇ ବ୍ଲଡ୍ ପ୍ରେସର ସବୁଦିନ ପାଇଁ କଣ୍ଟ୍ରୋଲ ହେବ କରନ୍ତୁ ଏହି ଘରୋଇ ଉପାୟ

ମଣିଷର ବୟସ ବଡ଼ିବା ସହ ଦିନକୁ ଦିନ ରୋଗ ବ୍ୟାଧି ବି ବଡିବାରେ ଲାଗିଛି, ଆଉ ସେହି ରୋଗ ଗୁଡିକରୁ ମୁକ୍ତି ପାଇବା ପାଇଁ ଆମେ ଅନେକ ଡାକ୍ତର, ଔଷଧ ଓ ଅନ୍ୟାନ୍ୟ ଉପାୟ ଗୁଡିକ ମାନି ଥାଉ ।ତେବେ ଯଦି ଆପଣ କୌଣସି ରୋଗରେ ପୀଡିତ ହୁଅନ୍ତି ତାହେଲେ ଆପଣଙ୍କ ଜୀବନର ପ୍ରାୟ ସବୁ ଖୁସି ହଜିଯାଏ, ଆପଣଙ୍କୁ କିଛି କରିବା ଆଗରୁ ବହୁତ ଥର ଭାବିବାକୁ ପଡିଥାଏ ।ତେବେ ଆପଣ ଅନେକ ରୋଗ ବିଷୟରେ ତ ଜାଣିଛନ୍ତି ତେବେ ଉଚ୍ଚ ରକ୍ତଚାପ ବି ଏମିତି ଗୋଟାଏ ରୋଗ ଯାହା ଆଜିକାଲି ଖୁବ କଁ ବୟସର ଲୋକ ମାନଙ୍କ ପାଖରେ ଦେଖା ଯାଇଥାଏ ।

ତେବେ ଆଜି ଏହି ଉଚ୍ଚ ରକ୍ତଚାପ ହେବାର କାରଣ ବିଷୟରେ ଜାଣିବା ଓ ଏମିତି ଗୋଟାଏ ଉପାୟ କହିବୁ ଯାହାକୁ ମାନିଲେ ଆପଣଙ୍କ ଉଚ୍ଚ ରକ୍ତଚାପ ସମ୍ପୂର୍ଣ୍ଣ ଭଲ ହେଇଯିବ ।

ଉଚ୍ଚ ରକ୍ତଚାପର କାରଣ:-

-ଉଚ୍ଚ ରକ୍ତଚାପ ବଡ଼ିବା ପଛରେ ଅନେକ କାରଣ ରହିଛି ଯେପରି ଆଜିକାଲିର ବ୍ୟସ୍ତ ଜୀଵନଶୈଳି,ଅବ୍ୟବସ୍ତିତ ଖାଦ୍ୟ ପ୍ରଣାଳୀ,ଅଧିକ ଷ୍ଟେସ ନେଲେ ଓ ଏହା ଜେନେଟିକ କାରଣ ରୁ ହେଇଥାଏ ।ତେବେ ସବୁଠାରୁ 2ଟି ମୁଖ୍ୟ କାରଣ ହେଉଛି ଲୁଣର ଇଣ୍ଟେଣ୍ଟ ଓ କଲେଷ୍ଟ୍ରଲ ।

-ତେବେ ଯେତେବେଳେ ଆପଣଙ୍କ ରକ୍ତ ବାହିକାରେ କଲେଷ୍ଟ୍ରଲ ଜମା ହେବା ଆରମ୍ଭ ହେଲେ ରକ୍ତ ଧମନୀ ଛୋଟ ହେଇଯାଏ ଯାହା ପାଇଁ ଆପଣଙ୍କ ବ୍ଲଡ଼ର ପ୍ରେସର ବଡ଼ିବାକୁ ଲାଗେ ।ଶେଷରେ ଏହା ହାର୍ଟ ଓ ବ୍ରେନ ଉପରେ ପ୍ରଭାବ ପକେଇଥାଏ ।

-ତେବେ ଯେତେବେଳେ ଶରୀରରେ ଲୁଣରେ ଥିବା ସୋଡିୟମ ବି ବ୍ଲଡ଼ ପ୍ରେସର ବଡେଇବାର ମୁଖ୍ୟ କାରଣ ହେଇଥାଏ ।

ଉପଚାର:-

ତେବେ ଆପଣ ଅନେକ ସମୟରେ ଅନେକ ଉପାୟରେ ବ୍ଲଡ଼ ପ୍ରେସର କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତି କିନ୍ତୁ ଆଜି ଆମେ ଏମିତି ଗୋଟାଏ ଉପାୟ କହିବୁ ଯାହା ବ୍ଲଡ଼ ପ୍ରେସର ପାଇଁ ଯାଦୁ ପରି କାମ କରିଥାଏ ।

ଆବଶ୍ୟକ ସାମଗ୍ରୀ:-

୧.ଅଳସୀ

୨.ପାଣି

୩.ମହୁ

ପ୍ରସ୍ତୁତି ପ୍ରଣାଳୀ:-

-ତେବେ ଅଳସୀରେ ଓମେଗା 3 ଫାଟି ଏସିଡ୍ ରହିଛି ଯାହା କଲେଷ୍ଟ୍ରଲ ଲେବୁଲକୁ ନିୟନ୍ତ୍ରଣ ଓ ସୋଡିୟମ କୁ ନ୍ୟୁଟ୍ରାଲାଇଜ କରିବାରେ ବହୁତ ସାହାଯ୍ୟ କରିଥାଏ ।ତେବେ ପ୍ରଥମେ ଦେଡ଼ କପ ପାଣି କୁ ନେଇ ଗରମ କରନ୍ତୁ ।

-ତାପରେ ସେଥିରେ ଗୋଟିଏ ଚାମୁଚ ଅଳସୀ କୁ ପକେଇ ଫୁଟାନ୍ତୁ, ଯେତେବେଳେ ପାଣି କମି କମି ଏକ କପ ହେଇଯିବ ସେତେବେଳେ ସେହି ପାଣିକୁ ଥଣ୍ଡା କରି ଗୋଟିଏ ପାତ୍ରକୁ ଛାଣି ନିଅନ୍ତୁ ।

-ଏହାପରେ ସେଥିରେ ଅଳ୍ପ ମହୁ ମିଶାଇ ଦିନରେ ଯେକୌଣସି ସମୟରେ ଥରେ ରୁ ଦୁଇ ଥର ଖାଇ ପାରିବେ ।ତେବେ ଏମିତି ନୀତିଦିନ ଖାଇବା ପରେ 2 ମାସ ପରେ ଦେଖିବେ ଆପଣଙ୍କ ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ ହେଇଯାଇ ଥିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment